IND vs SA: ସାଉଥ ଆଫ୍ରିକା ସିରିଜରୁ ବାହାରିଗଲେ ହାର୍ଦିକ ପାଣ୍ଡ୍ୟା? ନିଜେ ଫେରେଇନେଲେ ନାମ! ଜୋର ଧରିଲା ଖବର

ଟିମ ଇଣ୍ଡିଆକୁ ଆଗାମୀ ମାସରେ ଦକ୍ଷିଣ ଆଫ୍ରିଆ ଗ୍ରସ୍ତରେ ଯିବାର ଅଛି। ସେଠାରେ ଟିମ ଇଣ୍ଡିଆକୁ ତିନୋଟି ଏକଦିବସିୟ, ତିନୋଟି ଟେଷ୍ଟ ଓ ଚାରିଟି ଟି-୨୦ ମ୍ୟାଚ ଖେଳିବାର ଅଛି। ଏହି ଗ୍ରସ୍ତ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି କାରଣ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଜ ନାମ ଫେରାଇ ନେଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ ପାଇଁ ହାର୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାକୁ ଚାହୁଁନାହାନ୍ତି।

Google

ହାର୍ଦିକ ଭାରତୀୟ ଟିମ ସହ ଏବେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବେନାହିଁ। ସେ ନିଜ ଫିଟନେସ ଉପରେ ଅଧିକ କାମ କରିବା ପାଇଁ ବିସିସିଆଇକୁ ଆଉ କିଛି ସମୟ ମାଗିଛନ୍ତି। ସେ କହିଛନ୍ତି ସେ ଏବେ ଟିମରେ କେବଳ ବ୍ୟାଟ୍ସମ୍ୟାନ ରୂପରେ ନୁହେ ବରଂ ଅଲରାଉଣ୍ଡର ରୂପରେ ସାମିଲ ହେବେ। ଆପଣଙ୍କୁ କହିରଖିବୁ ଆଇପିଏଲ ୨୦୨୧ ଓ ଟି-୨୦ ବିଶ୍ୱକପ ୨୦୨୧ରେ ମଧ୍ୟ ହାର୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ବୋଲିଙ୍ଗ ମଧ୍ୟ ନକରିବା କାରଣରୁ ଅନେକ ଆଲୋଚନା ହୋଇଥିଲା। ଏବେ ଇନସାଇଡ଼ ସ୍ପୋର୍ଟର ଖବର ଅନୁସାରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ସେ ନିଜ ଫିଟନେସ ଉପରେ ଅଧିକ କାମ କରିବା ପାଇଁ ବିସିସିଆଇକୁ ସମୟ ମାଗିଛନ୍ତି।

ଅଧିକାରୀ କହିଛନ୍ତି,”ସେ କହିଛନ୍ତି ତାଙ୍କୁ କିଛି ସମୟର ଛୁଟି ଆବଶ୍ୟକ ଓ ତାଙ୍କ ଚୟନକୁ ନେଇ ବିଚାର ନକରିବା ପାଇଁ ସେ ଅନୁରୋଧ କରିଛନ୍ତି। ସେ ଠିକ ହେବା ପାଇଁ ଓ ଆଘାତରୁ ସମ୍ପୂର୍ଣ ଫିଟ ନେବା ପାଇଁ ବିସିସିଆଇ ଓ ଏନସିଏ ଦେଇ ଆସିବେ। ମୁଁ କହିପାରିବିନିକି ସେ କେବେ ଫେରିବେ”। ହାର୍ଦିକ ପାଣ୍ଡିଆଙ୍କ ପାଇଁ ପୂର୍ଵ ଦୁଇ ବର୍ଷ ଅସୁବିଧା ପୁର୍ଣ ରହିଛି କାରଣ ଆଇପିଏଲ ୨୦୧୯ ପରଠୁ ସେ ପିଠିର ଆଘାତ କାରଣରୁ ବୋଲିଙ୍ଗ କରୁନାହାନ୍ତି ଓ କେବଳ ବ୍ୟାଟିଙ୍ଗ କରୁଥିଲେ। ଏଥିପାଇଁ ତାଙ୍କ ଚୟନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି।

Google

ହାର୍ଦିକ ଟି-୨୦ ବିଶ୍ୱକପରେ ମଧ୍ୟ ଅସଫଳ ରହିଥିଲେ। ଦୁଇଟି ମ୍ୟାଚରେ ସେ ବୋଲିଙ୍ଗ କରିଥିଲେ କିନ୍ତୁ ତାଙ୍କୁ କୌଣସି ସଫଳତା ମିଳିନଥିଲା। ସେ ଗ୍ରୁପ ମ୍ୟାଚର ୫ ଟି ମ୍ୟାଚର ୩ ପାରିରେ ୬୯ ରନ ହିଁ କରିଥିଲେ। ଆଇପିଏଲ ୨୦୨୧ରେ ମଧ୍ୟ ସେ ଅସଫଳ ରହିଥିଲେ ଓ ୧୨ ଟି ମ୍ୟାଚରେ ୧୪.୧୧ ଔସତରେ ମାତ୍ର ୧୨୭ ରନ କରିଥିଲେ। ବିସିସିଆଇ ହାର୍ଦିକଙ୍କୁ ଏନସିଏରେ ନିଜ ଫିଟନେସକୁ ନେଇ ରିପୋର୍ଟ ଦେବାକୁ କହିଛି। ପିଠିର ଆଘାତ ପରେ ମଧ୍ୟ ସେ ଖେଳିଲେ ଓ ଭଲ କରିପାରିଲେ ନାହିଁ ତେଣୁ ସେ ନିଜେ ଏବେ ସମୟ ମାଗିଛନ୍ତି ନିଜ ଫିଟନେସକୁ ଠିକ କରିବା ପାଇଁ। ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ ୧୭ ଡିସେମ୍ବରରୁ ଆରମ୍ଭ ହେବ ଓ ୨୬ ଜାନୁଆରୀକୁ ଶେଷ ହେବ।

ପ୍ରଥମ ଟେଷ୍ଟ ୧୭-୨୧ ଡିସେମ୍ବରକୁ ଜୋହାନବର୍ଗରେ ହୋଇପାରେ, ଦ୍ୱିତୀୟ ଟେଷ୍ଟ ୨୬-୩୦ ଡିସେମ୍ବରକୁ ସେଂଚ୍ୟୁରିଆନରେ ହେବାର ଚାନ୍ସ ଅଛି,ତୃତୀୟ ଟେଷ୍ଟ ୩-୭ ଜାନୁଆରୀକୁ କେପ ଟାଉନରେ ହୋଇପାରେ।ସେହିପରି ତିନୋଟି ଯାକ ଦିନିକିଆ୧୧,୧୪ ଓ ୧୬ ଜାନୁଆରୀକୁ ପାଲି , କେପ ଟାଉନ ଓ କେପ ଟାଉନରେ ହୋଇପାରେ। ସେହିପରି ଚାରିଟି ଯାକ ଟି-୨୦ ୧୯,୨୧,୨୩, ଓ ୨୬ ଜାନୁଆରୀକୁ କେପ ଟାଉନ, କେପ ଟାଉନ, ପାର୍ଲି ଓ ପାର୍ଲିରେ ହୋଇପାରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *