ବ୍ୟୁରୋ ରିପୋର୍ଟ: ତେବେ ହାର୍ଦିକ ପାଣ୍ଡ୍ୟା ନିଜର ଲୋକପ୍ରିୟତା ତଥା ସଫଳତା ବଳରେ ଦୁନିଆର ସବୁଠୁ ବଡ଼ କ୍ରିକେଟ ବୋର୍ଡ ବିସିସିଆଇ ସହ ପ୍ରାୟ ଭିଡ଼ିବାରେ ଲାଗିଥିଲେ ମାତ୍ର ତାଙ୍କୁ ଏକ ୱାର୍ନିଙ୍ଗ କଣ ମିଳିଛି ସେ ନିଜର ଫଇସଲା ପରିବର୍ତ୍ତନ କରି ଦେଇଛନ୍ତି। ତେବେ ହାର୍ଦିକ ପାଣ୍ଡ୍ୟା ନିଜର ଫିଟନେସ ପାଇଁ ଟିମରୁ ବାହାରେ ଥିଲେ ମାତ୍ର ସେ ଏନସିଏର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେଇଛନ୍ତି।

ପ୍ରାୟ ସେ ପ୍ରଥମେ ଏନସିଏର ଆଦେଶ ଅବମାନନା କରୁଥିଲେ ମାତ୍ର ତାଙ୍କୁ ବିସିସିଆଇ ୱାର୍ନିଙ୍ଗ କଣ ଦେଲା ସେ ଏବେ ଏନସିଏ ତରଫରୁ ଚାଲୁଥିବା ବାଙ୍ଗାଲୋରର ଫିଟନେସ କ୍ୟାମ୍ପର ଅଂଶୀଦାର ହେବାକୁ ଯାଉଛନ୍ତି। ତେବେ ସେ ଏହି କାରଣରୁ ଏନସିଏର ଫିଟନେସ କ୍ୟାମ୍ପରେ ନିଜର ଫିଟନେସ ପାଇଁ କିଛି ସମୟ ଅତିବାହିତ ମଧ୍ୟ କରିଥିଲେ ମାତ୍ର ପରର ସେ ଏଠାରୁ ବାହାରି ନିଜର ପ୍ରର୍ସନାଲ ଟ୍ରେନରଙ୍କ ସହ ହିଁ କାମ କରିବାକୁ ଲାଗି ଯାଇଥିଲେ।
ତେବର ସୂତ୍ର ମୁତାବିକ ନିଜର ଇଂଜୁରୀରୁ ରିକଭରି ବାବଦରେ ସେ ବିସିସିଆଇକୁ କିଛି ବି ଖବର ଦେଇ ନଥିଲେ। ମାତ୍ର ବିସିସିଆଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରେ ଖେଳାଯିବାକୁ ଥିବା ସିରିଜ ଦଳରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ଚାହାନ୍ତି। ଏହା ଆଗରୁ ଏନସିଏ କ୍ୟାମ୍ପରେ ଆସୁଥିବା ଖେଳାଳି ମାନଙ୍କ ଲିଷ୍ଟରେ ହାର୍ଦିକଙ୍କ ନାମ ମଧ୍ୟ ସାମିଲ ନଥିଲା। ମାତ୍ର ବିସିସିଆଇର ଫଇସଲା ପରିବର୍ତ୍ତନ ହେଇ ଯାଇଛି। ସେ ଏହି ଲିଷ୍ଟରେ ହାର୍ଦିକଙ୍କର ନାମ ରଖିଛନ୍ତି।

ତେବେ ଏହା ଆଗରୁ ବିସିସିଆଇ ହାର୍ଦିକଙ୍କର ପିଠି ତଥା ତାଙ୍କ ଇଂଜୁରୀ ବାବଦରେ ଜାଣିବାକୁ ଚାହାନ୍ତି। ସେଥିପାଇଁ ହିଁ ବିସିସିଆଇ ଅଧିକାରୀ ତାଙ୍କୁ ଏହି ଏନସିଏ କ୍ୟାମ୍ପରେ ସାମିଲ କରିଛନ୍ତି। ସୂତ୍ର ମୁତାବିକ ଏନସିଏର ଅଧ୍ୟକ୍ଷ ଚେତନ ଶର୍ମା ବ୍ୟକ୍ତିଗତ ଭାବେ କଲ କରି ହାର୍ଦିକ ପାଣ୍ଡ୍ୟାଙ୍କୁ ଏହି କ୍ୟାମ୍ପରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ହାର୍ଦିକ ସମ୍ପୂର୍ଣ ରୂପେ ଫିଟ ହେଇ ଯାଆନ୍ତି ଆଉ ତାଙ୍କର ଆଗାମୀ ଆଇପିଏଲ ସିଯିନ ଭଲ ରହେ ତାହେଲେ ତାଙ୍କୁ ଆଗାମୀ ଜୁନରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜରେ ସାମିଲ କରା ଯାଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।