୨ଟି ମ୍ୟାଚରେ ୧୮୩ ରନ ଓ ୫ଟି ୱିକେଟ,ରୋହିତ ଶର୍ମାଙ୍କ ଚିନ୍ତା ଦୂର! ମିଳିଗଲା ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ?

ଭେଙ୍କଟେସ ଅୟରଙ୍କର ବିଜୟ ହଜାରେ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଉତ୍ତରାଖଣ୍ଡ ବିରୁଦ୍ଧରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ ଓ ଦୁଇଟି ୱିକେଟ ମଧ୍ୟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଶେଷ ଦୁଇଟି ମ୍ୟାଚ କଥା କହିବା ତ ଭେଙ୍କଟେସ ଅୟର ଗୋଟେ ଶତକ ଓ ଗୋଟେ ଅର୍ଦ୍ଧଶତକ ସହ ୧୮୩ ରନ କରିଛନ୍ତି। ଏହା ସହ ସେ ୫ ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବେ ଆଘାତ କାରଣରୁ ଟିମରୁ ବାହରେ ଅଛନ୍ତି। ଏବେ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ହାର୍ଦିକଙ୍କ ଜାଗାରେ ଭେଙ୍କଟେସ ଅୟରଙ୍କୁ ଏକଦିବସିୟ ଟିମରେ ଜାଗା ମିଳିପାରେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଦକ୍ଷିଣ ଆଫ୍ରିକା ସହ ତିନୋଟି ଏକଦିବସିୟ ମ୍ୟାଚ ଖେଳିବ।

Google

ମ୍ୟାଚରେ ମଧ୍ୟପ୍ରଦେଶ ପ୍ରଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୩୩୦ ରନ କରିଥିଲା। ୫ ମ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଭେଙ୍କଟେସ ଅୟର ୪୯ ବଲରେ ୭୧ରନର ସୁନ୍ଦର ପାରି ଖେଳିଥିଲେ। ସେ ସେହି ପାରିରେ ତିନୋଟି ଚୌକା ଓ ୪ ଟି ଛକା ମାରିଥିଲେ। ଏହା ସହ ଓପନର ଅଭିଷେଖ ଭଣ୍ଡାରୀ ୧୦୬ ଓ ଶୁଭମ ଶର୍ମା ୭୦ ରନ କରିଥିଲେ। ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ଉତ୍ତରାଖଣ୍ଡ ଟିମ ୯ ୱିକେଟ ହରାଇ ୨୫୩ ରନ ହିଁ କରିପାରିଥିଲା। ଏହିପରି ମଧ୍ୟପ୍ରଦେଶ ଏହି ମ୍ୟାଚକୁ ୭୭ ରନରେ ଜିତିଥିଲା।

୫୮ ରନ ଦେଇ ଦୁଇଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ:

ଭେଙ୍କଟେସ ଅୟର ଏହି ମ୍ୟାଚରେ ବୋଲିଙ୍ଗ କରି ୧୦ ଓଭରରେ ୫୮ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଛଡା ପୁନିତ ଦାତେ ୩ ଟି ୱିକେଟ ନେଇଥିଲେ। ଏହାର ପୁର୍ବ ମ୍ୟାଚରେ ଭେଙ୍କଟେସ ଅୟରକେରଳ ବିରୁଦ୍ଧରେ ୮୪ ବଲରେ ୧୧୨ ରନ କରିଥିଲେ। ସେହି ମ୍ୟାଚରେ ୯ ଓଭର ବୋଲିଙ୍ଗ କରି ୫୫ ରନ ଦେଇ ତିନୋଟି ୱିକେଟ ମଧ୍ୟ ନେଇଥିଲେ। ପ୍ରଥମ ମ୍ୟାଚରେ ଭେଙ୍କଟେସ ମହାରାଷ୍ଟ୍ର ବିରୁଦ୍ଧରେ ୧୪ ରନ କରିଥିଲେ ଓ ଗୋଟେ ୱିକେଟ ନେଇଥିଲେ।

Google
କେକେଆର ୮ କୋଟି ଟଙ୍କାରେ କରିଛନ୍ତି ରିଟେନ:

କେକେଆର ଆଇପିଏଲ ୨୦୨୨ ପାଇଁ ଭେଙ୍କଟେସ ଅୟରଙ୍କୁ ୮ କୋଟି ଟଙ୍କାରେ ରିଟେନ କରିଛନ୍ତି। ଆଇପିଏଲ ୨୦୨୧ରେ ସେ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ ଓ ପ୍ରଥମ ଥର ଲିଗରେ ଓହ୍ଲାଇଥିଲେ। ସେ ଆଇପିଏଲ ୨୦୧୧ରେ ୧୦ ଟି ମ୍ୟାଚରେ ୩୭୦ ରନ କରିଥିଲେ ଓ ୩ ଟି ୱିକେଟ ମଧ୍ୟ ନେଇଥିଲେ। ନ୍ୟୁଜିଲାଣ୍ଡ ସିରିଜରେ ମଧ୍ୟ ତାଙ୍କୁ ମୌକା ମିଳିଥିଲା ଓ ଏବେ ଦକ୍ଷିଣ ଆଫ୍ରିକା ସିରିଜରେ ମଧ୍ୟ ତାଙ୍କ ଚୟନ ହୋଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *