ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନୀ ICC ପକ୍ଷରୁ ବୁଧବାରରେ ଜାରି ହୋଇଥିବା ଟେଷ୍ଟ ବୋଲର ଓ ଅଲରାଉଣ୍ଡର ରାଙ୍କିଙ୍ଗସରେ ଦ୍ୱିତୀୟ ସ୍ଥାନ ବଜାଇ ରଖିବାରେ ସଫଳତା ଲାଭ କରିଛନ୍ତି। ରବିନ୍ଦ୍ର ଜାଡେଜା ଟେଷ୍ଟର ଅଲରାଉଣ୍ଡର ସୂଚରେ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ବ୍ୟାଟ୍ସମ୍ୟାନ ସୂଚରେ କ୍ରମଶଃ ୫ ମ ଓ ୭ ମ ସ୍ଥାନ ବଜାଇ ରଖିଛନ୍ତି। ରୋହିତଙ୍କର ୭୯୭ ଓ କୋହଲିଙ୍କର ୭୫୬ ଅଙ୍କ ଅଛି। ଅଳ୍ପ ଦିନ ତଳେ ଆସେସ ସିରିଜର ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ଇଂଲଣ୍ଡକୁ ହରାଇଥିଲା। ପ୍ରେସର ଜେମ୍ସ ଆଣ୍ଡରସନ ତିନୋଟି ପଦ ଉପରକୁ ଉଠି ୫ ସ୍ଥାନରେ ପହଁଞ୍ଚିଯାଇଛନ୍ତି।
ବ୍ୟାଟିଙ୍ଗ ସୂଚିରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ(୯୧୫) ଅଙ୍କ ସହିତ ପ୍ରଥମ ସ୍ଥାନରେ ଅଛନ୍ତି।ଇଂଲଣ୍ଡର ଅଧିନାୟକ ଜୋ ରୁଟ (୯୦୦) ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ନ୍ୟୁଜଲ୍ୟାଣ୍ଡର ଅଧିନାୟକ କେନ ବିଲିଯମସନ (୮୭୯) ଅଙ୍କ ସହିତ ଷ୍ଟିବ ସ୍ମିଥ(୮୭୭) ଙ୍କୁ ତୃତୀୟ ସ୍ଥାନରୁ ହଟାଇଦେଇଛନ୍ତି। ରୋହିତ ଶର୍ମା, ଡେଭିଡ ୱାରନର, ବିରାଟ କୋହଲି, ଦିମୁଥ କରୁଣାରତ୍ନନେ, ବାବର ଆଜମ ଓ ଟ୍ରେବିସ ହେଡ ଟପ-୧୦ରେ ସାମିଲ। ଟେଷ୍ଟ ରାଙ୍କିଙ୍ଗରେ ଆର ଅଶ୍ୱିନୀ ଟପ-୧୦ରେ ସାମିଲ ଏକମାତ୍ର ଭାରତୀୟ ବୋଲର ଅଟନ୍ତି। ସେ ୮୩୩ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
🔹 James Anderson breaks into top 5 👊
🔹 Mitchell Starc rises 🔥 #Ashes stars make gains in the latest @MRFWorldwide ICC Men’s Test Player Rankings 📈Details 👉 https://t.co/BRZCOy32hI pic.twitter.com/VTr86Y3riE
— ICC (@ICC) December 29, 2021
ପେଟ କମିନ୍ସ ନମ୍ବର ୧ ବୋଲର:ଅଷ୍ଟ୍ରେଲିଆର ଅଧିନାୟକ ପେଟ କନିନ୍ସ ନମ୍ବର ୧ ବୋଲର ଅଟନ୍ତି। ଯେବେକି ପାକିସ୍ତାନର ପ୍ରେସର ସାହିନ ଅଫରିଦି ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରେ ଟିମ ସାଉଦି ଓ ଜେମ୍ସ ଏଣ୍ଡରସନ ଅଛନ୍ତି। ଆଣ୍ଡରସନ ତୃତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ୪ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହି ଥିଲେ। ଅଷ୍ଟ୍ରେଲିଆ ତରଫରୁ ମେଲବର୍ଣ ଟେଷ୍ଟରେ ଖେଳିଥିବା ସ୍କର୍ଟ ବୋଲେଡ ଇଂଲଣ୍ଡର ଦ୍ୱିତୀୟ ପାରିରେ ୭ ରନ ଦେଇ ୬ ଟି ୱିକେଟ ଅକ୍ତିଆର କେଇଥିଲେ। ଯାହା ଦ୍ୱାରା ସେ ୨୭୧ ଅଙ୍କ ହାସଲ କରି ୭୪ ନମ୍ବର ସ୍ଥାନରେ ଅଛନ୍ତି।
ଅଲରାଉଣ୍ଡର ସୁଚିରେ ଯେସନ ହୋଲ୍ଡର ଶୀର୍ଷରେ ଅଛନ୍ତି। ତାଙ୍କ ପରେ ଆର ଅଶ୍ୱିନୀ, ଜାଡେଜା, ସାକୀବ ଅଲ ହସନ, ମିଚେଲ ଷ୍ଟାର୍କ ଓ ବେନ ଷ୍ଟୋକସଙ୍କ ନମ୍ବର ଅଟେ। ଷ୍ଟାର୍କଙ୍କୁ ଫାଇଦା ମିଳିଛି। ଟେଷ୍ଟ ଟିମ ରାଙ୍କିଙ୍ଗରେ ୧୨୪ ଅଙ୍କ ସହିତ ଭାରତ ଶୀର୍ଷରେ ଅଛି। ନ୍ୟୁଜିଲାଣ୍ଡ ଦ୍ୱିତୀୟ, ଅଷ୍ଟ୍ରେଲିଆ ତୃତୀୟ ଓ ଇଂଲଣ୍ଡ ଚତ୍ରୁର୍ଥ ସ୍ଥାନରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।