ବଡ଼ ଖବର: ଶୀଘ୍ର ଗ୍ରାଉଣ୍ଡକୁ ଫେରିବେ ହାର୍ଦିକ ପାଣ୍ଡ୍ୟା! ଜାହିର ଖାନ ଦେଲେ ବଡ଼ ସୂଚନା, ପଢନ୍ତୁ ପୁରା ଖବର

ବ୍ୟୁରୋ ନ୍ୟୁଜ: ଭାରତର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଙ୍କୁ ନେଇ ଏବେ ବଡ଼ ଅପଡେଟ ଆସୁଛି। ହାର୍ଦିକ ପିଠିର ଆଘାତ କାରଣରୁ ବହୁତ ଦିନରୁ ଟିମରୁ ବାହାରେ ଅଛନ୍ତି କିନ୍ତୁ ସେ ଜଲ୍ଦି ଗ୍ରାଉଣ୍ଡକୁ ଫେରିବାକୁ ଯାଉଛନ୍ତି। ଏହି ସୂଚନା ଦେଇଛନ୍ତି ହାର୍ଦିକଙ୍କ ଭଲ ସାଙ୍ଗ ତଥା ମୁମ୍ବାଇ ଇଣ୍ଡିଆନ୍ସର ଟିମ ଡ଼ାଇରେକ୍ଟର ଜାହିର ଖାନ। ଖାସ କଥା ଏହାକି ହାର୍ଦିକଙ୍କ ଫିଟନେସକୁ ନେଇ ଏହି ଅପଡେଟ ଜାହିର ଖାନ ହାର୍ଦିକଙ୍କ ସହ କଥା ହେବା ଦେଇଛନ୍ତି। ସେ ହାର୍ଦିକଙ୍କର ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ମଧ୍ୟ ବଡ଼ ଅପଡେଟ ଦେଇଛନ୍ତି। ତେବେ ସେ ପୁଣି କଣ ମୁମ୍ବାଇ ପାଇଁ ଖେଳିବେ କିମ୍ବା ସେ କେବେ ଗ୍ରାଉଣ୍ଡକୁ ଫେରିବେ।

Google

ପିଠିର ତଳ ଭାଗରେ ଆଘାତ ଥିବାରୁ ଅନେକ ଦିନରୁ ହାର୍ଦିକ କ୍ରିକେଟରୁ ଦୂରରେ ଅଛନ୍ତି। ତାଙ୍କୁ ବିସିସିଆଇ ବାଙ୍ଗାଲୋରରେ ଏନସିଏରେ ଫିଟନେସ ଠିକ କରିବା ପାଇଁ କହିଛି। ସେ ବାଙ୍ଗାଲୋରରେ କିଛି ଦିନ ଏନସିଏରେ ରହିବା ପରେ ମୁମ୍ବାଇରେ ରହି କଡା ପରିଶ୍ରମ କରି ନିଜ ଫିଟନେସକୁ ଠିକ କରୁଛନ୍ତି। ତାଙ୍କୁ ନେଇ ଜାହିର ଖାନ କହିଛନ୍ତି,”ହାର୍ଦିକ ପାଣ୍ଡ୍ୟା ଗ୍ରାଉଣ୍ଡକୁ ଖେଳିବା ପାଇଁ ଉତ୍ସାହିତ ଅଛନ୍ତି। ସେ ନିଜ ଫିଟନେସ ଉପରେ ଲଗାତର କାମ କରୁଛନ୍ତି”।

ହାର୍ଦିକ ପାଣ୍ଡ୍ୟା ଅକ୍ଟୋବର ୨୦୨୧ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ପରଠୁ ଟିମରୁ ବାହାରେ ଅଛନ୍ତି। ସେ ଟି-୨୦ ବିଶ୍ୱକପପରେ ତାଙ୍କ ପିଠିରେ ଆଘାତ ଥିଲା। ବର୍ଷ ୨୦୨୦ରେ ତାଙ୍କ ପିଠିର ସର୍ଜରି ମଧ୍ୟ ହୋଇଥିଲା। ଏହା ପରେସେ ବେଶୀ ବ୍ୟାଟ୍ସମ୍ୟାନ ରୂପରେ ହିଁ ଖେଳୁଥିଲେ। ବର୍ଷ ୨୦୨୦ ଆଇପିଏଲ ଓ ୨୦୨୧ ଆଇପିଏଲରେ ସେ ଅଧିକ ବୋଲିଙ୍ଗ କରିନାହାନ୍ତି। ଏପରିକି ଆଇପିଏଲ ୨୦୨୨ ପାଇଁ ମୁମ୍ବାଇ ଟିମ ହାର୍ଦିକଙ୍କୁ ରିଟେନ ମଧ୍ୟ କରିନାହିଁ। ଏହା ଉପରେ ଜାହିର ଖାନ ବୟାନ ଦେଇ କହିଛନ୍ତି,”ରିଟେନ ଖେଳାଳି ବିଭିନ୍ନ ଦିଗକୁ ଲକ୍ଷକରି ନେଆଯାଇଥାଏ। ଖାସ କରି କଥା ବହୁତ ଲମ୍ବା ହୋଇଥାଏ ଖାସକରି ନିଜକୁ ଜେବେ ଆପଣ ଏକ ନିଲାମୀ ପାଇଁ ପ୍ରସ୍ତୁତ କରିଥାନ୍ତି ଓ ସେହି ସବୁ ଖେଳାଳିଙ୍କୁ ଅଲବିଦା କହିଥାନ୍ତି ଯାହାଙ୍କ ସହିତ ଆପଣ ଅନେକ ସମୟ ଅତିବାହିତ କରିଥାନ୍ତି”।

Google

ଏବେ ହାର୍ଦିକଙ୍କୁ ନେଇ ନୂଆ ନୂଆ ଆଲୋଚନା ମଧ୍ୟ ହେଉଛି। ଗୋଟେ ପଟେ ସେ ଆଇପିଏଲ ୨୦୨୨ ରେ ନୂତନ ଟିମ ଅହମ୍ମଦାବାଦ ସହିତ ଯୋଡି ହେବାର ଖବର ଆସିବା ସହ ସେ ଟେଷ୍ଟ କ୍ରିକେଟରୁ ଅବସର ମଧ୍ୟ ନେଇପାରନ୍ତି ଖବର ସାମ୍ନା କୁ ଆସିଥିଲା। ଏବେ ହାର୍ଦିକଙ୍କୁ ନେଇ ଜାହିରଙ୍କ ଏହି ବୟାନ ଦ୍ଵାରା ହାର୍ଦିକଙ୍କ ପ୍ରସଂସକ ବହୁତ ଖୁସି ହୋଇଥାଇ ପାରନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *