ପାଣ୍ଡ୍ୟା କଣ ପାଇଁ ହେଲେ ଟିମରୁ ବାହାର? କଣ ପୁଣି ମିଳିବ ମୌକା? ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ

ହାର୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପର ଅଭିଯାନ ଶେଷ ହେବା ପରଠାରୁ ବାହାରେ ଅଛନ୍ତି। ଟି-୨୦ ବିଶ୍ୱକପରେ ସେ ବ୍ୟାଟିଙ୍ଗ ନା ବୋଲିଙ୍ଗ କେଉଁଥିରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ଏହା ପରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ସିରିଜରେ ପାଣ୍ଡ୍ୟାଙ୍କୁ ଜାଗା ମିଳିଲା ନାହିଁ। ପାଣ୍ଡ୍ୟା ଆଘାତ କାରଣରୁ ଟିମରୁ ବାହାରିଛନ୍ତି ନା ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ବାହାର କରିଦିଆଯାଇଛି?

Google

ଏହା ଉପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଜବାବ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ପାଣ୍ଡ୍ୟା ଜଣେ ଭଲ ଖେଳାଳି ଅଟନ୍ତି ଓ ତାଙ୍କୁ କେବଳ ଟିମରୁ ଏବେ ତାଙ୍କ ଖରାପ ଫିଟନେସ ପାଇଁ ବାହାର କରାଯାଇଛି। ବର୍ଷ ୨୦୧୯ ପରଠୁ ପିଠିର ଆଘାତ କାରଣରୁ ସେ ଭାରତ ଓ ମୁମ୍ବାଇ ଇଣ୍ଡିଆନ୍ସ ଦୁହିଁଙ୍କ ପଟୁ ବୋଲିଙ୍ଗ କରିପାରୁ ନାହାନ୍ତି।

ଆଘାତରୁ ପୁରା ଠିକ ହେବା ପରେ ଫେରିବେ ପାଣ୍ଡ୍ୟା:

ଗାଙ୍ଗୁଲି ସଫା ସଫା କହିଛନ୍ତି କି ଖରାପ ପ୍ରଦର୍ଶନ ନୁହେଁ ବରଂ ଆଘତ କାରଣରୁ ଟିମରୁ ବାହାରିଛନ୍ତି। ଯେବେ ସେ ଫିଟ ହୋଇଯିବେ ସେ ଟିମରେ ନିଜ ଜାଗା ହାସଲ କରିନେବେ। ସେ ଜଣେ ଭଲ ଖେଳାଳି ଅଟନ୍ତି ଓ ଆଘାତ କାରଣରୁ ଏବେ ସେ ଟିମରୁ ବାହାରେ ଅଛନ୍ତି ଓ ଜଲ୍ଦି ଫିଟ ହୋଇ ସେ ପୁଣି ଫେରିବେ।

Google

ଖବର ଆସୁଥିଲା କି ହାର୍ଦିକ ପାଣ୍ଡ୍ୟା ନିଜ ଫିଟନେସ ଉପରେ ପୁରା ଧ୍ୟାନ ଲଗାଇବାକୁ ଚାହୁଁଛନ୍ତି ତେଣୁ ସେ ନେସନାଲ ଚୟନକର୍ତାଙ୍କୁ କହିଛନ୍ତି କି ସେ କେବଳ ଫିଟନେସ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ତେଣୁ ତାଙ୍କ ନାମକୁ ନେଇ ଏବେ ବିଚାର ନକରାଯାଉ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *