ଆଇପିଏଲରେ ଭଲ ଖେଳ ପରେ ହାର୍ଦିକ ପାଣ୍ଡ୍ୟା ଭାରତ ଦଳରେ ସ୍ଥାନ ପାଇ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି। ସେହି ହାର୍ଦିକ ପାଣ୍ଡ୍ୟା ଯାହା ବିରୁଦ୍ଧରେ କୁହାଯାଉଥିଲା ଯେ ସେ ଭାରତ ଦଳ ପାଇଁ ଆଉ ଖେଳିପାରିବେନି ବୋଲି ଏବଂ ସେହି ହାର୍ଦିକ ପାଣ୍ଡ୍ୟା ଆଗାମୀ ଟି -୨୦ ରେ ଭାରତ ଦଳର ଅଧିନାୟକ ହେବାକୁ ଯାଉଛନ୍ତି। ସେ ତ ନିଜକୁ ପ୍ରମାଣ କରିସାରିଛନ୍ତି କିନ୍ତୁ ତାଙ୍କ ବିଷୟରେ ପୂର୍ବ ଖେଳାଳି କିରଣ ମୋରେ ଏକ ବହୁତ ବଡ଼ କଥା କହିଛନ୍ତି। ଆସନ୍ତୁ ଜାଣିବା ସେ କଣ କହିଛନ୍ତି।

ହାର୍ଦିକ ପାଣ୍ଡ୍ୟାଙ୍କ ଛୋଟ ବେଳର କୋଚ ଏବଂ ପୂର୍ବ ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ଏକ ବହୁତ ବଡ଼ କଥା କହିଛନ୍ତି। ସେ ତାଙ୍କ ଖେଳ ଉପରେ ଏକ ବହୁତ ବଡ଼ କଥା କହିଛନ୍ତି ଯାହା ତାଙ୍କ ଚହିତ ଲୋକ ମାନଙ୍କ ପାଇଁ ଏକ ଜାଣିବା କଥା। ସେ କହିଛନ୍ତି ଯେ ଦୁନିଆ ଏବେ ହାର୍ଦିକଙ୍କୁ ଏକ ଅଲରାଉଣ୍ଡର ଭାବେ ଜାଣିଛି କିନ୍ତୁ ସେ ଯେତେବେଳେ ଖେଳ ଆରମ୍ଭ କରିଥିଲେ ସେତେବେଳେ ସେ ଏକ ଲେଗ ସ୍ପିନର ହେବାକୁ ଚାହୁଁଥିଲେ। ସେ କହିଲେ ଯେ ଯେତେବେଳେ ହାର୍ଦିକ ମୋ ଏକାଡେମୀରେ ଆସିଲେ ସେ ଏକ ଲେଗ ସ୍ପିନର ଯେ ବ୍ୟାଟିଂ କରିପାରିବ ସେହି ପରି ଖେଳୁଥିଲେ ସେ ସେଥିପାଇଁ ମଧ୍ୟ ବହୁତ ଅଭ୍ୟାସ କରୁଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ସେତେବେଳେ ସେ ଡେଲ ଷ୍ଟେନଙ୍କ ବିଷୟରେ ପଚାରିଥିଲେ ଏବଂ ତାଙ୍କ ବୋଲିଂକୁ ଦେଖି ସେ ସେହିପରି ବୋଲିଂ କରିବା ଆରମ୍ଭ କଲେ।
ଆଇପିଏଲରେ ସେ ଭଲ କରି ଚକିତ କରିଦେଇଛନ୍ତି ଏବଂ ତାଙ୍କର ବୋଲିଂ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ସେ ଗୁଜରାଟ ଟିମ ପଟେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ଏବେ ଭାରତ ଦଳ ପାଇଁ ଆୟରଲ୍ୟାଣ୍ଡ ସହ ଖେଳରେ ଅଧିନାୟକ କରିବାର ଅଛି। ତାଙ୍କ ଅଧିନାୟକରେ ଗୁଜରାଟ ଦଳ ମଧ୍ୟ IPL କପ ଜିତିଥିଲା ଏବଂ ହାର୍ଦିକ ବ୍ୟାଟିଂ କରି ରନ କରିବା ସହ ଜବରଦସ୍ତ ବୋଲିଂ କରିଥିଲେ। ହାର୍ଦିକ ଦକ୍ଷିଣ ଆଫ୍ରିକା ସହ ମଧ୍ୟ ଭଲ ଖେଳିଥିଲେ କିନ୍ତୁ ସେ ଇଂଲଣ୍ଡ ସହ ଖେଳାଯିବ ଟେଷ୍ଟ ଦଳରେ ନାହାନ୍ତି କିନ୍ତୁ ସେ ୧୧ ଟି ଟେଷ୍ଟରେ ୧୭ ୱିକେଟ ନେଇଛନ୍ତି। ଏବଂ ସେ ଏଥର ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇଁ ନିଜ ଖେଳ ଦେଖାଇ ସାରିଲେଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।