ଫାଇନାଲରେ ଗୁଜରାଟ! କ୍ୟାପଟେନ ପାଣ୍ଡ୍ୟା ଡେଭିଡ ମିଲରଙ୍କୁ ନେଇ ଦେଲେ ବଡ଼ ବୟାନ!

ବ୍ୟୁରୋ ରିପୋର୍ଟ: ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଗୁଜରାଟ ଟାଇଟନ୍ସ ଟିମ ନିଜର ପ୍ରଥମ ହିଁ ସିଜନରେ ଆଇପିଏଲ ୨୦୨୨ର ଫାଇନାଲରେ ପହଁଚିଯାଇଛି। ଗୁଜରାଟ ଟାଇଟନ୍ସ ମଙ୍ଗଳବାରକୁ କୋଲକତାରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ୟାଲିଫାୟାର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ୱିକେଟରେ ହରାଇଦେଇଛି। ରାଜସ୍ଥାନ ଗୁଜୁରାଟକୁ ୧୮୯ ରନର ରନର ଲକ୍ଷ୍ୟ ଦେଇଥିଲା। ଯେଉଁ ଲକ୍ଷ୍ୟକୁ ଗୁଜରାଟ ତିନୋଟି ବଲ ଥାଇ ହାସଲ କରିନେଇଥିଲା। ବିଜୟ ପରେ ହାର୍ଦିକ ପାଣ୍ଡ୍ୟା ନିଜ ଟିମର ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ତାହା ସହ ନିଜ ପରିବାରକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

Google

ଡେଭିଡ ମିଲର ଗୁଜରାଟର ଏହି ବିଜୟରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ମିଲର ୬୮ ରନର ନଟ ଆଉଟ ବିଶିଷ୍ଟ ପାରି ଖେଳିଥିଲେ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଚତ୍ରୁର୍ଥ ୱିକେଟ ପାଇଁ ଶତକୀୟ ପାର୍ଟନରସିପ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୨୭ ବଲରେ ୫ ଟି ଚୌକା ଦ୍ଵାରା ୪୦ ରନର ନଟ ଆଉଟ ପାରି ଖେଳିଥିଲେ।

ହାର୍ଦିକ ପାଣ୍ଡ୍ୟା ମ୍ୟାଚ ପରେ କହିଛନ୍ତି,”ମୁଁ ନିଜେ ଜୀବନରେ ଜିନିଷକୁ ସନ୍ତୁଳନ କରିବା ଆରମ୍ଭ କରିଦେଇଛି। ଏଥିପାଇଁ ପୂର୍ଵ କିଛି ସମୟରୁ ଚେଷ୍ଟା କରୁଥିଲି। ଶେଷରେ ମୋ ପରିବାର ,ମୋ ପୁଅ, ମୋ ଭାଇ ,ମୋ ପତ୍ନୀ ଏଥିପାଇଁ ଗୋଟେ ବଡ଼ ଭୂମିକା ପାଳନ କରିଛନ୍ତି। ସେ ମତେ ଜୀବନରେ ତଟସ୍ଥ ରହିବାକୁ ଅନୁମତି ଦେଇଛନ୍ତି। ମୁଁ ଘରକୁ ଯିବା ପାଇଁ ଓ ପରିବାର ସହିତ କିଛି ସମୟ ବିତାଇବା ପାଇଁ ଉତ୍ସଚୁକ ଅଛି। ଏହା ଦ୍ଵାରା ମତେ ଜଣେ ଭଲ କ୍ରିକେଟର ହେବାରେ ସାହାଯ୍ୟ ମିଳିଛି”। ହାର୍ଦିକ ନିଜ ଫିଟନେସକୁ ନେଇ ବହୁତ ଚିନ୍ତିତ ରହିଥିଲେ। ଏହା ଦ୍ଵାରା ସେ ଅନେକ ଦିନ ପର୍ଯ୍ୟନ୍ତ ଟିମରୁ ବାହାର ଥିଲେ। ଫେରିବା ପରେ ବୋଲିଙ୍ଗ କରିପାରିନଥିଲେ। ଏବେ ସେ ଧୀରେ ଧୀରେ ବୋଲିଙ୍ଗ କରୁଛନ୍ତି ଓ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି।

Google

ସେ ଆଗକୁ କହିଛନ୍ତି,”ଏବେ ଅଧିକ କିଛି ଭାବୁନାହିଁ। ଟିମର ସବୁ ୨୩ ଖେଳାଳି ଅଲଗା ଅଲଗା ଦାୟୀତ୍ୱରେ ଅଛନ୍ତି। ସମସ୍ତେ ଅଲଗା ଅଲଗା ଜିନିଷ ନେଇ ମ୍ୟାଚରେ ଓହ୍ଲାଇଥାନ୍ତି। ମୁଁ ଡେଭିଡ ମିଲରଙ୍କୁ ଖାଲି ଏତିକି କହିଛି କି ଯଦି ଆପଣଙ୍କ ଆଖ ପାଖରେ ଭଲ ଲୋକ ଅଛନ୍ତି ତେବେ ଆପଣଙ୍କୁ ଭଲ ଜିନିଷ ମିଳିବ”।

ସେ କହିଛନ୍ତି,”ମୁଁ ଦେଖୁଛିକି ଯେଉଁ ଖେଳାଳି ଚୂଡାନ୍ତ ଏକାଦଶରେ ମଧ୍ୟ ସାମିଲ ନାହଁନ୍ତି ସେ ମଧ୍ୟ ଚାହୁଁଛନ୍ତି ଟିମ ଭଲ ପ୍ରଦର୍ଶନ କରନ୍ତୁ। ରାଶିଦ ଖାନ ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି। ମୁଁ ମିଲରଙ୍କ ପାଇଁ ଗର୍ବୀତ। ମୁଁ ତାଙ୍କୁ କହିଲି କି ଖେଳର ସମ୍ମାନ କରିବା ଉଚିତ। ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଆମେ ଭୁଲ କରିଦେଇଥିଲୁ ଓ ଏଠାରେ ଚାହୁଁଥିଲୁ କି ଖେଳର ସମ୍ମାନ କରିବା ପାଇଁ। ଆମେ ଦୁହେଁ ହିଁ ମ୍ୟାଚକୁ ଶେଷ କରିବା ପାଇଁ ଚାହୁଁଥିଲୁ”।

Google

ପାଣ୍ଡ୍ୟା କହିଛନ୍ତି,”ଯେଉଁଠି ବି ମୋର ଟିମକୁ ମତେ ଖେଳିବାର ଆବଶ୍ୟକତା ପଡିଥାଏ ମୁଁ ଓହ୍ଲାଇଥାଏ। ମୁଁ ଏହା ମାଗିନଥାଏକି କେଉଁ ପୋଜିସନରେ ବ୍ୟାଟିଙ୍ଗ କରିବି। ମତେ ଟିମ ପାଇଁ ଖେଳି ସଫଳତା ମିଳିଛି। ଆମକୁ ଏହା ସୁନିଶ୍ଚିତ କରିବାର ଅଛି କି ସମସ୍ତେ ଏହି ସଫଳତାରେ ଯେପରି ସାମିଲ ହେବେ”।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *