ଭାରତୀୟ ଟିମରୁ ଅନେକ ସମୟ ହେବ ବାହାରେ ଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବୁଧବାରରୁ ଆରମ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫିରେ ନଖେଳିବା ପାଇଁ ଫଇସଲା କରିଛନ୍ତି ବୋଲି ଜଣା ଯାଉଛି। କାରଣ ସେ ବୋଲିଙ୍ଗ ଫିଟନେସ ହାଲସ କରିବା ପାଇଁ ରିହୈବିଲିଟେସନ ପ୍ରକ୍ରିୟାରେ ଅଛନ୍ତି। ବିସିଏର ଜଣେ ଅଧିକାରୀ ନିଜ ନାମ ଲୁଚାଇ ପିଟିଆଇକୁ କହିଛନ୍ତି,”ବିସିଏ ବିଜୟ ହଜାରେ ଟ୍ରଫି ପାଇଁ ପାଣ୍ଡିଆଙ୍କୁ ଇମେଲ କରିଥିଲା ଓ ସେ ପ୍ରାୟ ପୂର୍ଵ ତିନିବର୍ଷରୁ ଖେଳୁଛନ୍ତି। କିନ୍ତୁ ହାର୍ଦିକ କହିଥିଲେକି ସେ ଏବେ ମୁମ୍ବାଇରେ ରିହୈବିଲିଟେସନରେ ଅଛନ୍ତି।”

ହାର୍ଦିକଙ୍କ ଆଘାତ ବିଷୟରେ ପଚାରିବାରୁ ଅଧିକାରୀ କହିଛନ୍ତି,”ବିସିଏକୁ ମଧ୍ୟ ଏହାର ତଥ୍ୟ ଜଣାନାହିଁ। ବୁଝାଯାଉଛିକି ସେ ନିଜ ଅଣ୍ଟାକୁ ମଜବୁତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଯାହା ୨୦୧୯ ସର୍ଜରି ପରେ ସଂପୂର୍ଣ ଠିକ ନାହିଁ”। ଅଧିକାରୀ କହିଛନ୍ତି ହାର୍ଦିକଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଏକ ସପ୍ତାହ ପୂର୍ବରୁ ଯୋଡିହୋଇଯାଇଛନ୍ତି। କାରଣ ରାଜ୍ୟବୋର୍ଡ ତାଙ୍କୁ କହିଦେଇଥିଲାକି ଅଂଶ ଗ୍ରହଣ ପାଇଁ ତାଙ୍କୁ ଶିବିରରେ ଜଲ୍ଦି ପହଁଚିବା ପାଇଁ ପଡିବ।
କ୍ରୁନାଲ ଟିମର ଅଂଶ ନାହଁନ୍ତି କିନ୍ତୁ ଶିବିରରେ ସାମିଲ ହେବାକୁ ପଡିବ:
ସୂତ୍ର କହିଛି,”ବିସିସିଆଇ କ୍ରୁନାଲଙ୍କୁ କହିଥିଲା ସେ କେବଳ ଟୁର୍ଣ୍ଣାମେଣ୍ଟ ସମୟରେ ଟିମରେ ଅଂଶ ହୋଇପାରିବେ ନାହିଁତାଙ୍କୁ ଶିବିରରେ ମଧ୍ୟ ସାମିଲ ହେବାକୁ ପଡିବ। ଏହା ପରେ ସେ ଆସିଲେ ଓ ଗୋଟେ ସପ୍ତାହ ଟିମ ସହିତ ଟ୍ରେନିଙ୍ଗ ନେଲେ”। ଯଦି ହାର୍ଦିକ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବେ ନାହଁ ତେବେ ସୀମିତ ଓଭର ପାଇଁ ଭାରତୀୟ ଟିମରେ ତାଙ୍କୁ ନେଇ ବିଚାର କରାଯିବ ନାହିଁ।

ହାର୍ଦିକ ପାଣ୍ଡ୍ୟା ଟେଷ୍ଟ ମ୍ୟାଚ ଖେଳିବାକୁ ଇଛୁକ ନାହାନ୍ତି?:
ସୂତ୍ର ଅନୁସାରେ,”ରାଷ୍ଟ୍ରୀୟ ଚୟନ ସମିତି ସେହି ସବୁ ଖେଳାଳିଙ୍କୁ କହିଦେଇଛନ୍ତି ଯେଉଁମାନେ ଭାରତୀୟ ଟିମରେ ସାମିଲ ହୋଇନାହାନ୍ତି ସେମାନେ ଘରୋଇ ମ୍ୟାଚ ଖେଳନ୍ତୁ”। ହାର୍ଦିକ ନିଜ କ୍ୟାରିଅରକୁ ଲମ୍ବା କରିବା ପାଇଁ ଟେଷ୍ଟ ଖେଳିବାକୁ ଇଛୁକ ନାହଁନ୍ତି।
ହାର୍ଦିକଙ୍କୁ ଏନସିଏରେ ଫିଟନେସ ସାବ୍ୟସ୍ତ କରିବାକୁ ହେବ:
ମୁମ୍ବାଇରେ ରିହୈବିଲେଟିସନ ପରେ ମଧ୍ୟ ତାଙ୍କୁ ଏନସିଏରେ ନିଜ ଫିଟନେସ ସାବ୍ୟସ୍ତ କରିବାକୁ ପଡିବ। ଏହା ପରେ ଯାଇ ରାଷ୍ଟ୍ରୀୟ ଟିମରେ ତାଙ୍କ ଚୟନକୁ ନେଇ ଆଲୋଚନା କରାଯିବ। ଆଗରୁ କେବଳ ଏନସିଏରୁ ଫିଟନେସ ପ୍ରମାଣ ପତ୍ର ନେବାକୁ ପଡୁଥିଲା କିନ୍ତୁ ରାହୁଲ ଦ୍ରାଭିଡ କାର୍ଯ୍ୟ ସଂମ୍ଭାଳିବା ପରଠୁ ଏହି ପକ୍ରିୟା ବଦଳିଯାଇଛି।
ରାହୁଲ ଦ୍ରାଭିଡ ସବୁ ଖେଳାଳିଙ୍କ ପାଇଁ ଏନସିଏକୁ ଆସି କୋଚ, ଟ୍ରେନର ଓ ଫିଜିଓର ସମୀକ୍ଷା ଜରୁରୀ ଫିଟନେସ ପରୀକ୍ଷଣ କରିବା ଅନିବାର୍ଜ୍ୟ କରିଦେଇଛନ୍ତି। ଏହା ପରେ ହିଁ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇପାରି।

ହାର୍ଦିକଙ୍କ ବିକଳ୍ପ ହୋଇପାରନ୍ତି ଭେଙ୍କଟେସ ଅୟର:ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭାରତକୁ ୧୯ ଜାନୁଆରୀରୁ ତିନୋଟି ଏକଦିବସିୟ ମ୍ୟାଚ ଖେଳିବାର ଅଛି। ଯଦି ହାର୍ଦିକ ବୋଲିଙ୍ଗ କରିବେନି ତେବେ ତାଙ୍କ ଚୟନ ହେବା କଷ୍ଟକର। ଯଦି ସେ ଚୟନ କେବେ ନାହିଁ ତାଙ୍କ ବିକଳ୍ପ ଭେଙ୍କଟେସ ଅୟର ହୋଇପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।