ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ୧୦ ଫେବୃଆରୀରୁ ଆରମ୍ଭ ହେବାକୁଥିବା ରଣଜୀ ଟ୍ରଫିରେ ଭାଗ ନେବେ ନାହିଁ। ତାଙ୍କ ନଜର ସୀମିତ ଓଭର କ୍ରିକେଟରେ ଭାରତୀୟ ଟିମକୁ ଫେରିବା ଅଟେ। ବରୋଦା କ୍ରିକେଟ ଆସୋସିଏସନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଭାଗ ପାଇଁ ୨୦ ଜଣିଆ ସଦସ୍ୟ ବିଶିଷ୍ଟ ଟିମ ଘୋଷଣା କରିଛି। ଏଥିରେ କେଦାର ଦେବଧରଙ୍କୁ ଅଧିନାୟକ ଓ ବିଷ୍ଣୁ ସୋଲଂଙ୍କିଙ୍କୁ ଉପଅଧିନାୟକ କରାଯାଇଛି।

୨୦ ସଦସ୍ୟ ବିଶିଷ୍ଟ ଟିମରେ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ନାହିଁ।ହାର୍ଦିକ ପାଣ୍ଡ୍ୟା ପୂର୍ଵ ବର୍ଷ ହୋଇଥିବା ଟି-୨୦ ବିଶ୍ୱକ ପରଠୁ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଫିଟନେସ କାରଣରୁ ସେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଟି-୨୦ ବିଶ୍ୱକପ ସମୟରେ ପାଣ୍ଡ୍ୟା ବୋଲିଙ୍ଗ କରିପାରିନଥିଲେ ଯାହା ଦ୍ୱାରାତାଙ୍କୁ ଆଲୋଚନାର ସାମ୍ନା କରିବାକୁ ପଡିଥିଲା। ଡିସେମ୍ବର ୨୦୧୮ରୁ ସେ କ୍ରିକେଟର ଲମ୍ବା ଫର୍ମାଟରେ ଖେଳିନାହାଁନ୍ତି। ଆଶା କରାଯାଉଛି କି ସେ ଆଇପିଏଲରୁ ଭାରତୀୟ ଟିମକୁ ଫେରିବେ। ଆଇପିଏଲରେ ତାଙ୍କୁ ଅହମ୍ମଦାବାଦ ଟିମର ଅଧିନାୟକ କରାଯାଇଛି।
Hardik Pandya will play Ranji Trophy before coming to Team India! Sourav Ganguly gave information https://t.co/qk7B7Enk9K
— News NCR (@NewsNCR2) February 4, 2022
ପାଣ୍ଡ୍ୟାଙ୍କୁ ରଣଜୀ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ ଗାଙ୍ଗୁଲି:
ରଣଜୀ ଟ୍ରଫି ନଖେଳି ପାଣ୍ଡ୍ୟା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉଅଦେଶକୁ ଅଣଦେଖା କରିଦେଇଛନ୍ତି। ପୂର୍ଵ ସପ୍ତାହରେ ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭିଉରେ ଗାଙ୍ଗୁଲି କହିଥିଲେ ସେ ଆଶା କରୁଛନ୍ତି ହାର୍ଦିକ ପାଣ୍ଡ୍ୟା ରଣଜୀ ଟ୍ରଫି ଖେଳିବେ।
ବିସିସିଆଇ ଅଧ୍ୟକ୍ଷ କହିଥିଲେ କି ପାଣ୍ଡ୍ୟା ଆଘାତ ହୋଇଯାଇଥିଲେ ତେଣୁ ତାଙ୍କୁ ପୁରା ଠିକ ହେବାପାଇଁ ବ୍ରେକ ଦିଆଯାଇଛି। ଯାହା ଦ୍ୱାରାସେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିପାରିବେ। ସେ କହିଥିଲେ କି ମୁଁ ଆଶା କରୁଛି ପାଣ୍ଡ୍ୟା ରଣଜୀ ଟ୍ରଫିର ଆରମ୍ଭ କିଛି ମ୍ୟାଚ ଖେଳିବେ। ଏହା ମଧ୍ୟ କହିଥିଲେକି ଆଶା କରୁଛି ସେ ଆହୁରି ଅଧିକ ବୋଲିଙ୍ଗ କରିବେ ଓ ତାଙ୍କ ଶରୀର ମଝବୁତ ହେବ। ବରୋଦାର ସ୍କ୍ୱାର୍ଡରେ ହାର୍ଦିକଙ୍କ ଭାଇ କୁନାଲ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇଛି।
Hardik Pandya ignores Sourav Ganguly’s key advice, skips Ranji Trophy to focus on India return in white-ball cricket https://t.co/Vp5hOPgOdc
— Dailynewscatch (@dailynewscatch1) February 7, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।