IND VS NZ: ହରଭଜନ ସିଂହ କଲେ ବିଜେତା ଟିମର ଅନୁମାନ, ସୂର୍ଯ୍ୟ କୁମାର ଏବଂ ଇଶାନ କିଷାନଙ୍କୁ ନେଇ କହିଲେ ବଡ଼ କଥା

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସିରିଜରେ ନୂଆ ଅଧିନାୟକ ରୋହିତ ଶର୍ମା ହୋଇଛନ୍ତି ଏବଂ ଭାରତୀୟ ଦଳର ନୂଆ ହେଡ କୋଚ ଭାବରେ ରାହୁଲ ଦ୍ରାଭିଡଙ୍କର ଏହା ପ୍ରଥମ ମ୍ୟାଚ ଅଟେ। ଦ୍ରାଭିଡ ଓ ରୋହିତ ନିଜ ଦାୟୀତ୍ୱରେ ନୂଆ ଅଟନ୍ତି। ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଏହି ଟି-୨୦ ସିରିଜରେ ଜଣଙ୍କ ପାଇଁ ନୂଆ କୋଚିଙ୍ଗ ଓ ଆଉ ଜଣଙ୍କ ପାଇଁ ଅଧିନାୟକ ରୂପରେ ଏହା ବଡ଼ ପରୀକ୍ଷା ଅଟେ। ଏବେ ଏହି ପରୀକ୍ଷାରେ ଦୁହେଁ ସେବେ ପାସ କରିବେ ଯେବେ ଯେବେ ଟିମର କମ୍ବୀନେସନ ଠିକ ହେବ। ଟିମରେ ଅନେକ ଯୁବ ଖେଳାଳି ଓ ସିନିୟର ଖେଳାଳି ଅଛନ୍ତି ତେଣୁ ସେଠୀକ ଟିମ କମ୍ବୀନେସନ ବାଛିବା ବହୁତ କଷ୍ଟକର ହେବ। ଏହି ମାମଲାରେ ହରଭଜନ ସିଂହ ନିଜ ରାୟ ଦେଇଛନ୍ତି।

Google

କୁହାଯାଇଥାଏ ମ୍ୟାଚ ଜିତିବା ପାଇଁ ପିଚ ବିଷୟରେ ଜାଣିବା ଜରୁରୀ। ପିଚ ଏହା ନିର୍ଧାରଣ କରିଥାଏ କି ଖେଳ କେଉଁ ମୋଡ଼ ନେବ। ସୋମବାରକୁ ଅଭ୍ୟାସ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ କୋଚ ଦ୍ରାଭିଡ ପିଚକୁ ଭଲସେ ଦେଖିଥିଲେ। ନ୍ୟୁଜିଲ୍ୟାଣ୍ଡ ସିରିଜରେ ନୂଆ କୋଚ ଦ୍ରାଭିଡ ଓ ନୂତନ ଅଧିନାୟକ ରୋହିତଙ୍କ ପାଇଁ ବଡ଼ ପରୀକ୍ଷା ହେବ। ଏହି କାରଣ ଅଟକି ଟିମ ଜିତିବା ପାଇଁ ପୁରା ପ୍ରୟାସ କରିବ। ଦୁହେଁ ପ୍ରଥମ ପରୀକ୍ଷା ପାସ କରିବାକୁ ଚାହିଁବେ।

ରୋହିତ-ଦ୍ରାଭିଡଙ୍କ ପାଇଁ ସବୁଠୁ କଷ୍ଟକାମ ହୋଇପାରେ ଟିମ କମ୍ବୀନେସନ: ନ୍ୟୁଜିଲ୍ୟାଣ୍ଡ ସିରିଜରେ ଅନେକ ଯୁବ ଖେଳାଳି ଓ ଅନେକ ଅନେକ ସିନିୟର ଖେଳାଳି ଅଛନ୍ତି। ତେଣୁ କାହାକୁ ମୌକା ଦିଆଯିବ ଏହାକୁ ନେଇ। ଟିମ ମ୍ୟାନେଜମେଣ୍ଟ ପାଇଁ ଏହା କଷ୍ଟକର ହୋଇପାରେ କି ସଠିକ ଟିମ କମ୍ବୀନେସନ କଣ ହେବ। ଏହାକୁ ନେଇ ପୂର୍ଵ ଭାରତୀୟ ଅଫ ସ୍ପିନର ହରଭଜନ ସିଂହ ନିଜ ରାୟ ଦେଇଛନ୍ତି। ବିରାଟ କୋହଲି ଏହି ସିରିଜରେ ନାହାନ୍ତି ତେଣୁ ନମ୍ବର ୩ ରେ କିଏ ବ୍ୟାଟିଙ୍ଗ କରିବ ତାହା ବଡ଼ ପ୍ରଶ୍ନ।

ହରଭଜନ ଇସାନ କିସନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏପରି କହିଲେ: ହରଭଜନ କହିଛନ୍ତି ଏହି ଟିମରେ ଇସାନ କିସନଙ୍କୁ ଖେଳାଇବା ଆବଶ୍ୟକ କାରଣ ସେ ଭଲ ଫର୍ମରେ ଅଛନ୍ତି ଓ ନମ୍ବର ତିନି ପାଇଁ ପୁରା ଉପଯୁକ୍ତ ଅଟନ୍ତି। ଆଗାମୀ ବିଶ୍ୱକପକୁ ୧୧-୧୨ ମାସ ବାକି ଅଛି ତେଣୁ ତାଙ୍କୁ ପୁରା ମୌକା ମିଳିବା ଉଚିତ। ସେହିପରି ସେ ନମ୍ବର ୪ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଖେଳାଇବା ପାଇଁ କହିଛନ୍ତି। ସେ କହିଛନ୍ତି ସୂର୍ଯ୍ୟକୁମାର ଏପରି ଖେଳାଳି ଯିଏକି ପୁରା ମ୍ୟାଚ ଜିତାଇପାରିବେ। ତାଙ୍କ ପାଖରେ ଭଲ ଶର୍ଟ ମଧ୍ୟ ଖେଳିବା ପାଇଁ ଅଛି।

ଭାରତୀୟ ଟିମରେ ଅନେକ ନୂଆ ଚେହେରା ସାମିଲ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଟିମରେ ଅନେକ ନୂଆ ଓ ପୁରୁଣା ଖେଳାଳିଙ୍କୁ ବଛାଯାଇଛି ତେଣୁ ସଠିକ ଟିମ କମ୍ବୀନେସନ ବାଛିବା କୋଚ ଓ ଅଧିନାୟକଙ୍କ ପାଇଁ କଷ୍ଟକର ହୋଇପାରେ। ଓପନର ରାହୁଲ ଓ ରୋହିତଙ୍କ ସହ ଇସାନ କିସନ ଓ ଋତୁରାଜ ଗାୟକବାଡଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହା ପରେ ନମ୍ବର ୩-୪ ପାଇଁ ରିଷଭ ପନ୍ତ, ଶ୍ରେୟସ ଅୟର ଓ ଭେଙ୍କଟେସ ଅୟର ମଧ୍ୟ ଉପସ୍ଥିତ ଅଛନ୍ତି।

Google

ହରଭଜନ ବିଜେତା ଟିମର କଲେ ଅନୁମାନ: ହରଭଜନ ସିଂହ କହିଛନ୍ତି କି ଏହି ସିରିଜକୁ ଭାରତୀୟ ଟିମ ଜିତିବ ଓ ୨-୧ରେ ଜିତିବ । ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ ଓ ସେଠାରେ ଭାରତ ଏବେ ପର୍ଯ୍ୟନ୍ତ ୧୩ ଟି ମ୍ୟାଚ ଖେଳିଛି। ଯେଉଁଥିରେ ୧୨ ଟି ଏକଦିବସିୟ ଓ ୧ ଟି ଟେଷ୍ଟ ସାମିଲ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *