ବ୍ୟୁରୋ ରିପୋର୍ଟ: ଆଇପିଏଲ ଫାଇନାଲ ଶେଷ ହେବା ପରେ ହାର୍ଦିକ ପାଣ୍ଡ୍ୟା ଆଇପିଏଲ ଟ୍ରଫିକୁ ଏପରି ସାଉଣ୍ଟିଥିଲେ ଯେପରି ଜଣେ ବାପା ତା ପିଲାକୁ ସ୍ନେହ କରୁଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ପରିଶ୍ରମ ସଫଳ ହେଲା ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ ଚମ୍ପିୟାନ ହୋଇଛି। ଟ୍ରଫି ଜିତିବାପରେ ପାଣ୍ଡ୍ୟାଙ୍କୁତାଙ୍କ ପତ୍ନୀ ଆଲଙ୍ଗନ କରିଥିଲେ ଯେପରି ସେ ଜଣାଉଥିଲେ ଆମେ ତୁମ ଖରାପ ସମୟରେ ତୁମସାଥିରେ ଥିଲୁ ଓ ଏବେ ତୁମ ଭଲ ସମୟରେ ମଧ୍ୟ ତୁମ ସାଥିରେ ରହିବୁ। ପାଣ୍ଡ୍ୟା କହିଥିଲେ ମୁଁ ଭଲ ପାଇବା ପାଇଁ ବଞ୍ଚିଛି ଓ ଯାହା ମତେ ମୋ ପରିବାର ଠୁ ମିଳିଛି।

ହାର୍ଦିକ ପାଣ୍ଡ୍ୟା ପଥମେ ନିଜ କ୍ୟାରିଅରରେ ଗ୍ଲାମରରେ ବଞ୍ଚୁଥିବା ଯୁବ ଖେଳାଳି ଥିଲେ କିନ୍ତୁସେ ଦାଇତ୍ୱ ନେଲେ ଓ ଆଜି ଆଇପିଏଲ ଟ୍ରଫି ଜିତି ନିଜକୁ ସାବ୍ୟସ୍ତ କରିଛନ୍ତି। ହାର୍ଦିକ ପାଣ୍ଡ୍ୟା କହିଛନ୍ତି ମତେ ନିଜ ଖରାପ ସମୟରେ ନିଜ ପରିବାର ଠୁ ବହୁତ ସପୋର୍ଟ ମିଳିଛି। ସେ ଏହା ମଧ୍ୟ କହିଛନ୍ତି ମୋ ପତ୍ନୀ ନଟାସା ବହୁତ ଭାବୁକ ଅଟନ୍ତି ଓ ମତେ ଭଲ ଅବସ୍ଥାରେ ଦେଖି ସେ ଦେଖି ହୋଇଯାଇଥାନ୍ତି।
ଅଧିନାୟକ ହେବା ଦ୍ଵାରା ଉଠିଥିଲା ପ୍ରଶ୍ନ:
ସେ କହିଛନ୍ତି ମୋ ପରିବାର ମୋ ଶକ୍ତି ଅଟେ କାରଣ ମୋ ଖରାପ ସମୟରେ ସେମାନେ ମତେ ବହୁତ ସପୋର୍ଟ କରିଛନ୍ତି। ମୁଁ କଲ କରିବା ପରେ ଭାଇ ଓ ଭାଉଜ କାନ୍ଦି ପକାଇଥିଲେ। ଏହା ତାଙ୍କର ଖୁସିର ଲୁହ ଥିଲା। ଧୋନିଙ୍କ ପରି ଶାନ୍ତ ସ୍ଵଭାବରେ ଅଧିନାୟକତ୍ୱ କରିଥିବା ପାଣ୍ଡ୍ୟା ଜେବେ ଗୁଜୁରାଟର ଅଧିନାୟକ ହେଲେ ଅନେକ କ୍ରିକେଟ ଏକ୍ସପଟ ତାଙ୍କୁ ନେଇ ପ୍ରଶ୍ନ କରିଥିଲେ। କିନ୍ତୁ ସେ ହାର ମାନିନଥିଲେ ଓ ଏହି ସିଜନରେ ୪୮୭ ରନ କରିବା ସହ ୮ ଟି ୱିକେଟ ନେଇ ଟିମକୁ ଚମ୍ପିୟନ କରିଥିଲେ।

ପ୍ରଥମେ ନିଜକୁ ପ୍ରସ୍ତୁତ କର:
ସେ ପ୍ରେସ କନ୍ଫରେନ୍ସରେ କହିଛନ୍ତି ମୁଁ ସର୍ବଦା ଦାୟୀତ୍ୱକୁ ଏଞ୍ଜୟ କରିଛି ଓ ଏହା ମତେ ପସନ୍ଦ ଅଟେ। ସେ କହିଛନ୍ତି ଯଦି ମୁଁ ଟିମଠୁ କିଛି ଆଶା କରିଛି ମତେ ନିଜ ଅନୁରୁପରେ ଖେଳିବାକୁ ହେବ। ଯାହା ଦ୍ୱାରା ଅନ୍ୟକୁ ଏହି ଭରସା ମୁଁ ଦେଇପାରିବି। ନିଜ ୬ ବର୍ଷର ଇଣ୍ଟରନେସନାଲ କ୍ୟାରିଅରରେ ହାର୍ଦିକ ପାଣ୍ଡ୍ୟା ୨୦୧୭ ଚମ୍ପିୟନ ଟ୍ରଫି ଫାଇନାଲ ଖେଳିଛନ୍ତି, ଟି-୨୦ ବିଶ୍ୱକପ ୨୦୧୬ ଓ ଏକଦିବସିୟ ବିଶ୍ୱକପ ୨୦୧୯ ସେମି ଫାଇନାଲ ଖେଳିଛନ୍ତି। ୯ ଜୁନକୁ ଦକ୍ଷିଣ ଆଫ୍ରିକା ସହ ସିରିଜରେ ସେ ପୁଣି ଭାରତୀୟ ଟିମକୁ ଫେରିବେ ଓ ତାଙ୍କ ଲକ୍ଷ ଭାରତକୁ ବିଶ୍ୱକପ ଟ୍ରଫି ଜିତାଇବା ହେବ।
ବିଶ୍ୱକପ ଜିତିବା ଅଟେ ସ୍ୱପ୍ନ:
ସେ କହିଛନ୍ତି ମୋର ସ୍ୱପ୍ନ ରହିଛିକି ମୁଁ ଭାରତ ପାଇଁ ବିଶ୍ୱକପ ଜିତିବି। ମୁଁ ସବୁବେଳେ ନିଜଠୁ ଟିମକୁ ଆଗରେ ରଖିଛି ଓ ଭାରତକୁ ବିଶ୍ୱକପ ଟ୍ରଫି ଦେବେ ମୋର ଲକ୍ଷ୍ୟ ଅଟେ। ମୁମ୍ବାଇ ପାଇଁ ଆଇପିଏଲ ଟ୍ରଫି ଜିତିଥିବା ପାଣ୍ଡ୍ୟାଙ୍କ ପାଇଁ ଗୁଜୁରାଟ ସହ ଆଇପିଏଲ ଟ୍ରଫି ଜିତିବା ଖାସ ଅଟେ କାରଣ ସେ କହିଛନ୍ତି ଏହା ମୋ ପାଇଁ ଖାସ ଅଟେ କାରଣ ଏହା ମୋ ଅଧିନାୟକତ୍ୱରେ ଟିମ ଜିତିଲା ଯାହା ପାଇଁ ଏହା ମୋପାଇଁ ବହୁତ ବଡ଼ କଥା। ସେ କହିଛନ୍ତି ଆମକୁ ୧ ଲକ୍ଷ ୧୦ ହଜାର ଲୋକଙ୍କ ସପୋର୍ଟ ମିଳିଲା ଗ୍ରାଉଣ୍ଡରେ ଓ ନିଜ ପରିଶ୍ରମର ଫଳ ମିଳିଲା।
Hardik Pandya said, "MS Dhoni is someone I've learnt alot from. Mahi bhai is a family to me".
— Mufaddal Vohra (@mufaddal_vohra) May 25, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।