ଭାରତର ଓପନର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ବୁଧବାରକୁ ଜାରି ଆଇସିସି ପୁରୁଷ ଟି-୨୦ ରାଙ୍କିଙ୍ଗସରେ ୧ ସ୍ଥାନ ଉପରକୁ ଉଠି ୫ ମ ସ୍ଥାନରେ ପହଁଚିଯାଇଛନ୍ତି। ସେହି ପରି ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୨୪ ସ୍ଥାନ ଉପରକୁ ଉଠି ୫୯ ସ୍ଥାନରେ ପହଁଚିଯାଇଛନ୍ତି। ସେହିପରି ଅଧିନାୟକତ୍ୱ ଛାଡିଥିବା ବିରାଟ କୋହଲି ଟପ-୧୦ ରୁ ବାହାରିଯାଇଛନ୍ତି ଓ ୧୧ ତମ ସ୍ଥାନରେ ପହଁଚିଯାଇଛନ୍ତି। ତାଙ୍କ ଖାତାରେ ୬୫୭ ପଏଣ୍ଟ ଅଛି। ପାକିସ୍ତାନର ଅଧିନାୟକ ବାବର ଆଜମ ବଙ୍ଗଳାଦେଶ ବିରୁଦ୍ଧରେ ୩ ଟି ମ୍ୟାଚର ଟି-୨୦ ସିରିଜରେ ରନ କରିପାରିନାହାନ୍ତି କିନ୍ତୁ ଏହାର ପ୍ରଭାବ ତାଙ୍କ ଟି-୨୦ ରାଙ୍କିଙ୍ଗରେ ପଡିନି ଓ ସେ ୮୦୯ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଅଛନ୍ତି।

ପାକିସ୍ତାନର ୱିକେଟ କିପର ମହମ୍ମଦ ରିଜୱାନ ଗୋଟେ ସ୍ଥାନ ଉପରକୁ ଉଠି ଚତ୍ରୁର୍ଥ ସ୍ଥାନରେ ପହଁଚିଯାଇଛନ୍ତି। ରିଜୱାନ ବଙ୍ଗଳାଦେଶ ବିରୁଦ୍ଧରେ ଟି-୨୦ ସିରିଜରେ ୯୦ ରନ କରିଛନ୍ତି। ଯାହା ଦ୍ୱାରା ସେ ଗୋଟେ ସ୍ଥାନ ଉପରକୁ ଯାଇଛନ୍ତି। ପାକିସ୍ତାନ ଏହି ସିରିଜକୁ ୩-୦ରେ ଜିତିଛି। ରାହୁଲ ରିଜୱାନଙ୍କ ଠୁ ମାତ୍ର ୬ ଅଙ୍କ ଦୂରରେ ଅଛନ୍ତି। ରାହୁଲ ନ୍ୟୁଜିଲ୍ୟାଣ୍ଡ ସହ ଟି-୨୦ ସିରିଜରେ ୮୦ ରନ କରିଛନ୍ତି। ଏହି ସିରିଜକୁ ଭାରତ ୩-୦ରେ ଜିତିଯାଇଛି।
ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜରେ ରୋହିତ ଶର୍ମା ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ତିନୋଟି ମ୍ୟାଚରେ ୫୩ ର ଔସତ ରେଟ ଓ ୧୫୪ର ଷ୍ଟାଇକ ରେଟରେ ୧୫୯ ରନ କରିଛନ୍ତି। ସେ ତିନୋଟିରୁ ଦୁଇଟି ମ୍ୟାଚ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ସେ ପ୍ଲେୟାର ଅଫ ଦି ସିରିଜ ମଧ୍ୟ ହୋଇଥିଲେ।
↗️ Rizwan, Rahul move up one spot
↗️ Guptill back in top 10Some notable changes in this week's @MRFWorldwide ICC Men's T20I Player Rankings 👀
Full list: https://t.co/uR3Jx2jJ5V pic.twitter.com/f5JDnWLrFa
— ICC (@ICC) November 24, 2021
ଭୁବନେଶ୍ୱର କୁମାର ରହିଛନ୍ତି ୧୯ ତମ ସ୍ଥାନରେ:
ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପଟିଲ ଏହି ସିରିଜରେ ୧୫୨ ରନ କରିଛନ୍ତି। ଯାହା ଦ୍ୱାରା ସେ ୩ ଟି ସ୍ଥାନ ଉପରକୁ ଉଠି ୧୦ ତମ ସ୍ଥାନରେ ପହଁଚିଯାଇଛନ୍ତି। ବୋଲିଙ୍ଗ ରାଙ୍କିଙ୍ଗସରେ ଭାରତ ବିରୁଦ୍ଧରେ ୪ ଟି ୱିକେଟ ଅକ୍ତିଆର କରିଥିବା ବୋଲର ମିଚେଲ ସେଣ୍ଟନର ୨୩ ରୁ ୧୩ ତମ ସ୍ଥାନରେ ପହଁଚିଯାଇଛନ୍ତି ବୋଲି ଜଣା ଯାଇଛି। ସେହିପରି ଭାରତୀୟ ବୋଲର ଭୁବନେଶ୍ୱର କୁମାର ଏହି ସିରିଜରେ ୩ ଟି ୱିକେଟ ନେଇ ୧୯ ତମ ସ୍ଥାନରେ ପହଁଚି ଯାଇଛନ୍ତି। ଦୀପକ ଚାହାର ୧୯ ସ୍ଥାନ ଉପରକୁ ଉଠି ୪୦ ନମ୍ବରରେ ଅଛନ୍ତି ବୋଲି ଜଣା ଯାଇଛି।
Babar Azam is the new No.1 batter on the @MRFWorldwide ICC Men’s T20I rankings, while Wanindu Hasaranga has claimed top spot on the bowling rankings for the first time 👏#T20WorldCup pic.twitter.com/zoCVVJIPze
— ICC (@ICC) November 3, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।