BCCI କୁ ଲାଗିଲା ବଡ଼ ଝଟକା! ICC ଶୁଣାଇଲା ବାଙ୍ଗାଲୋର ପିଚ ଉପରେ ବଡ଼ ବୟାନ!

ବ୍ୟୁରୋ ରିପୋର୍ଟ: ଆଇସିସି ବାଙ୍ଗାଲୋର ପିଚରେ ଖେଳାଯାଇଥିବା ମ୍ୟାଚକୁ ନେଇ ବଡ଼ ଫଇସଲା ଦେଇଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ପିଚରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ତିନିଦିନରେ ଶେଷ ହୋଇ ଯାଇଥିଲା। କେବଳ ଏତିକି ନୁହେଁ ପ୍ରଥମ ଥର ଦିନ ୧୬ ୱିକେଟ ଗଳିଥିଲା ଓ ଏହି ଡେ ନାଇଟ ଟେଷ୍ଟ ଭାରତ ୨୩୮ ରନରେ ଜିତିଥିଲା। ମ୍ୟାଚ ରେଫରି ଓ ଟିମ ଇଣ୍ଡିଆର ପୂର୍ଵ ଖେଳାଳି ଜବାଗଳ ଶ୍ରୀନାଥ ଏହି ଗ୍ରାଉଣ୍ଡର ପିଚକୁ ଔସତରୁ ତଳେ ମାନିଛନ୍ତି। ଏହି କାରଣରୁ ଏକ ଡିମେରିଟି ପଏଣ୍ଟବି ତାକୁ ଦିଆଯାଇଛି। ୫ ବର୍ଷରୁ ଯଦି ପିଚକୁ ୫ ଟି ଡିମେରିଟି ପଏଣ୍ଟ ମିଳେ ତେବେ ତା ଉପରେ ଗୋଟେ ବର୍ଷର ବ୍ୟାନ ଲାଗିଥାଏ। ମାନେ ଗୋଟେ ବର୍ଷ ପର୍ଯ୍ୟନ୍ତ ଇଣ୍ଟରନେସନାଲ ମ୍ୟାଚ ଖେଳାଯାଇପାରିବନାହିଁ।

Google

ଜବାଗଳ ଶ୍ରୀନାଥ ନିଜ ରିପୋର୍ଟରେ କହିଛନ୍ତି,”ପିଚରେ ପ୍ରଥମ ହିଁ ଦିନରୁ ବହୁତ ଟର୍ନ ମିଳିଲା। କିନ୍ତୁ ମୋ ହିସାବରେ ଏହା ସଠିକ ମ୍ୟାଚ ନଥିଲା”। ଆଇସିସିର ବୟାନ ଅନୁସାରେ ପିଚକୁ ମିଳିଥିବା ଡିମେରିଟ ପଏଣ୍ଟ ୫ ବର୍ଷ ପର୍ଯ୍ୟନ୍ତ ଗଣାଯାଇଥାଏ ୫ ପଏଣ୍ଟ ହୋଇଯିବା ଦ୍ଵାରା ତାଠୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଇଣ୍ଟରନେସନାଲ ମ୍ୟାଚର ଅଧିକାରୀ ଛଡାଇ ନିଆଯାଇପାରେ। କିଛି ଦିନ ପୂର୍ବରୁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ପିଚକୁ ମଧ୍ୟ ଗୋଟେ ଡିମେରିଟି ପଏଣ୍ଟ ମିଳିଥିଲା।

କରୁଣାରତନେଙ୍କ ଶତକ ଆସିନଥିଲା କାମରେ:

ଶ୍ରୀଲଙ୍କାର ଟିମ ମ୍ୟାଚର ହିଁ ଦିନ ୪୪୭ ରନର ପିଛା କରିବାକୁ ଓହ୍ଲାଇ ୨୦୮ ରନରେ ଅଲଆଉଟ ହୋଇଯାଇଥିଲା। ଅଧିନାୟକ ଦିମୁଥୁ କରୁଣାରତନେ ସୁନ୍ଦର ଶତକ ମାରିଥିଲେ। ମ୍ୟାଚରେ ଭାରତ ପ୍ରଥମ ପାରିରେ ୨୫୨ ଓ ଦ୍ୱିତୀୟ ପାରିରେ ୩୦୩ ରନରେ ୯ ୱିକେଟରେ ପାରି ଘୋଷଣା କରିଥିଲା। ଶ୍ରୀଲଙ୍କାର ଟିମ ପ୍ରଥମ ପାରିରେ ମାତ୍ର ୧୦୯ ରନ କରିପାରିଥିଲା। ଭାରତ ସେହି ୨ ଟି ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଥିଲା। ଏହା ସହ ଭାରତ ବିଶ୍ୱ ଟେଷ୍ଟ ଚମ୍ପିୟାନର ପଏଣ୍ଟସ୍ ଟେବୁଲରେ ୪ର୍ଥ ସ୍ଥାନରେ ପହଁଞ୍ଚିଯାଇଛି।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବି ଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *