IPL-15 ଖେଳିବେନି ହାର୍ଦିକ ପାଣ୍ଡ୍ୟା! ଜୋର ଧରିଲା ଖବର? ପଢନ୍ତୁ ପୁରା ଖବର

୨୦୨୧ ଆଇପିଏଲ ଏବଂ ବିଶ୍ୱକପରେ ନିଜର ଖରାପ ପ୍ରଦର୍ଶନ ଓ ଖରାପ ଫିଟନେସ୍ ପାଇଁ ସମାଲୋଚିତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ୨୦୨୨ ଆଇପିଏଲ ଖେଳିବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଭୀର ଆହତ ଦୃଷ୍ଟିରୁ ତାଙ୍କର ଆଇପିଏଲ ଖେଳିବା ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ସେ ନିଜ ଫିଟନେସ୍ ଠିକ କରିବା ଲାଗି ଏନସିଏରେ ରହି ନିୟମିତ ଅଭ୍ୟାସ କରୁଛନ୍ତି।

Google

୨୦୧୯ ରେ ନିଜର ମେରୁଦଣ୍ଡ ସମସ୍ୟା ପାଇଁ ଅତି ଖରାପ ପ୍ରଦର୍ଶନ କରିଥିଲେ ହାର୍ଦିକ ପାଣ୍ଡ୍ୟା। ସେ ନିଜର ପ୍ରଦର୍ଶନ ପାଇଁ ଅତ୍ୟନ୍ତ ଚିନ୍ତାରେ ଥିଲେ। ନିଜର ଶରୀର ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଉଥିଲା। ସେଥିପାଇଁ ସେ ମ୍ୟାଚରେ ବୋଲିଂ ମଧ୍ୟ କରି ପାରୁ ନଥିଲେ। ସେଥିପାଇଁ ସେ ମୁମ୍ବାଇରେ ନିଜ ହେଲଥ ୱାର୍କ ଉପରେ ଅଭ୍ୟାସ କରୁଥିଲେ। ସେ ପୁନର୍ବାର ଭାରତୀୟ ଦଳକୁ ଫେରିବାର ଆଶା ଜାରି ରଖିଥିଲେ। ମାତ୍ର ସେ ଆଶା ବର୍ତ୍ତମାନ ଭାବରେ ଅସମ୍ଭବ ବୋଲି ମନେ ହେଉଛି।

ବିସିସିଆଇ ମତରେ ପାଣ୍ଡ୍ୟାଙ୍କୁ ଆଇପିଏଲ ପୂର୍ବରୁ ଯଥାଶୀଘ୍ର ତାଙ୍କ ଫୋଟନେସ୍ ଉପରେ କାର୍ଯ୍ୟ କରି ଦଳକୁ ଫେରିବାକୁ ଥିଲା। ମାତ୍ର ତାଙ୍କ ଅବସ୍ଥା ଏତେ ଗୁରୁତର ଯେ ,ସେ ବର୍ତ୍ତମାନ ୨୦୨୨ ଆଇପିଏଲ ଖେଳିବାକୁ ଅସମର୍ଥ। ସୂଚନାଯୋଗ୍ୟ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକ ଆଇପିଏଲ ୨୦୨୧ ର ସଂସ୍କରଣରେ ବହୁତ ଖରାପ ପ୍ରଦର୍ଶନ କରିଥିଲେ। ଏନସିଏର ବର୍ତ୍ତମାନର ରିପୋର୍ଟ ମୁତାବକ ତାଙ୍କର ପିଠିର ତଳ ଭାଗରେ ଗଭୀର ଆଘାତ ଲାଗିଛି, ଯେଉଁଥିପାଇଁ ସେ ବୋଲିଂ କରିପାରୁ ନାହାନ୍ତି। ତେଣୁ ହାର୍ଦ୍ଦିକଙ୍କର ପରବର୍ତ୍ତୀ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଖେଳିବା ଅସମ୍ଭବ ହୋଇପାରେ।

Google

ସେଥିପାଇଁ ଆଇପିଏଲ ଖେଳିବା ନେଇ ତାଙ୍କ ପକ୍ଷେ କଷ୍ଟ ହୋଇପାରେ। ଟିମ ଇଣ୍ଡିଆ ୨୦୨୨ ଫେବ୍ରୁଆରୀ ୬ ରୁ ଫେବ୍ରୁଆରୀ ୨୦ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ମାଟିରେ ୩ ଟି ଏକ ଦିବାସୀୟ ଏବଂ ୩ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ। ଏହାପରେ ଫେବ୍ରୁଆରୀ ୨୫ ରୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ୨ ଟି ଟେଷ୍ଟ ଓ ୩ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ। ଏହାପରେ ଅପ୍ରେଲ ଓ ଜୁନ ମଧ୍ୟରେ ଆଇପିଏଲ-୧୫ ଖେଳାଯିବ। ତେଣୁ ଏହି ସବୁ ମ୍ୟାଚରେ ଖେଳିବା ନେଇ ସେ କଠିନ ପରିଶ୍ରମ କରୁଛନ୍ତି। ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ଼ଙ୍କର ତାଙ୍କ ଉପରେ ଯଥେଷ୍ଟ ଭରସା ରହିଛି। କିନ୍ତୁ ଏହି ସବୁ ପୂର୍ବରୁ ତାଙ୍କୁ ନିଜର ଫିଟନେସ୍ କୁ ଠିକ କରିବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *