GT vs LSG: କ୍ୟାପଟେନ୍ସିର ପ୍ରଥମ ମ୍ୟାଚରେ ପାଣ୍ଡ୍ୟାଙ୍କ କମାଲ! ତେବଟିୟା ଓ ମିଲର ଲକ୍ଷନୌ ପଟୁ ଛଡ଼ାଇଆଣିଲେ ମ୍ୟାଚ!

ବ୍ୟୁରୋ ରିପୋର୍ଟ: ଗୁଜୁରାଟ ଟାଇଟନ୍ସ ଆଇପିଏଲରେ ପ୍ରଥମ ଥର ଓହ୍ଲାଇଛି ଓ ନଜର ପ୍ରଥମ ମ୍ୟାଚରେ ଲକ୍ଷନୌ ସୁପର ଯାଏଣ୍ଟସକୁ ୫ ୱିକେଟରେ ହରାଇଛି। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୩୩ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ ଓ ସେ ବିଜୟ ସହିତ ଅଧିନାୟକତ୍ୱ ଆରମ୍ଭ କରିଛନ୍ତି। ଡେଭିଡ ମିଲର ଓ ରାହୁଲ ତେବଟିୟା ମ୍ୟାଚକୁ ସମ୍ପୂର୍ଣ ବଦଳାଇଦେଇଥିଲେ। ଲକ୍ଷନୌ ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟ ହରାଇ ୧୫୮ ରନ କରିଥିଲା। ଲକ୍ଷ୍ୟକୁ ପିଛା କରି ଗୁଜୁରାଟ ଟାଇଟନ୍ସ ୧୯.୫ ଓଭରରେ ୫ ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିଥିଲା। ଏହି ସିଜନରେ ଚାରିଟି ଯାକ ମ୍ୟାଚର ପଛରେ ବ୍ୟାଟିଙ୍ଗ କରିଥିବା ଟିମ ମ୍ୟାଚ ଜିତିଛି।

Google

ଟାର୍ଗେଟ ପିଛା କରିବାକୁ ଓହ୍ଲାଇଥିବା ଗୁଜୁରାଟ ଟାଇଟନ୍ସର ଆରମ୍ଭ ଭଲ ରହିନଥିଲା। ଓପନର ଶୁଭମନ ଗିଲ (୦) ବଡ଼ ଶର୍ଟ ମାରିବାକୁ ଯାଇ ଦୁଷ୍ମନ୍ତ ଚମୀରାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହା ପରେ ବିଜୟ ଶଙ୍କର ମଧ୍ୟ ୪ ରନରେ ଚମୀରାଙ୍କ ଶିକାର ହୋଇଗଲେ। ୧୫ ରନରେ ଟିମର ଦୁଇଟି ୱିକେଟ ଗଳିବା ପରେ ମାଥୟୁ ୱେଡ଼ ଓ ହାର୍ଦିକ ପାଣ୍ଡ୍ୟା ତୃତୀୟ ୱିକେଟ ପାଇଁ ୫୭ ରନ ଜୋଡିଥିଲେ। ହାର୍ଦିକ ୩୩ ରନ କରି କୁନାଲ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ନିଜ ପାରିରେ ୫ ଟି ଚୌକା ଓ ଗୋଟେ ଛକା ମାରିଥିଲେ।

ହୁଡା ଦେଲେ ୱେଡ଼ଙ୍କ ରୂପରେ ବଡ଼ ଝଟକା:

ଦୀପକ ହୁଡା ବ୍ୟାଟିଙ୍ଗ ସହ ବୋଲିଙ୍ଗରେ ମଧ୍ୟ କମାଲ କରିଥିଲେ। ସେ ଓପନର ବ୍ୟାଟ୍ସମ୍ୟାନ ମାଥୟୁ ୱେଡ଼ଙ୍କୁ ଆଉଟ କରିଥିଲେ। ସେ ୨୯ ବଲରେ ୩୦ ରନ କରିଥିଲେ। ଏହା ପରେ ପାରିକୁ ମିଲର ଓ ତେବଟିୟା ସମ୍ଭାଳିଥିଲେ। ଶେଷ ୫ ଓଭରରେ ଟିମକୁ ବିଜୟ ପାଇଁ ୬୮ ରନ ଦରକାର ଥିଲା ଓ ହାତରେ ୬ ୱିକେଟ ବାକିଥିଲା।

Google
୧୬ ତମ ଓଭର ମ୍ୟାଚ ବଦଳିବା ଭଳି ଓଭର ଥିଲା:

ମ୍ୟାଚର ୧୬ ତମ ଓଭର ମ୍ୟାଚକୁ ପରିବର୍ତ୍ତନ କରିଥିଲା।ଡିଉ ପରେ ଅଧିନାୟକ କେ ଏଲ ରାହୁଲ ଦୀପକ ହୁଡାଙ୍କୁ ତାଙ୍କର ତୃତୀୟ ଓଭର ବୋଲିଙ୍ଗ ଦେଇଥିଲେ ଓ ସେହି ଓଭରରେ ୨୨ ରନ ହୋଇଥିଲା। ଏହି ଓଭରରେ ମିଲର ଓ ତେବତୀୟ ଗୋଟେ ଗୋଟେ ଛକା ଓ ଚୌକା ମାରିଥିଲେ। ଏବେ ୪ ଓଭରରେ ୪୬ ରନର ଆବଶ୍ୟକ ଥିଲା। ୧୭ ତମ ଓଭରରେ ରବି ବିସ୍ନୋଇ ୧୭ ରନ ଦେଇଥିଲେ।ଆଉ ଶେଷ ୩ ଓଭରରେ ୨୯ ରନର ଆବଶ୍ୟକତା ଥିଲା। ଏହା ମଧ୍ୟରେ ଡେଭିଡ ମିଲର ୨୧ ବଲରେ ୩୦ ରନ କରି ଆବେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ସେ ତେବଟିୟାଙ୍କ ସହ ୩୪ ବଲରେ ୬୦ ରନ କରିଥିଲେ। ଏବେ ୧୫ ବଲରେ ୨୧ ରନର ଆବଶ୍ୟକତା ଥିଲା।

ଶେଷ ଓଭରରେ ଆବଶ୍ୟକତା ଥିଲା ୧୧ ରନ:

ଗୁଜୁରାଟକୁ ଜିତିବା ପାଇଁ ଶେଷ ଦୁଇ ଓଭରରେ ୨୦ ରନର ଆବଶ୍ୟକତା ଥିଲା। ୧୯ ତମ ଓଭରରେ ୯ ରନ ହୋଇପାରିଥିଲା। ଶେଷ ଓଭରରେ ବିଜୟ ପାଇଁ ୧୧ ରନର ଆବଶ୍ୟକତା ଥିଲା। ଅଭିନବ ଆବେଶଙ୍କପ୍ରଥମ ଦୁଇଟି ବଲରେ ଦୁଇଟି ଚୌକା ମାରି ତୃତୀୟ ବଲରେ ଏକ ରନ ନେଇଥିଲେ।ଏହାପରେ ତେବଟିୟା ଚୌକା ମାରି ଟିମକୁ ବିଜୟ ପ୍ରଦାନ କରିଥିଲେ। ଅଭିମବ ୭ ବଲରେ ୧୫ ରନର ମହତ୍ତ୍ୱପୂର୍ଣ୍ଣ ନଟଆଉଟ ପାରି ଖେଳିଥିଲେ। ତେବଟିୟା ୨୪ ବଲରେ ୪୦ ରନ କରିଥିଲେ। ସେ ନିଜ ପାରିରେ ୫ ଟି ଚୌକା ଓ ଦୁଇଟି ଛକା ମାରିଥିଲେ।

Google
ହୁଡା ଓ ବଦୋନି ପାରିକୁ ସମ୍ଭାଳିଥିଲେ:

ଏହା ପୂର୍ବରୁ ଗୁଜୁରାଟର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟଚ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲେ। ଲକ୍ଷନଉର ଆରମ୍ଭ ବହୁତ ଖରାପ ରହିଥିଲା। କେ ଏଲ ରାହୁଲ ୦୦, ଡିକକ ୦୭, ଏବିଲ ଲୁଇସ ୧୦, ମନିଶ ପାଣ୍ଡେ ୦୬ ରନ କରି ଆଉଟ ହୋଇଥିଲେ। ୨୯ ରନରେ ଟିମର ୪ ଟି ୱିକେଟ ଗଳିପଡିଥିଲା। ୪ ରୁ ତିନୋଟି ୱିକେଟ ସାମୀ ନେଇଥିଲେ।

ଏହା ପରେ ଦୀପକ ହୁଡା ଓ ଡେବ୍ୟୁ କରିଥିବା ଆୟୁଷ ବଦୋନି ୫ମ ୱିକେଟ ପାଇଁ ୮୭ ରନ ଯୋଡିଥିଲେ। ହୁଡା ୪୧ ବଲରେ ୫୫ ଓ ବଦୋନି ୪୧ବଲରେ ୫୪ ରନ କରିଥିଲେ। କୁନାଲ ପାଣ୍ଡ୍ୟା ୧୩ ବଲରେ ୨୧ ରନ କରିଥିଲେ। ଗୁଜୁରାଟ ତରଫରୁ ବରୁଣ ଏରନ ୨ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *