ICC ପ୍ଲେୟର ଅଫ ଦି ମଂଥ ଜାନୁୟାରୀର ଘୋଷଣା! ଦୁଇ ଭାରତୀୟଙ୍କୁ ମିଳିଲା ସ୍ଥାନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ବୋଲର ମହମ୍ମଦ ସିରାଜ ଏବଂ ଶୁଭମନ ଗିଲଙ୍କୁ ‘ଆଇସିସି ପ୍ଲେୟର ଅଫ ଦି ମ୍ୟାଚ’ ଆୱାର୍ଡ ପାଇଁ ନାମାଙ୍କନ କରାଯାଇଛି। ନ୍ୟୁଜିଲାଣ୍ଡ ଦଳର ଡେଭନ କନୱେ ଏହି ଲିଷ୍ଟରେ ତୃତୀୟ ନମ୍ବରରେ ଅଛନ୍ତି। ଏହି ପୁରସ୍କାର ପ୍ରତିବର୍ଷ ଆଇସିସି କ୍ରିକେଟ କାଉନ୍ସିଲ ଦ୍ୱାରା ପ୍ରତି ମାସରେ ଭଲ ଖେଳୁଥିବ ପ୍ଲେୟରଙ୍କୁ ଦିଆ ଯାଇଥାଏ।

ପ୍ରତି ମାସରେ ଆଇସିସି ଭଲ ଖେଳାଳିଙ୍କୁ ଚୟନ କରିଥାଏ। ମଙ୍ଗଳବାର ଦିନ ଆଇସିସି ଜାନୁୟାରୀ ମାସରେ ଏହି ତିନି ଜଣ ଖେଳାଳିଙ୍କୁ ଚୟନ କରିଛି। ଡିସେମ୍ବର ମାସରେ ଏହି ଆୱାର୍ଡକୁ ହ୍ୟାରି ବ୍ରୁକ୍ସ ଜିତିଥିଲେ।

ଗିଲ ପୂର୍ବ ମାସରେ ଉଭୟ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରିଥିବା ବେଳେ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ଜବରଦସ୍ତ ବୋଲିଂର ପ୍ରଦର୍ଶନ କରିଥିଲେ। ଶୁଭମନ ଗିଲ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ଲଗାଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ୧୪୯ ବଲରେ ୨୦୮ ରନର ଏକ ବିଶାଳ ସ୍କୋର କରିଥିଲେ।

ଏହାପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ମଧ୍ୟ ଶତକ ଲଗାଇଥିଲେ। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ୩୬୦ ରନର ସର୍ବାଧିକ ସ୍କୋର କରିବା ସହିତ ନ୍ୟୁଜିଲାଣ୍ଡ ସିରିଜରେ କ୍ୟାରିୟରରେ ଦ୍ଵିଶତକ ହାସଲ କରି ଅନେକ ରେକର୍ଡ ନିଜ ନାମରେ କରିଥିଲେ। ସେ ବାବର ଆଜାମଙ୍କ ରେକର୍ଡର ବରାବରୀ କରି ନେଇଥିଲେ।

ଅନ୍ୟପକ୍ଷରେ ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷ ସିରିଜରେ ୩ ଟି ମ୍ୟାଚରେ ୯ ଟି ଉଇକେଟ ହାସଲ କରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରଜରେ ୫ ଟି ୱିକେଟ ନେଇ ଜବରଦସ୍ତ ବୋଲିଂ କରିଥିଲେ। ୨୧ ଟି ମ୍ୟାଚ ଖେଳି ସେ ପ୍ରଥମ ଆଇସିସି ଦ୍ୱାରା ଜାରି ବେଷ୍ଟ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି।

ଏହା କୌଣସି ଭାରତୀୟ ବୋଲର ପାଇଁ ବେଷ୍ଟ ପ୍ରଦର୍ଶନ ଅଟେ। ନ୍ୟୁଜିଲାଣ୍ଡ ଦଳର ଡେଭନ କନୱେ ଅଲଗା ଅଲଗା ଫର୍ମାଟରେ ୩ ଟି ଶତକ ସହିତ ୨ ଟି ଅର୍ଦ୍ଧ ଶତକ ଲଗାଇଥିଲେ। ଏହା ରହିଲା ଯେ, ଏହି ତିନି ଜଣ ଖେଳାଳିଙ୍କ ମଧ୍ୟରୁ ଏହି ଆୱାର୍ଡ କାହାକୁ ମିଳୁଛି।

Leave a Reply

Your email address will not be published. Required fields are marked *