ହାର୍ଦିକ ପାଣ୍ଡ୍ୟାଙ୍କୁ ଫ୍ୟାନ୍ସ ନୁହଁ ପସନ୍ଦ! ଲୋକମାନେ କଲେ ଟ୍ରୋଲ, ଦେଖନ୍ତୁ ଭାଇରଲ ଭିଡିଓ

ହାର୍ଦିକ ପାଣ୍ଡ୍ୟା କିଛି ଦିନରୁ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ସେ ଏବେ ଖରାପ ଫିଟନେସ ଦେଇ ଗତିକରୁଛନ୍ତି। ନ୍ୟୁଜିଲାଣ୍ଡ ପରେ ଏବେ ଦକ୍ଷିଣ ଆଫ୍ରିକା ସିରିଜରେ ମଧ୍ୟ ତାଙ୍କୁ ଚୟନ କରାଯାଇନାହିଁ। ଟି-୨୦ ବିଶ୍ୱକପ ୨୦୨୧ରେ ତାଙ୍କର ଓ ଟିମର ଦୁହିଁଙ୍କର ପ୍ରଦର୍ଶନ ଖରାପ ରହିଥିଲା। ଏହା ପରେ ଆଇପିଏଲ ୨୦୨୨ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଟିମ ତାଙ୍କୁ ରିଟେନ କରିନଥିଲା। ଆଇପିଏଲର ଆଗାମୀ ସିଜନରେ ସେ ଅନ୍ୟ ଟିମ ପଟୁ ଖେଳିପାରନ୍ତି।

ହାର୍ଦିକ ପାଣ୍ଡ୍ୟାଙ୍କର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଦେଖାଯାଉଛି ସେ ହୋଟେଲରୁ ବାହାରିବା ପରେ ଜଣେ ପ୍ରସଂସକ ତାଙ୍କ ସହ ଫଟୋ ଉଠେଇବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରସଂସକ ଜଣଙ୍କ ଫଟୋ ଉଠେଇବା ପାଇଁ ତାଙ୍କ କାନ୍ଧରେ ହାତ ରଖୁଛନ୍ତି। ଏହି କଥା ପାଣ୍ଡ୍ୟାଙ୍କୁ ଭଲ ଲାଗୁନାହିଁ ଓ ସେ ପ୍ରସଂସକଙ୍କ ହାତ ହଟାଇଦେଉଛନ୍ତି। ଏହା ପରେ ଏହି ଭିଡ଼ିଓ ଭାଇରାଲ ହେଇଗଲା ଓ ପ୍ରସଂସକ ତାଙ୍କୁ ନେଇ ଅନେକ କଥା କହୁଛନ୍ତି। ଜଣେ ପ୍ରସଂସକ ଲେଖିଛନ୍ତିକି ହାର୍ଦିକ ଭାଇ ଆଟିଟ୍ୟୁଡ଼ ଦେଖାଉଛନ୍ତି। ଅନ୍ୟ ଜଣେ ଲେଖିଛନ୍ତିକି ସେ ଖରାପ ସମୟ ଭୁଲିଯାଇଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

ବିଶ୍ୱକପ ପରେ ଖେଳି ନାହାଁନ୍ତି:

ହାର୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୧ରେ ବୋଲିଙ୍ଗ କରିନଥିଲେ। ସେବେଠୁ ତାଙ୍କ ଫିଟନେସକୁ ନେଇ ପ୍ରଶ୍ନ କରାଯାଉଛି। ଏହା ପରେ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୧ରେ ତାଙ୍କୁ ଖେଳିବାର ମୌକା ମିଳିଲା। ଏହା ପରଠୁ ସେ ଫିଟନେସକୁ ନେଇ ବାହାରେ ଅଛନ୍ତି। ସେ ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବାହାରେ ଥିଲେ। ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା କିନ୍ତୁ ଖେଳୁଛନ୍ତି।

ଚୟନକର୍ତା ଏବେ ହାର୍ଦିକଙ୍କ ବିକଳ୍ପ ଖୋଜୁଛନ୍ତି। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ସିରିଜରେ ଭେଙ୍କଟେସ ଅୟରଙ୍କୁ ମୌକା ଦିଆଯାଇଥିଲା। ଭେଙ୍କଟେସ ଅୟର ବିଜୟ ହଜାରେରେ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ ଓ ବୋଲିଙ୍ଗ କରିଥିଲେ। ତାଙ୍କୁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ମଧ୍ୟ ମୌକା ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *