ଏସିଆ କପ ଏବଂ T-20 ବିଶ୍ୱକପ ପରେ ହାର୍ଦିକ ପାଣ୍ଡ୍ୟା ବନିବେ ଭାରତର ଅଧିନାୟକ? ପଢନ୍ତୁ ପୁରା ଖବର

ଆଇପିଏଲ ୨୦୨୨ ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ବହୁତ ଉପରକୁ ଉଠିଯାଇଛି। ହାର୍ଦିକ ପାଣ୍ଡ୍ୟା ଏବେ ଚାଲିଥିବା ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ମଧ୍ୟରେ କହିଛନ୍ତି କି ଆଗକୁ ଯାଇ ଯଦି ତାଙ୍କୁ ଭାରତ କ୍ରିକେଟର ଅଧିନାୟକ କରି ଦିଆଯାଏ। ତାହେଲେ ସେ ସେଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

Google

ହାର୍ଦିକ ପାଣ୍ଡ୍ୟାଙ୍କୁ ଯେତେବେଳ ପ୍ରଶ୍ନ ପଚରାଗଲା କି ସେ ଭାରତୀୟ ଟିମର ଅଧିନାୟକ ହେବାରେ ରୁଚି ରଖୁଛନ୍ତି କି ନାହିଁ ବୋଲି ସେ କହିଲେ,”କଣ ପାଇଁ ନୁହଁ, ସେ କହିଲେ ଯଦି ଭାବିଷ୍ୟତରେ ତାଙ୍କୁ ଏହି ସୁଯୋଗ ମିଳିବ ତାହେଲେ ସେଥିପାଇଁ ସେ ବହୁତ ଖୁସି ଅନୁଭବ କରିବେ। ସେ କହିଛନ୍ତି ଏବେ ଆମ ଆଗରେ ଏସିଆ କପ ଆଉ ଟି-୨୦ ବିଶ୍ୱକପ ରହିଛି। ତାଙ୍କ କହିବାର ମାନେ ହେଉଛି କି ଯେତେବେଳେ ଏସିଆ କପ ଆଉ ଟି-୨୦ ବିଶ୍ୱକପ ୨ କିମ୍ବା ୩ ମାସ ମଧ୍ୟରେ ହେବାକୁ ଅଛି ଏତେ କମ ସମୟ ମଧ୍ୟରେ ଆପଣ ଅଧିନାୟକ ବଦଳେଇ ପାରିବେ ନାହିଁ। ତାଙ୍କ କହିବାର ମାନେ ହେଉଛି ଏବେ ଭାରତର ଅଧିନାୟକ ପଦ ଠିକ ହାତରେ ଅଛି।

ହାର୍ଦିକ ପାଣ୍ଡ୍ୟା ଇସାରାରେ କହିଛନ୍ତି କି ଏବେ ତାଙ୍କୁ ଭାରତର ଅଧିନାୟକ ହେବାରେ କୌଣସି ରୁଚି ନାହିଁ। ତେବେ ଟି-୨୦ ବିଶ୍ୱକପ ପରେ ଯଦି ତାଙ୍କୁ ଭାରତର ଅଧିନାୟକ ପଦ ଭାରତର କ୍ରିକେଟ ବୋର୍ଡ ତାଙ୍କୁ ଦିଏ ତାହେଲେ ସେ ଏହାକୁ ମନା କରିବେ ନାହିଁ ବୋଲି ସେ କହିଛନ୍ତି।

ଏହି କଥାରୁ ସେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛନ୍ତି କି ଆଗକୁ ଯାଇ ସେ ଭାରତୀୟ ଟିମକୁ ସମ୍ଭାଳିବା ପାଇଁ ପୁରା ରେଡି ଅଛନ୍ତି। ତେଣୁ ଏହି କଥାରୁ ଆପଣ ଦେଖନ୍ତୁ କି ୬ ମାସ ପୂର୍ବରୁ ଯେତେବେଳେ ହାର୍ଦିକ ପାଣ୍ଡ୍ୟାଙ୍କ କୌଣସି ଠିକଣା ନ ଥିଲା। ସେ ଇଂଜୁରୀରେ ଥିଲେ ଭାରତୀୟ ଟିମ ଆସିବେ ନା ନାହିଁ ଏହା କାହାକୁ ଜଣା ନ ଥିଲା। ସେ ବୋଲିଙ୍ଗ କରିବେ ନା ବ୍ୟାଟିଂ କରିବେ ଏହା କାହାକୁ ଜଣା ନ ଥିଲା।

ମାତ୍ର ଏବେ ଯେମିତି ଲାଗୁଛି ଟି-୨୦ ବିଶ୍ୱକପ ପରେ ସେ ଭାରତୀୟ ଟିମର ଅଧିନାୟକ ପଦ ମଧ୍ୟ ସମ୍ଭାଳି ପାରନ୍ତି। ଆପଣ ଜାଣିଥିବେ ପ୍ରାୟ ଯେତେବେଳେ ଭାରତ କୌଣସି ଟ୍ରଫି ଜିତିଥାଏ ତାହେଲେ ସେ ଟ୍ରଫିକୁ ଯୁବ ଖେଳାଳି ମାନଙ୍କୁ ଧରିବାକୁ ଦିଆ ଯାଇଥାଏ।

Google

ମାତ୍ର ହାର୍ଦିକ ପାଣ୍ଡ୍ୟା ଏହି ଟ୍ରାଫିକୁ ସପର୍ଟିଂ ଷ୍ଟାଫକୁ ଦେଇଥିଲେ। ଏହି ସବୁ ଘଟଣାରୁ ସେ ଜଣାଇ ଦେବାକୁ ଚାହୁଁଛନ୍ତି କି ସେ ବହୁତ ସ୍ୱାବଲମ୍ବୀ ହୋଇ ସାରିଛନ୍ତି ଆଉ ପଛରେ ହୋଇଥିବା ଭୁଲରୁ ସେ ବହୁତ କିଛି ଶିଖିଛନ୍ତି। ତେଣୁ ଏଥିରୁ ଜଣା ପଡିବ କି ହାର୍ଦିକ ପାଣ୍ଡ୍ୟା ଏସିଆ କପ ଆଉ ଟି-୨୦ ବିଶ୍ୱକପରେ କଣ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *