ଧୋନି ଅବସର ନେବା ପରେ କେମିତି ଥିଲା ଡ୍ରେସିଂ ରୁମର ମାହୋଲ? ପୂର୍ବ ହେଡ କୋଚ୍ ରବି ଶାସ୍ତ୍ରୀ କଲେ ଆଶ୍ଚର୍ଯ୍ୟକର ଖୁଲାସା

ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏପରି ଫଇସଲା ନେଇଥାନ୍ତି ଯାହାର ଆଶା ଲୋକ ପ୍ରାୟ ବହୁତ କମ କରିଥାନ୍ତି। ସେ ୨୦୦୭ ର ଟି-୨୦ ବିଶ୍ୱକପ ଫାଇନାଲର ଶେଷ ଓଭର ଯୋଗେନ୍ଦ୍ର ଶର୍ମାଙ୍କ ଦ୍ଵାରା କରାଇବା ହେଉ ବା ୨୦୧୧ ବିଶ୍ୱକପ ଫାଇନାଲରେ ଫର୍ମରେ ଚାଲୁଥିବା ଯୁବରାଜ ସିଂହଙ୍କ ଠୁ ଆଗ ବ୍ୟାଟିଙ୍ଗ କରିବାକୁ ଆସିବା ହେବ। ଧୋନି କଣ କରିଥାନ୍ତି ଏହା କେବଳ ସେ ଜାଣିଥାନ୍ତି। ଧୋନିଙ୍କୁ ସବୁବେଳେ ଆଶ୍ଚର୍ଯ୍ୟ କଲାଭଳି ଫଇସଲା ନେବା ପାଇଁ ଜଣାଯାଇଥାଏ।ସେ ବର୍ଷ ୨୦୧୪ ରେ ୩୩ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ଫଇସଲା ନେଇଥିଲେ। ଭାରତୀୟ ଟିମ ସେବେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଥିଲା ଓ ରବି ଶାସ୍ତ୍ରୀ ଟିମର ଡ଼ାଇରେକ୍ଟର ଥିଲେ। ଶାସ୍ତ୍ରୀ ଏବେ ଧୋନି ଟେଷ୍ଟରୁ ଅବସର ନେବାକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛନ୍ତି। ଧୋନି ନିଜ ଶେଷ ଟେଷ୍ଟ ମ୍ୟାଚ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳିଥିଲେ।

Google

ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା ହେବା ସମୟରର କହିଛନ୍ତି,”ଏହା ଆଶ୍ଚର୍ଯ୍ୟ କଲାଭଳି ଥିଲା। ସେ ମୋ ପାଖୁ ଆସିଥିଲେ ଓ କହିଥିଲେ ମୁଁ ପିଲା ମାନଙ୍କୁ କିଛି କହିବା ପାଇଁ ଚାହୁଁଛି। ମୁଁ ଭାବିଲି ବୋଧେ ଡ୍ର କୁ ନେଇ କିଛି କହିବେ। ଡ୍ରେଡିଙ୍ଗ ରୂପରେ ସମସ୍ତେ ଉପସ୍ଥିତ ଥିଲେ। ଯେବେ ଧୋନି ଟେଷ୍ଟରୁ ସନ୍ୟାସ ଘୋଷଣା କଲେ ସବୁ ଖେଳାଳି ଆଶ୍ଚର୍ଯ୍ୟ ଥିଲେ।ଧୋନି ସେହି ଖେଳାଳି ଅଟନ୍ତି ଯିଏକି ନିସ୍ୱାର୍ଥପର ଥିଲେ”।

ଧୋନିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୬୦ ଟି ଟେଷ୍ଟ ମ୍ୟାଚ ଖେଳିଛି ଯେଉଁଥିରୁ ଟିମ ଇଣ୍ଡିଆ ୨୭ ଟି ଟେଷ୍ଟ ମ୍ୟାଚ ଜିତିଛି। ଖେଳାଳି ରୂପରେ ଧୋନି ୯୦ ଟେଷ୍ଟ ମ୍ୟାଚରେ ୩୮.୦୯ର ଔସତରେ ୪୮୭୬ ରନ କରିଥିଲେ। ତାଙ୍କ ନାମରେ ୬ ଟି ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ ଅଛି।

Google

ସେ କହିଛନ୍ତି,”ସେ ସନ୍ୟାସ ନେବା ପାଇଁ ଉଚିତ ସମୟର ଅପେକ୍ଷା କରିଥିଲେ। ସେ ଜାଣିଥିଲେକି ତାଙ୍କ ଶରୀର ଆଉ କେତେ ଖେଳିପାରିବ। ସେ ସମିତି ଓଭର କ୍ରିକେଟରେ ଅଧିକ ସମୟ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଥିଲେ। ଯଦି ଆପଣଙ୍କ ଶରୀର ଆପଣଙ୍କୁ କହିବ ଏହା ପର୍ଯ୍ୟାପ୍ତ ଖେଳିବେ। ଏହା ବିଷୟରେ କୌଣସି ଅନ୍ୟ ବିଚାର ନାହିଁ। ଧୋନି ସନ୍ୟାସ ସେବେ ନେଲେ ଯେବେ ସେ ଜାଣିଥିଲେକି ଏବେ କୋହଲି ଅଧିନାୟକତ୍ୱ ସମ୍ଭାଳିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *