ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୪ ଫେବୃଆରୀକୁ ୩ ଟି ମ୍ୟାଚର ଟି-୨୦ ସିରିଜର ପ୍ରଥମ ମ୍ୟାଚ ଲକ୍ଷନୌରେ ଖେଳାଯିବାର ଅଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଟିମ ପାଇଁ ଖୁସି ଖବର ଆସିଛି। ବୋଲିଙ୍ଗରେ ଭାରତକୁ ଅସୁବିଧାରେ ପକାଉଥିବା ଆଇପିଏଲ ୨୦୨୨ର ସବୁଠୁ ଦାମୀ ଶ୍ରୀଲଙ୍କା ଖେଳାଳି ଏହି ସିରିଜରୁ ବାହାର ହୋଇଯାଇଛନ୍ତି। ଏହି ମାସର ଆରମ୍ଭରେ ଶ୍ରୀଲଙ୍କା ଟିମ ଅଷ୍ଟ୍ରେଲିଆ ଗ୍ରସ୍ତରେ ଚମତ୍କାରି ବୋଲର ୱାନିନ୍ଦୁ ହସରଙ୍ଗା କରୋନାରେ ସଂକ୍ରମିତ ହୋଇଥିଲେ।
Sri Lanka’s star leg-spinner Wanindu Hasaranga’s isolation in Melbourne has been extended as he returned another positive result for Covid-19.https://t.co/JyF7ITPc8q
— The Field (@thefield_in) February 23, 2022
ଏହା ପରେ ସେ କରୋନାରୁ ସମ୍ପୂର୍ଣ ସୁସ୍ଥ ହୋଇନାହାଁନ୍ତି। ୨୨ ଫେବୃଆରୀକୁ ରୈପିଡ଼ ଏଣ୍ଟିଜନ ଟେଷ୍ଟରେ ତାଙ୍କର ରିପୋର୍ଟ ପୁଣି ପଜେଟିଭ ଆସିଛି। ଅଳ୍ପ ଦିନ ତଳେ ହସରଙ୍ଗାଙ୍କୁ ଆଇପିଏଲ ଅକ୍ସନରେ ଆରସିବି ୧୦.୭୫ କୋଟିରେ ଟିମରେ ସାମିଲ କରିଥିଲା।
ଅଷ୍ଟ୍ରେଲିଆ ଗ୍ରସ୍ତରେ କରୋନା ସଂକ୍ରମଣ ହୋଇଥିଲେ ହସରଙ୍ଗା:
ହସରଙ୍ଗା ଅଷ୍ଟ୍ରେଲିଆ ଗ୍ରସ୍ତରେ କୁସାଲ ମେଣ୍ଡିସ ଓ ବେନୁରା ଫରନାଣ୍ଡୋଙ୍କ ପରେ କରୋନାରେ ସଂକ୍ରମଣ ହୋଇଥିବା ତିନି ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ ଓ ସେହି ସିରିଜର ୫ ରୁ ମାତ୍ର ୨ ଟି ମ୍ୟାଚ ଖେଳିଥିଲେ। ସେହି ସିରିଜରେ ଶ୍ରୀଲଙ୍କା ୧-୪ରେ ହାରିଯାଇଥିଲା। ଦୁଇଟି ମ୍ୟାଚରେ ହସରଂଙ୍ଗା ୩୮ ରନ ଦେଇ ୩ ୱିକେଟ ଅକ୍ତିଆର କରିଥିଲେ। ଗୋଟେ ମ୍ୟାଚରେ ୩୩ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।
Ruled out of the T20I series against India after being infected with COVID-19, #SriLanka's star leg-spinner #WaninduHasaranga's isolation has been extended as he returned another positive result for the virus.https://t.co/1FgO3K1XH5
— The Hindu – Sports (@TheHinduSports) February 23, 2022
ଶ୍ରୀଲଙ୍କାକୁ ଭାରତ ଗ୍ରସ୍ତରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଓ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର ଅଛି। ପ୍ରଥମ ଟି-୨୦ ୨୪ ଫେବୃଆରୀକୁ ଲକ୍ଷନୌ ଇକାନା ଷ୍ଟାଡିୟମରେ ଖେଳାଯିବାର ଅଛି। ଏହା ପରେ ଶେଷ ଦୁଇ ଟି-୨୦ ୨୬ ଓ ୨୭ ଫେବୃଆରୀକୁ ଧର୍ମଶାଳାରେ ଖେଳାଯିବାର ଅଛି। ଏହା ପରେ ପ୍ରଥମ ଟେଷ୍ଟ ମୋହାଲି ଓ ଦ୍ୱିତୀୟ ଟେଷ୍ଟ ବାଙ୍ଗାଲୋରରେ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।