ଭାରତକୁ ICC ଦେଲା ତିନୋଟି ବଡ଼ ଆୟୋଜନର ଦାୟୀତ୍ୱ, ପାକିସ୍ତାନରେ ହେବ ଚମ୍ପିୟାନସ ଟ୍ରଫି

ଆଇସିସି ବର୍ଷ ୨୦୨୪ ରୁ ବର୍ଷ ୨୦୩୧ ପର୍ଯ୍ୟନ୍ତ ହେବାକୁ ଥିବା ୮ ଟି ବଡ ଇଭେଣ୍ଟର ଘୋଷଣା କରିଦେଇଛି। ଏଥିମଧ୍ୟରୁ ଭାରତକୁ ତିନୋଟି ବଡ ଇଭେଣ୍ଟର ଦାୟୀତ୍ୱ ମିଳିଛି। ଭାରତରେ ୨୦୨୬ ର ଟି-୨୦ ବିଶ୍ୱକପ, ୨୦୨୯ର ଚମ୍ପିୟାନ ଟ୍ରଫି ଓ ୨୦୩୧ର ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। କହିରଖିବୁକି ଏହା ପୂର୍ବରୁ ୨୦୨୩ ଏକଦିବସିୟ ବିଶ୍ୱକପ ମଧ୍ୟ ଭାରତରେ ହିଁ ହେବ। ପାକିସ୍ତାନକୁ ବହୁତ ବର୍ଷରେ ଆଇସିସି ଇଭେଣ୍ଟ କରିବାର ମୌକା ମିଳିଛି କାରଣ ବର୍ଷ ୨୦୨୫ର ଚାମ୍ପିୟାନସ ଟ୍ରଫି ପାକିସ୍ତାନରେ ହେବ ବୋଲି ଜଣା ଯାଉଛି।

ଆଇସିସି ମଙ୍ଗଳବାରକୁ ଏହାର ଭେନ୍ୟୁ ଘୋଷଣା କରିଛି। ୨୦୨୪ରେ ଟି-୨୦ ବିଶ୍ୱକପ ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବ। ୨୦୨୮ ଲସ ଏଞ୍ଜଲେସ ଅଲମ୍ପିକକୁ ଦେଖି ଆମେରିକାକୁ ଏହି ଆୟୋଜନର ମୌକା ଦିଆଯାଇଛି ବୋଲି ଜଣା ଯାଉଛି। କ୍ରିକେଟ ୨୦୨୮ ଅଲମ୍ପିକରେ ସାମିଲ ହୋଇପାରେ। ୨୦୨୫ ଚମ୍ପିୟାନ ଟ୍ରଫି ପାକିସ୍ତାନରେ ଓ ୨୦୨୬ ଟି-୨୦ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ବୋଲି ସିଡ୍ୟୁଲ ହୋଇଛି।

ନାମୀବିୟରେ ଏକଦିବସିୟ ବିଶ୍ୱକପ: ଆଇସିସି ବର୍ଷ ୨୦୨୭ ଦିନିକିଆ ବିଶ୍ୱକପର ଆୟୋଜନର ଦାୟୀତ୍ୱ, ଜିମ୍ବାୱେ, ନାମିବିୟ ଓ ଦକ୍ଷିଣ ଆଫ୍ରିକାକୁ ଦେଇଛି। ସେହିପରି ୨୦୨୮ ଟି-୨୦ ବିଶ୍ୱକପର ଆୟୋଜନର ଦାୟୀତ୍ୱ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆକୁ ଦିଆଯାଇଛି। ୨୦୨୧ ରେ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆ ଜିତିଛି। ୨୦୨୯ରେ ପୁଣିଥରେ ଆଇସିସି ଇଭେଣ୍ଟ ଭାରତକୁ ଫେରିବ। ଏଥର ଚମ୍ପିୟାନସ ଟ୍ରଫି ଭାରତରେ ହେବ ବୋଲି ଜଣା ଯାଉଛି।

 

ଟି-୨୦ ବିଶ୍ୱକପ ପ୍ରତି ଦୁଇ ବର୍ଷରେ: ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ପ୍ରତି ଦୁଇ ବର୍ଷରେ କରିବ। ୨୦୩୦ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଇଂଲଣ୍ଡ, ଆଇଲ୍ୟାଣ୍ଡ ଓ ସ୍କର୍ଟଲ୍ୟାଣ୍ଡରେ ଖେଳାଯିବ। ସେହିପରି ୨୦୩୧ ଏକଦିବସିୟ ବିଶ୍ୱକପ ଭାରତରେ ହେବ। ଏହି ୮ ଟି ଆଇସିସି ଇଭେଣ୍ଟ ୧୨ ଟି ଦେଶରେ ହେବ। କହିରଖିବୁ କି ୨୦୨୨ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବ ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *