ବ୍ୟୁରୋ ରିପୋର୍ଟ: ହାର୍ଦିକ ପାଣ୍ଡ୍ୟାଙ୍କ କହିବା ଅନୁସାରେ ଆଘାତ ପରେ ତାଙ୍କୁ ବୋଲିଙ୍ଗ ପାଇଁ କିଛି ସମୟର ଆବଶ୍ୟକତା ଥିଲା କିନ୍ତୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ତୃତୀୟ ପେସରଙ୍କ ଭୂମିକା ତୁଲାଇବା ପାଇଁ ପ୍ରସ୍ତୁତ।

ହାର୍ଦିକ କହିଛନ୍ତି,” ମୁଁ ସବୁ ବେଳେ ବୋଲିଙ୍ଗର ମଜା ଉଠାଇଥାଏ। ମୁଁ ପୂର୍ବରୁ ମଧ୍ୟ କହିଥିଲି କି ମତେ ବୋଲିଙ୍ଗରେ ଫେରିବା ପାଇଁ କିଛି ସମୟର ଆବଶ୍ୟକତା ଅଛି। ଯେବେ ମୁଁ ବୋଲିଙ୍ଗ କରିଥାଏ ଏହା ଦ୍ଵାରା ଟିମରେ ସନ୍ତୁଳନ ଓ ଅଧିନାୟକଙ୍କୁ ଆତ୍ମ ବିଶ୍ୱାସ ମିଳିଥାଏ”।
ହାର୍ଦିକ ପାଣ୍ଡ୍ୟା ଆଘାତରୁ ଫେରିବା ପରର ବୋଲର ରୂପରେ କେବେ କେବେ ତାଙ୍କ ଉପଯୋଗ କରାଗଲା। କିନ୍ତୁ ଏବେ ସେ ନିଜ କୋଟାର ପ୍ରାୟ ସବୁ ଓଭର କରୁଛନ୍ତି।

ହାର୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ଏକଦିବସିୟରେ ୪ ଓଭରରେ ୧୯ ରନ ଦେଇ ୧ ଟି ୱିକେଟ ନେଇଥିଲେ। ଭାରତ ଏହି ମ୍ୟାଚ ୭ ୱିକେଟରେ ଜିତି ସିରିଜ ୨-୧ରେ ଆଗୁଆ ହୋଇଯାଇଛି।
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ମ୍ୟାଚ ଜିତିବା ପରେ ପାଣ୍ଡ୍ୟା କହିଛନ୍ତି,”ଏହା ମଧ୍ୟରେ ମୋର “ଫିଲର” ରୂପରେ ବ୍ୟବହାର କରାଗଲା କିନ୍ତୁ ମୁଁ ଏବେ କହିପାରିବିକି ଟିମର ତୃତୀୟ ବା ଚତ୍ରୁର୍ଥ ପେସର ରୂପରେ ପୁରା ଓଭର ପକାଇପାରିବି। ମୁଁ ଯେଉଁଭଳି ବ୍ୟାଟିଙ୍ଗରେ ଯୋଗଦାନ ଦେଇଥାଏ ସେହିପରି ଵୋଲିଙ୍ଗରେ ମଧ୍ୟ ଯୋଗଦାନ ଦେଇପାରିବି”।

ସେ ଆଗକୁ କହିଛନ୍ତି,”ଜୀବନ ଯାହା ମତେ ଦେଇଛି ତା ପାଇଁ ମୁଁ ରୁଣୀ। ଯଦି ଆପଣ ଜୀବନରେ ନିଷ୍ଠାର ସହ କଠିନ ପରିଶ୍ରମ କରିବେ ଯେବେ ଖରାପ ପରିସ୍ଥିତିପରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ”। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତ୍ରୁର୍ଥ ଟି-୨୦ ଫ୍ଲୋରିଡାରେ ୬ ଅଗଷ୍ଟକୁ ଖେଳାଯିବ।
ହାର୍ଦିକ ପାଣ୍ଡ୍ୟା ଆଇପିଏଲର ୧୫ ତମ ସିଜନରେ ନିଜ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରିଥିଲେ। ସେବେ ସେ ୧୫ ମ୍ୟାଚରେ ୪୪ ଔସତରେ ୪୮୭ ରନ କରିବା ସହ ଚାରିଟି ଅର୍ଦ୍ଧଶତକ ଲଗାଇଥିଲେ।
Hardik Pandya is among the greatest all-rounders of Indian cricket ???#HardikPandya #kapildev #vinoomankad #CricketTwitter #IndianCricketTeam #wivind pic.twitter.com/anSYTP5GrF
— Sportskeeda (@Sportskeeda) August 3, 2022
ହାର୍ଦିକ ଆଇପିଏଲ ୨୦୨୨ରେ ୮ ଟି ୱିକେଟ ମଧ୍ୟ ନେଇଥିଲେ। ତାଙ୍କୁ ଭବିଷ୍ୟତର ଟିମ ଇଣ୍ଡିଆର ଅଧିନାୟକ ମାନାଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।