ପାଣ୍ଡ୍ୟାଙ୍କୁ ଛୁଟି? ଟିମ ଇଣ୍ଡିଆକୁ ମିଳିଗଲା ନୂଆ ଧାକଡ଼ ଅଲରାଉଣ୍ଡର! ଆୟର ନୁହେଁ ସେ ହେଉଛନ୍ତି….

ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ସେମିଫାଇନାଲରେ ତାମିଲନାଡୁ ଟିମ ହାଇଦ୍ରାବାଦକୁ ୮ ୱିକେଟରେ ହରାଇଛି।ତାମିଲନାଡୁର ଅଧିନାୟକ ବିଜୟ ଶଙ୍କର ୪୩ ରନର ନଟଆଉଟ ପାରି ଖେଳି ଟିମକୁ ଫାଇନାଲରେ ପହଁଞ୍ଚାଇଛନ୍ତି। ୩୦ ବର୍ଷୀୟ ଏହି ଅଲରାଉଣ୍ଡରେ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି।

Google

ଭାରତୀୟ ଟିମକୁ ହାର୍ଦିକ ପାଣ୍ଡ୍ୟାଙ୍କର ବିକଳ୍ପ ମିଳିଯାଇଛି ବୋଲି ଜଣା ଯାଉଛି। ନ୍ୟୁଜିଲ୍ୟାଣ୍ଡ ସହ ଟି-୨୦ ସିରିଜରେ ମଧ୍ୟ ହାର୍ଦିକ ପାଣ୍ଡ୍ୟାଙ୍କ ଜାଗାରେ ଭେଙ୍କଟେସ ଅୟରଙ୍କୁ ମୌକା ମିଳିଛି। ଏବେ ବିଜୟ ଶଙ୍କର ମଧ୍ୟ ଟିମରେ ଜାଗା ପାଇବା ପାଇଁ ଯୋଗ୍ୟତା ଦେଖାଇଛନ୍ତି। ଅଲରାଉଣ୍ଡର ହିସାବରେ ବିଜୟ ଶଙ୍କର ଦିନିକିଆ ବିଶ୍ୱକପ ୨୦୧୯ରେ ଖେଳିଥିଲେ।

ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୧ରେ ବିଜୟ ଶଙ୍କର ମହାରାଷ୍ଟ୍ର ବିରୁଦ୍ଧରେ ୪୨ ରନରେ ନଟଆଉଟ,ଗୋଆ ବିରୁଦ୍ଧରେ ୪, ପଞ୍ଜାଵ ବିରୁଦ୍ଧରେ ୫୯ ନଟଆଉଟ,କେରଳ ବିରୁଦ୍ଧରେ ୩୩ ଓ ସେମିଫାଇନାଲରେ ହାଇଦ୍ରାବାଦ ବିରୁଦ୍ଧରେ ୪୩ ରନର ନଟଆଉଟ ପାରି ଖେଳିଛନ୍ତି।

Google

ବିଜୟ ଶଙ୍କର ବର୍ଷ ୨୦୧୮ରେ ଭାରତ ପାଇଁ ଡେଭ୍ୟୁ କରିଥିଲେ। ସେ ୧୨ ଟି ଏକଦିବସିୟ ଓ ୯ ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ତାଙ୍କ ନାମରେ ୨୪୩ ଓ ଟି-୨୦ରେ ୧୦୧ ରନ ଅଛି। ଏହା ଛଡା ଦୁଇଟି ଯାକ ଫର୍ମାଟରେ ସେ ୯ ୱିକେଟ ନେଇଛନ୍ତି।

ବିଜୟ ଶଙ୍କରଙ୍କର ଫାଷ୍ଟକ୍ଳାସ କ୍ୟାରିୟର ବହୁତ ଭଲ ଅଟେ। ଏହି ଖେଳାଳି ଫାଷ୍ଟକ୍ଳାସରେ ୪୫ ମ୍ୟାଚରେ ୪୫ର ଔସତରେ ୨୨୪୨ ରନ କରିଛନ୍ତି ଓ ୩୩ ୱିକେଟ ନେଇଛନ୍ତି। ୮୮ ଲିଷ୍ଟ ଏ ମ୍ୟାଚରେ ୨୨୮୬ ଓ ୧୧୦ ଟି-୨୦ ମ୍ୟାଚରେ ୧୬୯୬ ରନ ବନାଇଛନ୍ତି। ଲିଷ୍ଟ ଏ ରେ ତାଙ୍କ ନାମରେ ୫୪ ଓ ଟି-୨୦ରେ ୩୩ ୱିକେଟ ଅଛି।

Google

ଆଇପିଏଲରେ ସେ ସନରାଇଜର୍ସ ହାଇଦ୍ରାବାଦ ଟିମ ପଟୁ ଖେଳନ୍ତି। ୪୭ ଆଇପିଏଲ ମ୍ୟାଚରେ ୩ ଟି ଅର୍ଦ୍ଧଶତକ ବଳରେ ୭୧୨ ରନ କରିଛନ୍ତି ଓ ୯ ଟି ୱିକେଟ ଅକ୍ତିଆର କରିଛନ୍ତି।

ତେବେ ଆପଣଂକୁ କଣ ଲାଗୁଛି ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ କିଏ ଅଲରାଉଣ୍ଡର ଭାବରେ ଖେଳିଲେ ଦଳ ପାଇଁ ଭଲ ହେବ ତାହା କମେଣ୍ଟ କରି ଜଣାଇବେ। ଭେଙ୍କଟେସ ଆୟର ଯିଏକି ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରିଥିଲେ ନା ବିଜୟ ଶଙ୍କର ଯିଏ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି? କିଏ ଦଳରେ ସ୍ଥାନ ପାଇଲେ ଦଳ ପାଇଁ ଭଲ ହେବ ତାହା କମେଣ୍ଟରେ ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *