ହାର୍ଦିକ ପାଣ୍ଡ୍ୟା ଯେ ଆଗରୁ ଭାରତ ଦଳର ଅଂଶ ନଥିଲେ ଏବଂ ଆଇପିଏଲ ରେ ଭଲ ଖେଳି ସେ ପୁଣି ଦଳରେ ସ୍ଥାନ ପାଇଲେ ଏବଂ ଏବେ ସେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ହେବାକୁ ଥିବା ଖେଳରେ ଦଳର ନେତୃତ୍ଵ ନେବେ। ଏବଂ ତାଙ୍କର ବ୍ୟାଟିଂକୁ ଦେଖି ପୂର୍ବ ଖେଳାଳି କହିଛନ୍ତି ଯେ ତାଙ୍କୁ ଉପର କ୍ରମରେ ବ୍ୟାଟିଂ କରିବା ଦରକାର ସିଧା କଥା ଏହିକି ଯେ ସୂର୍ଯ୍ୟ କୁମାରଙ୍କୁ ହଟାଇ ତାଙ୍କ ସ୍ଥାନରେ ହାର୍ଦିକ ବ୍ୟାଟିଂ କରିବା ଦରକାର।

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସେ ବହୁତ ଭଲ ଖେଳିଛନ୍ତି ଏବଂ ଆଇପିଏଲରେ ଥିବା ତାଙ୍କ ପ୍ରଦର୍ଶନ ଭାରତ ଦଳରେ ସଫା ଦେଖାଯାଉଛି ସିଧା କୁହାଯାଇପାରେ ଯେ ସେ ଭାରତ ଦଳରେ ପୂର୍ବ ହାର୍ଦିକ ଭଳି ଫେରିଛନ୍ତି ଏବଂ ସେହିପରି ପ୍ରଦର୍ଶନ କରିଛନ୍ତି ଯାହା ସେ ଆଗରୁ କରୁଥିଲେ। କିନ୍ତୁ ତାଙ୍କର ଦଳରେ ବ୍ୟାଟିଂ କ୍ରମ ଏବେ ଠିକ ହୋଇନାହିଁ ଦଳରେ ମଝି କ୍ରମରେ ଖେଳୁଛନ୍ତି ଦଳ ତାଙ୍କୁ ଏକ ଫିନିଶର ରୂପରେ ଦେଖୁଛି। ପୂର୍ବତନ ଖେଳାଳି ତାଙ୍କ ବ୍ୟାଟିଂ କ୍ରମକୁ ଦେଖି ତାଙ୍କୁ ଉପରେ ଖେଳେଇବା ପାଇଁ କହିଛନ୍ତି। ସେ କହିଛନ୍ତି ଯେ ୪ନମ୍ୱର ସ୍ଥାନ ତାଙ୍କ ପାଇଁ ଉପଯୁକ୍ତ। ସେ ଏହା ବି କହିଛନ୍ତି ହାର୍ଦିକଙ୍କୁ ମଧ୍ୟ ୪ନମ୍ୱର ରେ ଖେଳିବା ପାଇଁ ଭଲ ଲାଗିବ। ସେ ଜାଣିଛନ୍ତି ଦଳର ଆବଶ୍ୟକ କଣ ଏବଂ ସେ କେମତି ନିଜର ଖେଳ ବଦଳାଇ ପାରିବେ। ଆଇପିଏଲ ରୁ ଦେଖାଯାଉଛି ଯେ ସେ ବହୁତ ଧର୍ଯ୍ୟର ସହ ଖେଳୁଛନ୍ତି ଏବଂ ଏହି କଥା ପୂର୍ବତନ ଖେଳାଳିଙ୍କୁ ଜାହିରଙ୍କୁ ଭଲ ଲାଗିଛି। ଆଇପିଏଲରେ ନିଜ ଦଳ ପାଇଁ ୪ ନମ୍ୱର ରେ ଖେଳୁଥିଲେ ଏବଂ ନିଜ ଦଳ ପାଇଁ ପ୍ରମୂଖ ଖେଳାଳି ରୂପରେ ମଧ୍ୟ ଆଗକୁ ଆସିଥିଲେ।
ଯଦି ସେ ଭାରତ ଦଳରେ ୪ ନମ୍ୱର ରେ ଖେଳନ୍ତି ତାହେଲେ ପୁରା ବ୍ୟାଟିଂ କ୍ରମ ବଦଳିଯିବ ଏବଂ ସୂର୍ଯ୍ୟ କୁମାରଙ୍କୁ ତଳେ ଖେଳିବାକୁ ପଡ଼ିବ। କିନ୍ତୁ ଯଦି ଦଳର ବ୍ୟାଟିଂ କ୍ରମ ଦେଖାଯାଏ ତେବେ ରାହୁଲ ଏବଂ ରୋହିତ ଓପନିଂ ଏବଂ ୩ ନମ୍ୱରରେ କୋହଲି ୪ ରେ ସୂର୍ଯ୍ୟ ୫ ରେ ପନ୍ତ ଏବଂ ୬ ରେ ପାଣ୍ଡ୍ୟା ବ୍ୟାଟିଂ କରିବେ। ଟି-୨୦ ରେ ଦଳ ୬ଟି ବ୍ୟାଟ୍ସମ୍ୟାନ,୪ଟି ବୋଲର ଏବଂ ୧ଟି ଅଲରାଉଣ୍ଡର ସହ ଟିମ ଖେଳିପାରେ। ପୂର୍ବତନ ଖେଳାଳି ଜାହିର ଏହା ମଧ୍ୟ କହିଛନ୍ତି ହାର୍ଦିକ ଉପରେ ଖେଳିଲେ କୋଚ ମଧ୍ୟ ଖୁସି ହେବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।