IPL 2022: ମୁମ୍ବାଇ କଲାନି ରିଟେନ, ହାର୍ଦିକ ପାଣ୍ଡ୍ୟା ବନିଲେ ଅହମ୍ମଦାବାଦ ଟିମର କ୍ୟାପଟେନ: ରିପୋର୍ଟ

ବ୍ୟୁରୋ ନ୍ୟୁଜ: ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର ଆସୁଛି କି ଆଇପିଏଲ ୨୦୨୨ ପାଇଁ ଅହମ୍ମଦାବାଦ ଟିମ ତାଙ୍କୁ ଅଧିନାୟକ କରିଛି। ପୂର୍ଵରୁ ହୋଇଥିବା ରିଟେନରେ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ ରିଟେନ କରିନଥିଲା । ପାଣ୍ଡ୍ୟା ଖରାପ ଫର୍ମ ଦେଇ ଗତିକରୁଥିଲେ। ଆଇପିଏଲ ୨୦୨୧ରେ ସେ ବୋଲିଙ୍ଗ କରିନଥିଲେ। ଏହା ଛଡା ଟି-୨୦ ବିଶ୍ୱକପରେ ମଧ୍ୟ ତାଙ୍କ ପ୍ରଦର୍ଶନ ଖରାପ ରହିଥିଲା। ଟି-୨୦ ବିଶ୍ୱକପରେ ଟିମ ସେମିଫାଇନାଲରେ ପହଁଚିପାରିନଥିଲା। ଏହା ପରେ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସିରିଜରେ ମଧ୍ୟ ଟିମରେ ଚୟନ କରାନାଇନଥିଲା।

Google

ରେଭସ୍ପୋର୍ଟଯେର ଖବର ଅନୁସାରେ ଅହମ୍ମଦାବାଦ ଟିମ ହାର୍ଦିକ ପାଣ୍ଡ୍ୟାଙ୍କୁ ଟିମର ନୂତନ ଅଧିନାୟକ କରିଛି। ଏହି ଟିମ ଆଇପିଏଲରେ ପ୍ରଥମ ଥର ପାଇଁ ଓହ୍ଲାଇବାକୁ ଯାଉଛି। ପାଣ୍ଡ୍ୟାଙ୍କ ମୁଳଘର ଗୁଜୁରାଟ ଅଟେ। ଏହା ସହ ଏହି ଟିମରେ ଆଫଗାନିସ୍ତାନର ଲେଗ ସ୍ପିନର ରାସିଦ ଖାନ ମଧ୍ୟ ଯୋଡିହୋଇଥିବା ଖବର ଆସୁଛି। ପୂର୍ଵ ସିଜନରେ ରାସିଦ ଖାନ ହାଇଦ୍ରାବାଦ ପଟୁ ଖେଳିଥିଲେ କିନ୍ତୁ ଏହି ସିଜନରେ ସେ ନିଜକୁ ଟିମ ସହ ଅଲଗା କରିଥିଲେ। ଟିମ ଏଥିପାଇଁ ତାଙ୍କୁ ରିଟେନ କରିନାହିଁ।

୪୦ ରନ ସର୍ବଶ୍ରେଷ୍ଠ ସ୍କୋର ଥିଲା:ଆଇପିଏଲ ୨୦୨୧ କଥା କହିବା ତ ପାଣ୍ଡ୍ୟା ୧୧ ମ୍ୟାଚରେ ୧୪ ଔସତରେ ୧୨୭ ରନ କରିଥିଲେ। ଏହି ସମୟରେ ୪୦ ରନର ସେ ସର୍ବଶ୍ରେଷ୍ଠ ପାରି ହିଁ ଖେଳିପାରିଥିଲେ। ମାନେ ସେ ଗୋଟେ ମାତ୍ର ଅର୍ଦ୍ଧଶତକ ମାରି ପାରିନଥିଲେ ଓ ତାଙ୍କର ଷ୍ଟାଇକ ରେଟ ମଧ୍ୟ ୧୧୩ ରହିଥିଲା ଯାହା ତାଙ୍କ ମୋଟ କ୍ୟାରିଅରଠୁ କମ ଅଟେ। ହାର୍ଦିକଙ୍କର ମୋଟ ଟି-୨୦ କଥା କହିବା ତ ସେ ୧୪୭ ପାରିରେ ୨୭ର ଔସତରେ ୨୭୯୭ ରନ କରିଛନ୍ତି। ଏଥିରେ ୮ ଅର୍ଦ୍ଧଶତକ ତାଙ୍କ ନାମରେ ଅଛି ଓ ତାଙ୍କ ଷ୍ଟାଇକରେଟ ୧୪୨ର ଅଟେ।

ଲେଗ ସ୍ପିନର ରାସିଦ ଖାନଙ୍କ କଥା କହିବା ତ ସେ ଆଇପିଏଲରେ ସବୁଠୁ କମ ରନ ଦେଉଥିବା ବୋଲରଙ୍କ ମଧ୍ୟରୁ ଜଣେ। ପୂର୍ଵ ସିଜନରେ ହାଇଦ୍ରାବାଦର ପ୍ରଦର୍ଶନ ଭଲ ରହିନଥିଲା କିନ୍ତୁ ରାସିଦ ଖାନ ୧୪ ମ୍ୟାଚରେ ୧୮ ୱିକେଟ ଅକ୍ତିଆର କରିବାରର ସଫଳ ରହିଥିଲେ। ସେ ଟିମ ପଟୁ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିବା ବୋଲର ଅଟନ୍ତି। ଏହି ସମୟରେ ତାଙ୍କ ଇକୋନୋମି ୬.୬୯ର ଅଟେ। ତାଙ୍କର ମୋଟ ଟି-୨୦ କ୍ୟାରିଅର କଥା କହିବା ତ ସେ ୨୯୭ ପାରିରେ ୪୧୪ ୱିକେଟ ନେଇଛନ୍ତି। ୭ ଥର ଚାରି ଓ ୩ ଥର ୫ ୱିକେଟ ନେବାର କାରନାମା କରିଛନ୍ତି। ସେ ୧୩୦୦ ରୁ ଅଧିକ ରନ ମଧ୍ୟ କରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *