ବ୍ୟୁରୋ ରିପୋର୍ଟ: କପିଲ ଦେବଙ୍କ ବଡ଼ ବୟାନ। ସେ କହିଛନ୍ତି କି ଭବିଷ୍ୟତରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର କ୍ୟାପଟେନ ଭାବେ ନିଆ ଯାଇପାରେ। ହାର୍ଦିକ ପାଣ୍ଡ୍ୟାଙ୍କର ଏତେ ତାରିଫ କପିଲ କାହିଁକି କରିଥିଲେ ଏହା ପଛର କାରଣ ଆପଣ ତ ଜାଣିଥିବେ। ଏହି ଆଇପିଏଲ ସମୟରେ ସେ ଗୁଜୁରାଟକୁ ମ୍ୟାଚ ପରେ ମ୍ୟାଚ ଜିତାଇ ଚାଲିଛନ୍ତି। ଗୁଜୁରାଟକୁ ଭଲ କ୍ୟାପଟେନସି କରି ଟେବୁଲ ଟପରେ ରଖିଛନ୍ତି ପାଣ୍ଡ୍ୟା।

ପୂର୍ବ ମ୍ୟାଚ ଜିତି ପାରି ନଥିଲେ ଯେଉଁଥିରେ ରସିଦ ଖାନଙ୍କୁ କ୍ୟାପଟେନ କରିଥିଲେ।କିନ୍ତୁ ସେ ମଧ୍ୟ ଟିମକୁ ମ୍ୟାଚ ଜିତାଇ ଦେଇଥିଲେ।ଏବେ କୌଣସି ଅସୁବିଧା ପାଇଁ ହାର୍ଦିକ ଖେଳ ଠାରୁ ବାହାରେ ଅଛନ୍ତି କିନ୍ତୁ ତାଙ୍କ ଖେଳ ପ୍ରଦର୍ଶନ ଉପରେ ଯେଉଁ ପ୍ରକାର ବ୍ୟାଟିଂ ହେଉଛି ଯେଉଁ ପ୍ରକାରର ବୋଲିଂ ହେଉଛି ତାକୁ ନେଇ କପିଲ ଦେବ ବହୁତ ଆଶ୍ଵସ୍ଥ ଅଛନ୍ତି କି ସେ ଆଗକୁ ଟିମ ଇଣ୍ଡିଆର କ୍ୟାପଟେନ ହୋଇ ପାରନ୍ତି।
ସେ କହିଛନ୍ତି କି ହାର୍ଦିକ ଜଣେ ପ୍ରତିଭାଶାଳୀ ଖେଳାଳି।ସେ ଭଲ ଖେଳୁଛନ୍ତି। ତାଙ୍କୁ ଟିମରେ ଜାଗା ଦେବା ସହ କ୍ୟାପଟେନ କରିବା ପାଇଁ ମଧ୍ୟ ଚିନ୍ତା କରି ପାରିବା। ସେ ତାଙ୍କ ଫିଟନେସ ଉପରେ ଧ୍ୟାନ ଦେବା ଉଚିତ। ସେ କ୍ୟାପଟେନସିପରେ ଥାଇ ଗୁଜୁରାଟର ଭଲ ପ୍ରଦର୍ଶନ କରୁଛନ୍ତି।କପିଲ ଦେବ ଯିଏ ବହୁତ କ୍ରିକେଟ ଖେଳିଛନ୍ତି ଓ ବହୁତ କ୍ରିକେଟ ବୁଝିଛନ୍ତି।

ଜଣେ ଭଲ ଖେଳାଳି ସେ। ସେ ହାର୍ଦିକ ପାଣ୍ଡ୍ୟା ଭିତରେ ଏହାର ଭଲ ଲକ୍ଷଣ ଦେଖିଛନ୍ତି। ତାଙ୍କର କ୍ୟାପଟେନସିପ ଗୁଜୁରାଟର ଖେଳରେ ଜଣା ପଡ଼ିଗଲା। ତାଙ୍କୁ ଲାଗୁଛି କି ପାଣ୍ଡ୍ୟା ଜଣେ ଭଲ ଖେଳାଳି ଯାହାଙ୍କୁ ଆଗାମୀ ସମୟରେ ଟିମ ଇଣ୍ଡିଆର କ୍ୟାପଟେନ ହୋଇ ପାରିବେ।ଏହାକୁ ନେଇ ସେ କହିଛନ୍ତି କି ସେ ତାଙ୍କ ଫିଟନେସ ଲେବଲ ଠିକ ରଖନ୍ତୁ।ଯେତେବେଳେ ସେ ଶତ ପ୍ରତିଶତ ଫିଟ ହେବେ ସେତେବେଳେ ସେ ଟିମ ଇଣ୍ଡିଆରେ ଫିଟ ହେବେ। ସେ ପୂର୍ବ ମ୍ୟାଚ ଖେଳି ପାରି ନଥିଲେ। ଆଗାମୀ ମ୍ୟାଚ ଖେଳିବେ କି ନାହିଁ ଠିକ ନାହିଁ।କପିଲ ଦେବଙ୍କ ଭଳି ଜଣେ ବଡ଼ ଖେଳାଳି ଯଦି ପାଣ୍ଡ୍ୟାଙ୍କ ପାଖରେ ଏହି କ୍ଷମତା ଦେଖି ପାରୁଛନ୍ତି ତେବେ ଏହା ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ବହୁତ ବଡ଼ କଥା। ଆଗକୁ ଜଣା ପଡ଼ିବ ସେ ଟିମ ଇଣ୍ଡିଆର କ୍ୟାପଟେନ ହେବେ କି ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।