ବ୍ୟୁରୋ ରିପୋର୍ଟ: ଯୁବ ବ୍ୟାଟ୍ସମ୍ୟାନ ଦୀପକ ହୁଡ୍ଡାଙ୍କୁ ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଜାଗା ମିଳିନାହିଁ। ଏହି ମ୍ୟାଚରେ ପୂର୍ଵ ଅଧିନାୟକ ବିରାଟ କୋହଲି, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା ଓ ପେସର ଯଶପ୍ରୀତ ବୁମରା ଟିମକୁ ଫେରିଛନ୍ତି। ଏହା ଦ୍ଵାରା ଦୀପକ ହୁଡ୍ଡା ଓ ଇସାନ କିସନଙ୍କୁ ବାହାର ହେବାକୁ ପଡିଲା। ଦୀପକଙ୍କୁ ଚୂଡାନ୍ତ ଏକାଦଶରେ ଜାଗା ନ ମିଳିବା ଦ୍ଵାରା ସୋସିଆଲ ମିଡିଆରେ ଅନେକ ୟୁଜର୍ସ ରାଗିଯାଇଛନ୍ତି।
Got to feel for Deepak Hooda. 205 runs including a hundred in just 6 T20Is at a strike-rate of 170+ and an average nearly touching 70. His time will come 💪 #ENGvIND
— Rohit Sankar (@imRohit_SN) July 9, 2022
ଦୀପକ ହୁଡା ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚରେ ଆକ୍ରାମକ ଶୈଳୀରେ ପ୍ରଦର୍ଶନ କରିଥିଲେ। ସେହି ମ୍ୟାଚରେ ସେ ୧୭ ବଲରେ ୩ ଟି ଚୌକା ଓ ୨ ଟି ଛକା ଦ୍ଵାରା ୩୩ ରନ କରିଥିଲେ। ବୋଲର ଅର୍ସଦୀପ ସିଂ ମଧ୍ୟ ସେହି ମ୍ୟାଚରେ ଡେବ୍ୟୁ କରିଥିଲେ ଓ ୧୮ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ସେ ମଧ୍ୟ ଦ୍ୱିତୀୟ ଟି-୨୦ରେ ଖେଳିପାରିନାହଁନ୍ତି।
ନିଜ କ୍ୟାରିଅର ଏବେ ପର୍ଯ୍ୟନ୍ତ ୨ ଟି ଏକଦିବସିୟ ଓ ୬ ଟି-୨୦ ମ୍ୟାଚ ଖେଳିଥିବା ଦୀପକ ହୁଡା ଚୂଡାନ୍ତ ଏକାଦଶରୁ ବାହାର ହେବା ଦ୍ଵାରା ସୋସିଆଲ ମିଡ଼ିଆରେ ଅନେକ ୟୁଜର୍ସ ନିଜ ମତ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି,”ଦିପକ ହୁଡ୍ଡା ସୁନ୍ଦର ପ୍ରଦର୍ଶନ କରୁଥିଲେ କିନ୍ତୁ ବିରାଟ କୋହଲିଙ୍କ ପାଇଁ ତାଙ୍କୁ ବାହାର କରିବା ବୁଝାପଡୁନି”। ଜଣେ ଅନ୍ୟ ୟୁଜର୍ସ ଲେଖିଛନ୍ତି,”ଭଲ ଲାଗିଲା କି ଦେଖି ଟିମ ମ୍ୟାନେଜମେଣ୍ଟ ଓ ଅଧିନାୟକ ରୋହିତ ଶର୍ମା ବିରାଟ କୋହଲିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କଲେ କିନ୍ତୁ ଦୀପକ ହୁଡ୍ଡାଙ୍କ ଜାଗାରେ, ଯିଏକି ସୁନ୍ଦର ଫର୍ମରେ ଥିଲେ”।
How good has he been 🤩🔥#ENGvIND #DeepakHooda #CricketTwitter pic.twitter.com/xDQgw2HY1g
— Sportskeeda (@Sportskeeda) July 7, 2022
ଦୀପକ ହୁଡ୍ଡା ପୂର୍ଵ କିଛି ସମୟରୁ ସୁନ୍ଦର ଫର୍ମରେ ଚାଲୁଛନ୍ତି। ସେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଦୁଇଟି ଟି-୨୦ରେ ୧୦୪ ଓ ୪୭ ରନର ନଟଆଉଟ ପାରି ଖେଳିଥିଲେ। ଡ଼ର୍ବୀସାୟର ବିରୁଦ୍ଧରେ ଅଭ୍ୟାସ ମ୍ୟାଚରେ ସେ ୫୯ ରନ କରିଥିଲେ। ସେ ଟି-୨୦ କ୍ୟାରିଅରରେ ଏବେ ପର୍ଯ୍ୟନ୍ତ ଗୋଟେ ଶତକ ଦ୍ଵାରା ୨୦୫ ରନ କରିଛନ୍ତି। ଫାଷ୍ଟକ୍ଳାସ କ୍ୟାରିଅରରେ ସେ ୯ ଶତକ ଲଗାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।