ବ୍ୟୁରୋ ରିପୋର୍ଟ: ଛାଇଗଲେ ଭାରତୀୟ ମହିଳା। ପାକିସ୍ତାନକୁ ହରାଇ ଆରମ୍ଭ କଲା ବିଶ୍ୱକପ କ୍ୟାମ୍ପେନ। ଭାରତୀୟ ମହିଳା ଟିମ ମହିଳା ବିଶ୍ୱକପରେ ନିଜର ଆରମ୍ଭ ବହୁତ ଉନ୍ନତ ଉପାୟରେ କରିଛନ୍ତି। ସେମାନେ ପାକିସ୍ତାନ ମହିଳା ଟିମକୁ ୧୦୭ ରନରେ ପରାସ୍ତ କରିଛନ୍ତି। ଭାରତୀୟ ମହିଳା ଟିମ ପ୍ରଥମେ ବ୍ୟାଟିଂ କରି ୨୪୪ ରନ କରିଥିଲା ଆଉ ତାହାର ଜବାବରେ ପାକିସ୍ତାନ ମହିଳା ଟିମ ମାତ୍ର ୧୩୭ ରନ କରି ହି ଅଲ ଆଉଟ ହେଇ ଯାଇଥିଲା। ସ୍ନେହ ରାଣା ଏବଂ ପୂଜା ବସ୍ତ୍ରାକର ଅର୍ଦ୍ଧଶତକ ମାରି ଟିମ ସ୍କୋର ୨୪୦ ପାର ପହଂଚାଇଲେ। ସ୍ପିନର ରାଜେଶ୍ୱରୀ ଗାୟକୱାଡ଼ ୩୧ ରନ ଦେଇ ୪ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ ଯେବେକି ଅଧିନାୟକ ମିତାଲି ରାଜ ନିଜର ରେକର୍ଡ ୬ମ ବିଶ୍ୱକପ ଖେଳୁଛନ୍ତି।

ପାକିସ୍ତାନ ଟିମର ପ୍ରଥମ ୧୦ ଓଭରରେ ଗୋଟେ ବି ୱିକେଟ ଖସି ନଥିଲା । ସିଦ୍ର ଅମିନ ଏବଂ ଜବେରିଆ ଖାନ ପ୍ରଥମ ୱିକେଟ ପାଇଁ ୨୮ ରନ କଲେ। ଏହାପରେ ରାଜେଶ୍ୱରୀ ୧୧ ତମ ଓଭରରେ ଜବେରିଆଙ୍କୁ ଆଉଟ କଲେ ଏବଂ ଏହାପରେ ପାକିସ୍ତାନର ଇନିଂସ ପୁରା ଭାଙ୍ଗିଗଲା। ୩ ୱିକେଟ ରେ ୫୮ ରନ ଏବଂ ୫ ୱିକେଟରେ ୭୦ରନ ହେଇ ଯାଇଥିଲା।
ପାକିସ୍ତାନ ଓପଣର ସିଦ୍ରା ଅମିନ ସର୍ବାଧିକ ୩୦ରନ କଲେ ଆଉ ପୁରା ଟିମ ୪୩ ଓଭରରେ ୧୩୭ ରନରେ ଅଲ ଆଉତ ହେଇଗଲେ। ରାଜେଶ୍ୱରୀ ଗାୟକୱାଡ଼ ସର୍ବାଧିକ ୪ଟି ୱିକେଟ ନେଲେ ଏବଂ ସେ ୧୦ ଓଭରରେ ୩୧ ରନ ଦେଇଥିଲେ। ଝୁଲନ ଗୋସ୍ୱାମୀ ଆଉ ଅନ୍ୟ ଦ୍ରୁତ ବୋଲର ୨-୨ ଟି ୱିକେଟ ନେଲେ।

ଭାରତର ଆରମ୍ଭ ଭଲ ରହିଲା ନାହିଁ ଏବଂ ଏହାପରେ ସ୍ମୃତି ମାନ୍ଧାନା ଆଉ ଦୀପ୍ତି ଶର୍ମା ଟିମକୁ ସମ୍ଭାଳିଲେ। ମାନ୍ଧାନା ୭୫ ବଲରେ ୫୨ ରନ କଲେ ଏବଂ ଦୀପ୍ତି ଶର୍ମା ୫୭ ବଲରେ ୪୦ ରନ କଲେ। ତେବେ ଦୁଇଜଣ ଦ୍ୱିତୀୟ ୱିକେଟ ପାଇଁ ୯୨ ରନ କଲେ। ଏହାପରେ ଟିମର ୱିକେଟ ଜଲଦି ଜଲଦି ଖସିଗଲା। ଟିମ ସ୍କୋର ୧୧୪ ରନରେ ୬ ୱିକେଟ ହେଇଗଲା ମାତ୍ର ଏହାପରେ ପୂଜା ବସ୍ତ୍ରକର ଓ ସ୍ନେହ ରାଣା ଟିମକୁ ସମ୍ଭାଳିଲେ ଆଉ ୧୨୨ ରନ କଲେ।
ପୂଜା ୫୯ ବଲରେ ୬୭ ରନ କଲେ ଏବଂ ସ୍ନେହ ୪୮ ବଲରେ ୫୩ ରନ କଲେ। ଝୁଲନ ତାଙ୍କ ସହ ୬ ରନ କରି ନଟ ଆଉଟ ରହିଲେ।
India beat Pakistan by 107 runs in their ICC Women's World Cup opener
— Press Trust of India (@PTI_News) March 6, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।