ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଖୁଲାସା, “କିଛି ଖେଳାଳି କହିଥିଲେ ମୁଁ ଏତେ ଟଙ୍କା ଡିଜର୍ଭ କରେ”, କିନ୍ତୁ ଏବେ ସେମାନେ….

ହାର୍ଦିକ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୂଖ ଖେଳାଳିଙ୍କ ମଧ୍ୟରୁ ଜଣେ। ଏହି ଅଲରାଉଣ୍ଡର ଖେଳାଳି ବର୍ଷ ୨୦୧୫ରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛନ୍ତି ଓ ଏବେ ପର୍ଯ୍ୟନ୍ତ ୯୨ ମ୍ୟାଚ ଖେଳିସାରିଛନ୍ତି। ବର୍ଷ ୨୦୨୧ରେ ସେ ୧୧ କୋଟି ପାଇଥିଲେ। ହାର୍ଦିକ ପାଣ୍ଡ୍ୟା କହିଛନ୍ତି କି ବର୍ଷ ୨୦୧୬ରେ ତାଙ୍କୁ କିଛି ଖେଳାଳି କହିଥିଲେ କି ସେ ୬-୭ କୋଟି ପାଇବା କଥା କାରଣ ସେତେବେଳେ ସେ ଇଣ୍ଡିଆ ଟିମକୁ ଖେଳିବା ଆରମ୍ଭ କରିଦେଇଥିଲେ ଓ ସେବେ ସେ ଏକମାତ୍ର ଅଲରାଉଣ୍ଡର ଥିଲେ। ହାର୍ଦିକ ପାଣ୍ଡ୍ୟା ବର୍ଷ ୨୦୧୬ରେ ମାତ୍ର ୧୦ ଲକ୍ଷ ଟଙ୍କା ଦରମା ପାଉଥିଲେ। ବର୍ଷ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ବେସ ପ୍ରାଇଜ ୧୦ ଲକ୍ଷରେ କିଣିଥିଲା। ଏକ ବର୍ଷ ପରେ ୨୦୧୬ ଆଇପିଏଲରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ୨ କୋଟିରେ କିଣିଥିଲେ।

Google

ହାର୍ଦିକ ପାଣ୍ଡ୍ୟା ଇଏସପିଏନ କ୍ରିକଇନଫୋକୁ କହିଛନ୍ତି ,”ମତେ ୧୦ ଲକ୍ଷରେ କିଣା ଯାଇଥିଲା, ହଁ ନା? ଆଗାମୀ ବର୍ଷ କିଛି ଖେଳାଳି ଆସି ମତେ କହିଥିଲେ ତାଙ୍କ ନାମ ମୁଁ କହିବିନି ଆସି କହିଲେ ହାର୍ଦିକ ତମେ ଏବେ ୬-୭ କୋଟି ପାଇବା ଯୋଗ୍ୟ କାରଣ ସେବେ ମୁଁ ଭାରତ ପାଇଁ ଖେଳୁଥିଲି ଓ ଏକମାତ୍ର ଅଲରାଉଣ୍ଡର ଥିଲି”। ସେ କହିଛନ୍ତି ମୁଁ ନିଜ ଭାଇ ସହ ୧୦ ଲକ୍ଷରେ ଖୁସି ଥିଲି। କ୍ରୁନାଲ ପାଣ୍ଡ୍ୟା ସେହି ସମୟରେ ୨ କୋଟି କମାଉଥିଲେ ଓ ହାର୍ଦିକ ନିଜେ ମଧ୍ୟ ଦୁଇ କୋଟି କମାଉଥିଲେ। କାରଣ ସେ ଜଣେ ଭାରତୀୟ ଖେଳାଳି ଥିଲେ ଓ ଅନେକ ବ୍ରାଣ୍ଡର ପ୍ରମୋସନ ବି କରୁଥିଲେ।

ବର୍ଷରେ ୧୧ କୋଟି ଟଙ୍କା ମତେ ଉତ୍ତେଜିତ କରିନଥାଏ: ପାଣ୍ଡ୍ୟା କହିଛନ୍ତି,”ମୁଁ ଏପରି ଥିଲି ଏହା ଠିକ ଅଛି। ମୋ ଭାଇ ୨ କୋଟି ପାଉଛି ଓ ମୁଁ ୧୦ ଲକ୍ଷ ପାଉଛି କିନ୍ତୁ ମୁଁ ବ୍ରାଣ୍ଡରୁ ଓ ଭାରତୀୟ ଖେଳାଳି ହିସାବରେ ୨ କୋଟି କମାଉଥିଲି। ସେଥିପାଇଁ ମୁଁ ଠିକ ଥିଲି”। ହାର୍ଦିକ ପାଣ୍ଡ୍ୟା କହିଛନ୍ତି ଏବେ ସେ ୧୧ କୋଟି ପାଉଛନ୍ତି ଓ ତାଙ୍କ ଭାଇ ୯ କୋଟି ପାଉଛନ୍ତି ସେ ଏବେ ମଧ୍ୟ ସେହି ମାଟିରେ ହିଁ ସ୍ଥିର ଅଛନ୍ତି ଉତ୍ତେଜିତ ନାହାନ୍ତି। ପାଣ୍ଡ୍ୟା କହିଛନ୍ତି ମୁଁ ଖୁସି ଅଛି ଓ ଅଧିକ ଧନ ସହ ମୋ ଭିତରେ ସ୍ଥିରତା ମଧ୍ୟ ବଢିଛି।

Google

ଆମେ ବହୁତ ସ୍ଥିର ଓ ମାଟି ସହିତ ଯୋଡି ହୋଇଅଛୁ: ହାର୍ଦିକ ଆଗକୁ କହିଛନ୍ତି,”ଯେବେ ବର୍ଷ ୨୦୧୮ରେ ମତେ ୧୧ କୋଟି ଓ ଭାଇ କୁନାଲ ପାଣ୍ଡ୍ୟାକୁ ୯ କୋଟି ମିଳିଲା ଆମେ ୨୦ କୋଟିରେ ମଧ୍ୟ ସ୍ଥିର ଥିଲୁ ଓ ମାଟି ସହିତ ଯୋଡିହୋଇଥିଲୁ। ଆମେ ଅଧିକ ଉତ୍ସାହିତ ନଥିଲୁ ଓ ବହୁତ ଖୁସି ଥିଲୁ। ଏହା ଦ୍ଵାରା ଅଧିକ କିଛି ବଦଳିନି ଓ ଆମେ ସେହିପରି ପୂର୍ଵ ପରି ହିଁ ଅଛୁ”।

କହିରଖିବୁକି ହାର୍ଦିକ ପାଣ୍ଡ୍ୟା ମୁମ୍ବାଇ ତରଫରୁ ୨୦୧୫ରୁ ଏବେ ପର୍ଯ୍ୟନ୍ତ ୯୨ ଟି ମ୍ୟାଚରେ ୨୭.୩୩ ଔସତ ଓ ୧୫୩.୯୧ ର ଷ୍ଟ୍ରାଇକ ରେଟରେ ୧୪୭୬ ରନ କରିଛନ୍ତି। ସେହି ପରି ଏହି ଅଲରାଉଣ୍ଡର ଖେଳାଳି ୯.୦୬ ର ଇକୋନୋମିରେ ୪୨ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *