ବ୍ୟୁରୋ ରିପୋର୍ଟ: ବିସିସିଆଇ ଆୟରଲ୍ୟାଣ୍ଡ ଗ୍ରସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରିଦେଇଛି। ଏହି ଗ୍ରସ୍ତରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଓ ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ କରାଯାଇଛି। ଏହି ସିରିଜରେ ରିଷଭ ପନ୍ତଙ୍କୁ ଆରାମ ଦିଆଯାଇଛି ଓ ସୂର୍ଯ୍ୟ କୁମାର ଯାଦବ ଦଳକୁ ଫେରିଛନ୍ତି।

ଟିମ ଇଣ୍ଡିଆ ଇଂଲଣ୍ଡ ଗ୍ରସ୍ତ ପୂର୍ବରୁ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଦୁଇଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହି ସିରିଜ ୨୬ ଓ ୨୮ ଜୁନକୁ ଖେଳାଯିବ। ଏହି ସିରିଜରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଯୁବ ଖେଳାଳିଙ୍କୁ ଏହି ସିରିଜରେ ମୌକା ଦିଆଯାଇଛି। ଭାରତୀୟ ସମୟ ଅନୁସାରେ ଏହାର ସିଧା ପ୍ରସାରଣ ରାତି ୯ରୁ ହେବାର ଅଛି
ଆୟରଲ୍ୟାଣ୍ଡ ବିରୁଦ୍ଧରେ ସିରିଜରେ ଭାରତୀୟ ଟିମ:ହାର୍ଦିକ ପାଣ୍ଡ୍ୟା (ଅଧିନାୟକ),ଭୁବନେଶ୍ୱର କୁମାର (ଉପଅଧିନାୟକ),ଋତୁରାଜ ଗାୟକୱାଡ଼, ଇସାନ କିସନ, ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ,ଭେଙ୍କଟସ ଅୟର, ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ, ଦିନେସ କାର୍ତ୍ତିକ,ୟୁଜବେନ୍ଦ୍ର ଚାହଲ, ଅକ୍ସର ପଟେଲ,ରବି ବିସ୍ନୋଇ, ହର୍ଷଲ ପଟେଲ, ଆବେଶ ଖାନ ,ଅର୍ସଦୀପ ସିଂହ, ଉମରାନ ମଲ୍ଲିକ।
India Squad
Hardik Pandya (C), Bhuvneshwar Kumar (vc), Ishan Kishan, Ruturaj Gaikwad, Sanju Samson, Suryakumar Yadav, Venkatesh Iyer, Deepak Hooda, Rahul Tripathi, Dinesh Karthik (wk), Yuzvendra Chahal, Axar Patel, R Bishnoi, Harshal Patel, Avesh Khan, Arshdeep Singh, Umran Malik— BCCI (@BCCI) June 15, 2022
ଆଇପିଏଲ ଟ୍ରଫି ଜିତିବାର ମିଳିଛି ପୁରସ୍କାର:
ଟି-୨୦ ବିଶ୍ୱକପ ୨୦୨୧ ପରେ ହାର୍ଦିକ ପାଣ୍ଡ୍ୟା ଆନ୍ତର୍ଜାତିୟ କ୍ରିକେଟରୁ ଦୂରରେ ଥିଲେ। ଆଇପିଏଲ ୨୦୨୨ରେ ସେ ଫେରିଥିଲେ ଓ ଗୁଜରାଟ ଟାଇଟନ୍ସର ଅଧିନାୟକ ହିସାବରେ ସୁନ୍ଦର ପ୍ରଦର୍ଶନ କରି ନିଜ ଟିମକୁ ଚମ୍ପିୟନ କରିଥିଲେ। ଏହାର ପୁରସ୍କାର ହାର୍ଦିକଙ୍କୁ ମିଳିଛି। ପ୍ରଥମେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଉପଅଧିନାୟକ ଓ ଏବେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଅଧିନାୟକ ପଦ ପାଇଛନ୍ତି।
ଆୟରଲ୍ୟାଣ୍ଡ ଭଳି ଟିମ ବିରୁଦ୍ଧରେ ଟିମ ଇଣ୍ଡିଆ ନିଜର ଟିମ ବି କୁ ଓହ୍ଲାଉଛି କିନ୍ତୁ ଖେଳାଳିଙ୍କ ଉପରେ ନଜର ପକାଇବା ତ ଏଥିରେ ଆଇପିଏଲର ଜବରଦସ୍ତ ଖେଳାଳି ସାମିଲ ଅଛନ୍ତି। ରାହୁଲ ତ୍ରିପାଠୀ ଓ ସଞ୍ଜୁ ସାମସନଙ୍କୁ ମୌକା ମିଳିଛି ଯାହାଙ୍କୁ ଆଫ୍ରିକା ବିରୁଦ୍ଧରେ ସିରିଜରେ ମୌକା ମିଳିନଥିଲା। ଏହି ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଫେରିଛନ୍ତି ଓ ରିଷଭ ପନ୍ତଙ୍କୁ ଆରାମ ଦିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।