ICC ରାଙ୍କିଙ୍ଗସରେ କୋହଲି ଏବେବି ରୋହିତଙ୍କ ଠୁ ଆଗରେ! ଦେଖନ୍ତୁ କିଏ କେଉଁ ଜାଗାରେ ସ୍ଥିତ?

ବ୍ୟୁରୋ ରିପୋର୍ଟ: ଭାରତର ସୀମିତ ଓଭରର ନୂତନ ଅଧିନାୟକ ରୋହିତ ଶର୍ମା ବୁଧବାରକୁ ଆଇସିସିର ଜାରି ନୂତନ ଏକଦିବସିୟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ସହିତ ସେ ସାଥି ଖେଳାଳି ବିରାଟଙ୍କ ଠୁ ଅନ୍ତର କମ କରିଛନ୍ତି। ପୂର୍ଵ ଅଧିନାୟକ ବିରାଟ କୋହଲି ଏହି ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Google

ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ସହ।ପ୍ରଥମ ଏକଦିବସିୟରେ ଖେଳିଥିବା ସୁନ୍ଦର ଅର୍ଦ୍ଧଶତକିୟପାରି ଦ୍ଵାରା ଭଲ ରାଙ୍କିଙ୍ଗ ହାସଲ କରିଛନ୍ତି। ବିରାଟ କୋହଲିଙ୍କର ୮୨୮ ଅଙ୍କ ଥିବାବେଳେ ରୋହିତଙ୍କର ୮୦୭ ଅଙ୍କ ହୋଇଗଲାଣି। ପାକିସ୍ତାନର ଅଧିନାୟକ ବାବର ଆଜମ ଏହି ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଯେବେକି ହମବତନ ଫକର ଓ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଟପ-୧୦ରେ ପହଁଞ୍ଚିଯାଇଛନ୍ତି।

ଭାରତ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ୮ ରନ କରିଥିବା ସାଇ ହୋପ ଟପ-୧୦ରୁ ବାହାର ହୋଇଯାଇଛନ୍ତି। ବୋଲିଙ୍ଗ ରାଙ୍କିଙ୍ଗର ଶୀର୍ଷ-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ। ବୁମରା ପୂର୍ଵ ପରିସେହି ୭ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ସୁଚିରେ ୮ମ ସ୍ଥାନ ସହିତ ରବିନ୍ଦ୍ର ଜାଡେଜା ସର୍ବଶ୍ରେଷ୍ଠ ଭାରତୀୟ ଅଟନ୍ତି। ଭାରତ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ଅର୍ଦ୍ଧଶତକ ମାରିଥିବା ଯେସନ ହୋଲ୍ଡର ୪ ସ୍ଥାନ ଉପରକୁ ଆସି ଶୀର୍ଷ ୨୦ ରେ ପହଁଚିଯାଇଛନ୍ତି।

ବ୍ୟାଟ୍ସମ୍ୟାନର ସୁଚିରେ ଓମାନର ଯତୀନ୍ଦର ସିଂହ ୨୬ ସ୍ଥାନ ଉପରକୁ ଉଠି ଶୀର୍ଷ ୧୦୦ରେ ପହଁଚିଯାଇଛନ୍ତି। ସେ ୟୁଏଇ ସିରିଜର ପ୍ରଥମ ମ୍ୟାଚରେ ଶତକ ମାରିଥିଲେ। ଏହି ମ୍ୟାଚ ଆଇସିସି ପୁରୁଷ ବିଶ୍ୱକପ ଲିଗ୨ ର ଅଂଶ ଅଟେ। ସେ ଲିଗ ୨ ରେ ୨୩ ମ୍ୟାଚରେ ୫୯୪ ରନ କରିଛନ୍ତି ଓ ଦ୍ୱିତୀୟ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *