ବ୍ୟୁରୋ ରିପୋର୍ଟ: ଆପଣମାନେ ପ୍ରାୟ ଜାଣିଥିବେ କି ଭାରତରେ କ୍ରିକେଟ ଖେଳ କେତେ ପ୍ରସିଦ୍ଧ ଛୋଟ ହେଉ କିମ୍ବା ବଡ଼ ସମସ୍ତଙ୍କୁ କ୍ରିକେଟ ବହୁତ ଅଧିକ ପସନ୍ଦ ଆସିଥାଏ। ଆପଣ ମାନେ ଭାରତୀୟ ଦଳର ବିଭିନ୍ନ ମ୍ୟାଚ୍ ପ୍ରାୟ ଦେଖିଥିବେ ଏହା ଛଡ଼ା ଆପଣ ମଧ୍ୟ ଜାଣିଥିବେ କି ଭାରତର ପ୍ରସିଦ୍ଧ ଲିଗ୍ ମ୍ୟାଚ୍ ଆଇପିଏଲ ବିଷୟରେ ।

ଯାହାକୁ ଭାରତରେ ଏକ ଉତ୍ସବ ଭାବରେ ପାଳନ କରାଯାଏ। ଆପଣ ମାନେ ଆଇପିଏଲ ଖେଳର ନିୟମ ଏବଂ ପ୍ରଣାଳୀ ବିଷୟରେ ପ୍ରାୟ ଜାଣିଥିବେ ଆସନ୍ତୁ ଜାଣିବା ଏହି ବର୍ଷ ହେବାକୁ ଥିବା ୧୫ ତମ ଆଇପିଏଲ ମ୍ୟାଚ୍ ରେ ଭାରତୀୟ ଆଲରାଉଣ୍ଡର ପାଣ୍ଡ୍ୟା କଣ ମତ ରଖିଛନ୍ତି ।
ଚଳିତ ବର୍ଷ ହେବାକୁ ଥିବା ଆଇପିଏଲରେ ଦୁଇଟି ନୂତନ ଦଳର ନାମ ଯୋଡ଼ା ହୋଇଛି । ଯେଉଁଥିରୁ ଗୋଟିଏ ଦଳର ଅଧିନାୟକ ଭାବରେ ଭାରତୀୟ ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଅଛନ୍ତି। ସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନସ୍ ପାଇଁ ଖେଳୁଥିବା ବେଳେ ଚଳିତ ବର୍ଷ ଗୁଜୁରାଟ ତାଙ୍କୁ ୧୫ କୋଟି ଟଙ୍କା ନେଇ କିଣିଛି ଏବଂ ଦଳର ଅଧିନାୟକ ଭାବରେ ମଧ୍ୟ ଚୟନ କରିଛି। କିନ୍ତୁ ଅନେକ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଥିବ କି ପାଣ୍ଡ୍ୟା ବଲ ପକାଇବେ କି ନାହିଁ କାରଣ ପାଣ୍ଡ୍ୟା ଆହତ ହେବା ପରଠାରୁ ଗତ ବର୍ଷ ନଭେମ୍ବର ମାସରେ ହିଁ ଟି-୨୦ ବିଶ୍ଵକପ ଖେଳିଥିଲେ।
#HardikPandya #IPL2022 @hardikpandya7 bowls at NCA, passes Yo-Yo test with flying colours as he gets ready for @IPL
Read: https://t.co/HgHza2JvyW pic.twitter.com/VZszLsr9Xz
— TOI Sports (@toisports) March 16, 2022
ଏଥି ସହ ସେ ବହୁତ ସମୟ ଧରି ଇଣ୍ଟରନେସନାଲ କ୍ରିକେଟରେ ବଲ ମଧ୍ୟ ପକାଇ ନଥିଲେ। ତେଣୁ ତାଙ୍କୁ ଏହି ସବୁ ବିଷୟରେ ପଚରା ଯିବାରୁ ସେ କହିଲେ ମୁଁ ନିଜର ସ୍ବାସ୍ଥ୍ୟ ପ୍ରତି ବହୁତ ପରିଶ୍ରମ କରିଛି ଏ ବର୍ଷ ଦର୍ଶକ ଏବଂ ମୋ ପ୍ରଶଂସକ ମାନଙ୍କ ପାଇଁ ଏକ ଗୁପ୍ତ ଉପହାର ରଖିଛି ।ତେଣୁ ଏହା ଏକ ଗୁପ୍ତ ଉପହାର ଥିବାରୁ ମୁଁ ଏହା ବିଷୟରେ ବିଶେଷ କିଛି କହୁ ନାହିଁ ଏବଂ ଗୁଜୁରାଟର ବିଜୟ ହେଲେ ତାହା ତାଙ୍କର ଏବଂ ହାରିଲେ ଦାୟିତ୍ଵ ମୋର । ମୋର କାମ ମୁଁ କେବଳ ନିଜକୁ ଏବଂ ଖେଳାଳିଙ୍କୁ ସଠିକ ଭାବରେ ପରିଚାଳନା କରିବି। ଏଥି ସହ ସେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତାଙ୍କ ଦଳର ନୂଆ ପୋଷାକ ର ପ୍ରଦର୍ଶନ ମଧ୍ୟ କରିଥିଲେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।