ବ୍ୟୁରୋ ରିପୋର୍ଟ: ଭାରତ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜର ଆରମ୍ଭ ବିଜୟ ସହିତ କରିଛି। ଗୁରୁବାରକୁ ସାଉଥଆମ୍ପଟନର ରୋଜ ବାଉଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୫୦ ରନର ବିଜୟ ହାସଲ କରି ସିରିଜରେ ୧-୦ରେ ଆଗେଇଯାଇଛି। ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୮ ୱିକେଟ ହରାଇ ୧୯୮ ରନ କରିଥିଲା। ଜବାବରେ ଇଂଲଣ୍ଡ ୧୯.୩ ଓଭରରେ ୧୪୮ ରନର ଅଲଆଉଟ ହୋଇଯାଇଥିଲା। ରୋହିତ ଶର୍ମା ଏହିପରି ଟି-୨୦ ଇଣ୍ଟରନେସନାଲରେ ଲଗାତର ୧୩ ମ୍ୟାଚ ଜିତିଥିବା ପ୍ରଥମ ଅଧିନାୟକ ହୋଇଯାଇଛନ୍ତି।

ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟି ଯାକରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ଅର୍ଦ୍ଧଶତକ ଲଗାଇରିବା ଓ ୪ ଟି ୱିକେଟ ନେଇଥିବା ପ୍ରଥମ ଥରଭାରତୀୟ ଖେଳାଳି ହୋଇଯାଇଛନ୍ତି।ସେ ଏହି ମ୍ୟାଚରେ ୫୧ ରନର ଯୋଗଦାନ ଦେବାସହ ଚାରିଟି ୱିକେଟ ନେଇଛନ୍ତି। ସେ ନିଜର ପ୍ରଥମ ଓଭର ତଥା ପାରିର ୫ ମ ଓଭରରେ ଦୁଇଟି ୱିକେଟ ନେଇଥିଲେ। ସେ ଡେଭିଡ଼ ମଲାନ ଓ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଆଉଟ କରିଥିଲେ ଓ ଏହା ପରେ ପାରିର ୭ ମ ଓଭରରେ ଯେସନ ରୟଙ୍କୁ ହର୍ଷଲ ପଟେଲଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ।
୧୯୯ ରନର ପିଛା କରିବାକୁ ଓହ୍ଲାଇ ଇଂଲଣ୍ଡ ଲଗାତର ୱିକେଟ ହରାଇଲା। ଇଂଲଣ୍ଡ ପାଇଁ ସବୁଠୁ ଅଧିକ ରନ ମୋଇନ ଅଲ୍ଲୀ (୩୬) କରିଥିଲେ। ସେ ହୈରି ବୃକ(୨୮)ଙ୍କ ସହ ୫ ୱିକେଟ ପାଇଁ ୬୧ ରନର ପାର୍ଟନରସିପ କରିଛନ୍ତି। ମୋଇନ ୨୦ ବଲର ନିଜ ପାରିରେ ୪ ଟି ଚୌକା ଓ ୨ ଟି ଛକା ଲଗାଇଥିଲେ। ଯେବେକି ହୈରି ୨୩ ବଲରେ ୨ ଟି ଚୌକା ଓ ୧ ଟି ଛକା ଲଗାଇଥିଲେ ଓ ୨୮ ରନ କରିଥିଲେ। କ୍ରିସ ଜୋର୍ଡନ ୧୭ ବଲରେ ୨ ଟି ଚୌକା ଓ ୧ ଟି ଛକା ଦ୍ଵାରା ୨୬ ରନ କରି ନଟଆଉଟ ରହିଥିଲେ। ହାର୍ଦିକଙ୍କ ସହ ୟୁଜବେନ୍ଦ୍ର ଚହଲ ୨ ଟି ଓ ଡେବ୍ୟୁ ମ୍ୟାଚ ଖେଳୁଥିବା ଅର୍ସଦୀପ ସିଂହ ୨ ଟି ୱିକେଟ ନେଇଥିଲେ। ପେସର ଭୁବନେଶ୍ୱର କୁମାର ଓ ହର୍ଷଲ ପଟେଲ ୧-୧ ୱିକେଟ ନେଇଥିଲେ।
For his brilliant show with the bat and ball, @hardikpandya7 is adjudged Player of the Match as #TeamIndia win the first T20I by 50 runs.
Take a 1-0 lead in the series.
Scorecard – https://t.co/Xq3B0KTRD1 #ENGvIND pic.twitter.com/oEavD7COnZ
— BCCI (@BCCI) July 7, 2022
ଏହା ପୂର୍ବରୁ ଭାରତ ଇଂଲଣ୍ଡ ସାମ୍ନାରେ ୧୯୯ ରନର ଲକ୍ଷ୍ୟ ରଖିଥିଲା। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସବୁଠୁ ଅଧିକ ୫୧ ରନର ଯୋଗଦାନ ଦେଇଥିଲେ। ସେ ଇଣ୍ଟରନେସନାଲ ଟି-୨୦ରେ ନିଜର ପ୍ରଥମ ଅର୍ଦ୍ଧଶତକ ଲଗାଇଲେ। ହାର୍ଦିକ ୩୩ ବଲର ପାରିରେ ୬ ଟି ଚୌକା ଓ ଗୋଟେ ଛକା ଲଗାଇଥିଲେ। ତାଙ୍କ ଛଡା ସୂର୍ଯ୍ୟକୁମାର ଯାଦବ ୧୯ ବଲରେ ୩୯ ରନ କରିଥିଲେ।
ଦୀପକ ହୁଡ୍ଡା ୧୭ ବଲରେ ୩ ଟି ଚୌକା ଓ ୨ ଟି ଛକା ଦ୍ଵାରା ୩୩ ରନର ଯୋଗଦାନ ଦେଇଥିଲେ।ଅଧିନାୟକ ରୋହିତ ଶର୍ମା ୧୪ ବଲରେ ୫ ଟି ଚୌକା ଦ୍ଵାରା ୨୪ ରନ କରିଛନ୍ତି। ଇଂଲଣ୍ଡ ପାଇଁ କ୍ରିସ ଜୋର୍ଡନ ୨୩ ରନ ଦେଇ ୨ ଟି ୱିକେଟ ନେଇଛନ୍ତି। ସ୍ପିନର ମୋଇନ ଅଲ୍ଲୀ ୨୬ ରନ ଦେଇ ୨ ଟି ୱିକେଟ ନେଇଛନ୍ତି। ରିସ ଟୋପଲି,ଟାଇମଲ ମିଲସ ଓ ମେଥୟୁ ପାର୍କିସନ ୧-୧ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।