ବ୍ୟୁରୋ ରିପୋର୍ଟ: ଗୁଜରାଟ ଟାଇଟନସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ଆଇପିଏଲରେ ଯେଉଁ ଭଳି ଭାବରେ ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ। ଯାହାର ଫଳ ଆକାରରେ ତାଙ୍କୁ ଭାରତୀୟ ଦଳରେ ପୁନର୍ବାର ସ୍ଥାନ ମିଳିଛି। ଦୀର୍ଘ ପ୍ରାୟ ୭ ମାସ ଆନ୍ତର୍ଜାତୀୟ ଖେଳରୁ ବାଦ ପଡିବା ପରେ ସେ ଏବେ ପୁନର୍ବାର ଆନ୍ତର୍ଜାତୀୟ ସ୍ତରରେ ଦଳରେ ସ୍ଥାନ ପାଇଛନ୍ତି। ଏହି ୭ ମାସ ପାଣ୍ଡ୍ୟାଙ୍କ ବହୁତ ସଂଘର୍ଷ ପୂର୍ଣ୍ଣ ଥିଲା। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଗୁଜରାଟ ଟାଇଟନସ୍ ବର୍ତ୍ତମାନ ଆଇପିଏଲର ଯେଉଁ ସ୍ତରରେ ପହଞ୍ଚି ସାରିଛି ତାର ଶ୍ରେୟ ଏହି ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ଯାଏ କାରଣ ସେ କେବଳ ବଲ ପକାଇବାରେ ନୁହେଁ ବରଂ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଯାହାର ଫଳ ଭାବରେ ଗୁଜୁରାଟ ଟାଇଟନ୍ସ ଆଇପିଏଲର ପ୍ଲେ ଅଫରେ ପହଞ୍ଚି ଯାଇଥିବା ବେଳେ ତାଙ୍କୁ ମଧ୍ୟ ପୁନର୍ବାର ଭାରତୀୟ ଦଳରେ ସ୍ଥାନ ମିଳିଛି। ଆହତ ଥିବା କାରଣରୁ ସେ ଦୀର୍ଘ ପ୍ରାୟ ୭ ମାସ ହେଲା ଖେଳରୁ ବାଦ ରହିଥିଲେ। ସେ ଗତ ବିଶ୍ଵକପ ପରଠାରୁ ଗୋଟିଏ ବି ମ୍ୟାଚ ଖେଳି ନଥିଲେ କିନ୍ତୁ ସେ ପୁନର୍ବାର ଚଳିତ ବର୍ଷ ଆଇପିଏଲ ରେ ନିଜର ଚମତ୍କାର ପ୍ରଦର୍ଶନ କଲେ କେବଳ ବ୍ୟାଟ ନୁହେଁ ବରଂ ବଲ ସହିତ ମଧ୍ୟ ଭଲ ପ୍ରଦର୍ଶନ କଲେ।

ହାର୍ଦିକ ପାଣ୍ଡ୍ୟାଙ୍କୁ ଆସୁଥିବା ସିରିଜରେ ମଧ୍ୟ ଏହି ଭଳି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ଯାହା ଦ୍ଵାରା ସେ ଆଗାମୀ ସିରିଜ ପାଇଁ ସ୍ଥାନ ପାଇ ପାରିବେ। ଏଥି ସହ ତାଙ୍କୁ ହେବାକୁ ଥିବା ଟି ୨୦ ବିଶ୍ଵକପରେ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିବାରେ ଅଛି। ତେବେ ଦକ୍ଷିଣ ଆଫ୍ରିକା ସହିତ ହେବାକୁ ଥିବା ସିରିଯ ରେ ଚୟନ କାରୀ ଅନେକ ଆଲରାଉଣ୍ଡର ମାନଙ୍କୁ ଚୟନ କରିଛନ୍ତି ଏହି ଟିମରେ କେ ଏଲ ରାହୁଲ ଅଧିନାୟକ ଏବଂ ରିସବ ପନ୍ତ ଉପଅଧିନାୟକ ଭାବରେ ଦେଖା ଯିବେ।
ଏଥି ସହ ଦଳରେ ଗାଇକାୱାଡ, ଇସନ କିଶନ,ଦୀପକ ହୁଡ୍ଡା, ଶ୍ରେୟସ ଅୟର,ଦିନେଶ କାର୍ତ୍ତିକ,ହାର୍ଦିକ ପାଣ୍ଡ୍ୟା, ଭେଙ୍କେଟେଶ ଆୟର,ୟୁଜି ଚାହଲ,କୁଲଦୀପ ଯାଦବ,ରବି ବିସ୍ନୋଇ,ଭୁବନେଶ୍ୱର କୁମାର, ହର୍ଶଲ ପଟେଲ,ଅଭେଶ ଖାନ, ଅର୍ସଦିପ ସିଂହ ଏବଂ ଉମରାନ ମଲ୍ଲିକଙ୍କୁ ମଧ୍ୟ ସ୍ଥାନ ମିଳିଛି। ତେବେ ଏହା ଦେଖିବାକୁ ହେବ କି ହାର୍ଦିକ ପାଣ୍ଡ୍ୟା ପ୍ଲେୟିଂ ୧୧ ମଧ୍ୟରେ ନିଜର ସ୍ଥାନ ବନାଇ ପାରୁଛନ୍ତି କି ନାହିଁ।
18-member #TeamIndia squad for the upcoming five-match Paytm T20I home series against South Africa.#INDvSA @Paytm pic.twitter.com/tK90uEcMov
— BCCI (@BCCI) May 22, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।