ଭାରତର ରେଗୁଲାର ଅଧିନାୟକ ପଦର ପ୍ରଶ୍ନ ଉପରେ ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ବୟାନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ରବିବାରକୁ ଫ୍ଲୋରିଡାରେ ଖେଳାଯାଇଥିବା ସିରିଜର ଶେଷ ଟି-୨୦ ମ୍ୟାଚକୁ ୱେଷ୍ଟଇଣ୍ଡିଜକୁ ୮୮ ରନର ବଡ଼ ଅନ୍ତରରେ ହରାଇ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିଯାଇଛି। ରୋହିତ ଶର୍ମାଙ୍କ ଜାଗାରେ ପଞ୍ଚମ ମ୍ୟାଚରେ ହାର୍ଦିକ ପାଣ୍ଡ୍ୟା ଅଧିନାୟକତ୍ୱ ସମ୍ଭାଳିଥିଲେ ଓ ଟିମକୁ ବିଜୟ ଦେଇଥିଲେ। ଏହା ପୂର୍ବରୁ ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ଧାୱନଙ୍କ ଅଧିନାୟକତ୍ୱରେ ୩-୦ରେ ଜିତିଥିଲା।

Google

ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଭବିଷ୍ୟତରେ ଟିମ ଇଣ୍ଡିଆର ରେଗୁରାଲ ଅଧିନାୟକ ହେବ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଟିମ ଖେଳାଳିଙ୍କ ଆଘାତ ଓ କାମ ପ୍ରେସର କାରଣରୁ ସବୁ ଫର୍ମାଟରେ ଅଳ୍ପ କିଛି ସମୟରୁ ୭ ଟି ଅଧିନାୟକଙ୍କ ବ୍ୟବହାର କରିଛନ୍ତି। ହାର୍ଦିକ ଆଇପିଏଲ ୨୦୨୨ରେ ପ୍ରଥମ ଥର ଆଇପିଏଲରେ ଓହ୍ଲାଇଥିବା ଟିମ ଗୁଜରାଟ ଟାଇଟନ୍ସର ଅଧିନାୟକତ୍ୱ କରିଥିଲେ ଓ ଟିମକୁ ଚମ୍ପିୟନ କରିଥିଲେ।

ଖାସ କଥା ଏହାକି ହାର୍ଦିକ ଏବେ ପର୍ଯ୍ୟନ୍ତ ତିନୋଟି ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଅଧିନାୟକତ୍ୱ କରିଛନ୍ତି ଓ ତିନୋଟି ଯାକ ମ୍ୟାଚ ଟିମ ଇଣ୍ଡିଆ ଜିତିଛି। ଭାରତର ରେଗୁରାଲ ଅଧିନାୟକ ପଦ ପାଇବା ଉପରେ ପଚରାଯିବାରୁ ହାର୍ଦିକ କହିଥିଲେ ଏଥିରେ ବହୁତ ଖୁସି ହେବି। ସେ ଏହା ଅଧ୍ୟ କହିଥିଲେକି ଏବେ ତାଙ୍କର ଧ୍ୟାନ ଏସିଆ କପ ଓ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ରହିଛି।

Google

ସେ ଏହି କଥା ଉପରେ ଅଧିକ ଜୋର ଦେଇଥିଲେ କି ଖେଳାଳି ନିଜ ଖେଳର ଆନନ୍ଦ ଉଠାଇ ଅଧିକ ଭଲ କରିବା ପାଇଁ ପ୍ରୟାସ କରୁଛନ୍ତି। ହାର୍ଦିକ ୫ମ ଟି-୨୦ ପରେ କହିଛନ୍ତି,”ହଁ, କାହିଁ ନୁହେଁ। ଯଦି ମତେ ଭବିଷ୍ୟତରେ ଏହା ପାଇଁ ମୌକା ମିଳିବ ମୁଁ ବହୁତ ଖୁସି ହେବି। ଏବେ ଆମ ପାଖରେ ଏସିଆକପ ଓ ଟି-୨୦ ବିଶ୍ୱକପ ଅଛି ଯାହା ଉପରେ ଆମେ ଫୋକସ କରୁଛୁ। ଆମେ ସବୁ ଏକ ଟିମ ରୂପରେ ଏହା ସୁନିଶ୍ଚିତ କରୁଛୁକି ଯାହା ଆମେ ଶିଖୁଚୁ ଆମେ ସେଥିରେ ଆହୁରି ଭଲ ହେଇପାରିବୁ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *