ଇଂଲଣ୍ଡରେ ମଧ୍ୟ ଟି-୨୦ ରେ ହାର୍ଦିକ ହେବେ ଦଳର ଅଧିନାୟକ। ବିସିସିଆଇ କହିଛନ୍ତି ଏହି ବଡ଼ କଥା। ରୋହିତ ଶର୍ମା,ବିରାଟ କୋହଲି, ରିସଭ ପନ୍ତ, ଶ୍ରେୟସ ଅୟର ଏବଂ ବୁମରାଙ୍କୁ ଟି-୨୦ ରୁ ଦିଆଯିବ ଛୁଟି। ଗୋଟେ ଭାରତ ଦେଶର ଦଳ ଇଂଲଣ୍ଡରେ ଅଛି ଯେଉଁ ଟିମ ଇଂଲଣ୍ଡ ସହ ୫ମ ଟେଷ୍ଟ ଖେଳିବ ଏବଂ ଆଉ ଏକ ଟିମ ଆୟରଲ୍ୟାଣ୍ଡରେ ଅଛି ଯେଉଁ ଦଳ ୨୬ ତାରିଖରେ ପ୍ରଥମ ଟି-୨୦ ଖେଳିବାର ଅଛି।ଚୟନକର୍ତ୍ତାମାନେ ଏହା କହିଦେଇଛନ୍ତି ଯେ ଯେଉଁ ଦଳ ଆୟରଲ୍ୟାଣ୍ଡ ସହ ଟି-୨୦ ଖେଳିବାକୁ ଯାଉଛି ସେହି ଦଳ ଇଂଲଣ୍ଡ ସହ ହେବାକୁ ଥିବା ଟି-୨୦ ଖେଳରେ ମଧ୍ୟ ଦେଖାଯିବେ। ଆମେ ଭାବୁଥିବା ଏମତି କାହିଁକି ହବ ଏବଂ ଚୟନକର୍ତ୍ତା ମାନେ ଏମିତି କାହିଁକି ଭାବୁଛନ୍ତି।

ଭାରତ ଦଳର ଯୋଉ ଟେଷ୍ଟ ଦଳ ଅଛି ସେଥିରେ ରୋହିତ, ବିରାଟ, ପନ୍ତ ସାମିଲ ଅଛନ୍ତି। ଏମାନେ ସମସ୍ତେ ଟି-୨୦ ଦଳର ମଧ୍ୟ ଖେଳାଳି। ଏବଂ ୧ ଜୁଲାଇରୁ ୫ ଜୁଲାଇ ଟେଷ୍ଟ ଚାଲିବ ସେଥିରେ ଏମାନେ ମଧ୍ୟ ଖେଳିବେ ତାପର ଗୋଟେ ଦିନ ପରେ ଟି-୨୦ ଖେଳାଯିବ ସେଥିପାଇଁ ଏହି ଖେଳାଳି ମାନଙ୍କୁ ବିଶ୍ରାମ ଦିଆଯିବା ଏବଂ କୁହାଯିବ ଏକଦିବସୀୟ ମ୍ୟାଚ ପାଇଁ ପ୍ରସ୍ତୁତ ହେବାକୁ ଏବଂ ଯେଉଁ ଦଳ ଆୟରଲ୍ୟାଣ୍ଡ ରେ ଖେଳୁଥିବେ ସେମାନେ ଇଂଲଣ୍ଡକୁ ଆସିକି ଟି-୨୦ ଖେଳିବେ।
ଟେଷ୍ଟ ପୂର୍ବରୁ ଦଳକୁ ମଧ୍ୟ ଅଭ୍ୟାସ ମ୍ୟାଚ ଖେଳିବାର ଅଛି ସେଥିପାଇଁ ସେମାନେ ଥକିଯିବେ ସେଥିପାଇଁ ଚୟନକର୍ତ୍ତା ମାନେ ମନ କରିଛନ୍ତି ଯେ ସେ ଖେଳାଳି ମାନଙ୍କୁ ବିଶ୍ରାମ ଦିଆଯିବ। ତ ଏଥିରୁ ସଫା ଜଣା ପଡୁଛି ଯେ ଯେହେତୁ ହାର୍ଦିକ ପାଣ୍ଡ୍ୟା ଆୟରଲ୍ୟାଣ୍ଡରେ ଦଳର ଅଧିନାୟକ କରୁଛନ୍ତି ତ ସେ ଇଂଲଣ୍ଡରେ ମଧ୍ୟ ୩ଟି ଟି-୨୦ ପାଇଁ ଦଳର ଅଧିନାୟକ କରିବେ ଯେଉଁ ଦଳରେ ରୋହିତ,ବିରାଟ, ବୁମରା ଏବଂ ପନ୍ତ ଖେଳିନପାରନ୍ତି।
Hardik Pandya to lead Team India in T20Is against England too?https://t.co/j0jU8Fgm6E @hardikpandya7 #INDvsENG pic.twitter.com/nTpuqSCK1K
— Sports Tak (@sports_tak) June 21, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।