PAK vs AUS: ଇମରାନ ସରକାରଙ୍କ ବିରୁଦ୍ଧରେ ପ୍ରଦର୍ଶନର କ୍ରିକେଟ ଉପରେ ପ୍ରଭାବ! ବଦଳିବ ODI ଓ ଟି-୨୦ ସିରିଜର ଭେନ୍ୟୁ!

ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ଇମରାନ ସରକାରଙ୍କ ବିରୁଦ୍ଧରେ ଚାଲୁଥିବା ପ୍ରଦର୍ଶନର ପ୍ରଭାବ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଏକଦିବସିୟ ଓ ଟି-୨୦ ସିରିଜ ଉପରେ ପଡିପାରେ। ପାକିସ୍ତାନ କ୍ରିକେଟ ବୋର୍ଡ ସିରିଜର ଭେନ୍ୟୁରେ ପରିବର୍ତ୍ତନ କରିପାରେ ଓ ରାଵଲପିଣ୍ଡି ବଦଳରେ ଏବେ ସବୁ ମ୍ୟାଚ ଲାହୋରରେ ହୋଇପାରେ। ପାକିସ୍ତାନରେ ଇମରାନ ସରକାରଙ୍କ ବିରୁଦ୍ଧରେ ବିପକ୍ଷଙ୍କ ବିରୁଦ୍ଧ ଜୋରସୋର ହେଉଛି। ଏହି ଆନ୍ଦୋଳନ କେନ୍ଦ୍ର ଇସଲ୍ମାମବାଦ ଓ ରାବଲପିଣ୍ଡିର ବହୁତ ପାଖରେ ଅଛି। ଏଥିପାଇଁ ପିସିବି ବିକଳ୍ପ ପାଇଁ ଲାହୋର ଗ୍ରାଉଣ୍ଡକୁ ପ୍ରସ୍ତୁତ କରିପାରେ।

Google

ପିବିସିର ଏକ ଅଧିକାରୀ ଦି ନ୍ୟୁଜକୁ କହିଛନ୍ତି,”ଯଦି ଇସଲାମାବାଦରେ ସ୍ଥିତି ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏପରି ହିଁ ରହିବ ତେବେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଓ ଗୋଟେ ଟି-୨୦ ଲାହୋରକୁ ସ୍ଥାନାତରଣ କରାଯିବ। ଏଠାରେ ଟିମ ୨୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବାଶେଷ ଟେଷ୍ଟ ଖେଳିବ”।

ଇସ୍ଲାମାବାଦରେ କଣ ହେଉଛି:

ପାକିସ୍ତାନର ବିପକ୍ଷ ସରକାର ଇମରାନ ଖାନଙ୍କ ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବ ଆଣିଛନ୍ତି ଓ ୨୩ ମାର୍ଚ୍ଚକୁ ଇସ୍ଲାମାବାଦରେ ଧାରଣ ଦେବାର ମଧ୍ୟ ଆହ୍ୱାନ ଦେଇଛନ୍ତି। ଗୋଟେ ସାର୍ଵଜନିକ ରାଲିର ମଧ୍ୟ ଘୋଷଣା କରିଛନ୍ତିଦି ପ୍ରିଟର ରିପୋର୍ଟ ଅନୁସାରେ ପାକିସ୍ତାନର ରାଜଧାନୀରେ ପାଖାପାଖି ଏକ ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଛି।ଏହିପରିସ୍ଥିତିକୁ ଦେଖି ରାବଲପିଣ୍ଡିରେ କ୍ରିକେଟ ମ୍ୟାଚର ସମ୍ଭାବନା ନାହିଁ।

Google

ସୁରକ୍ଷାକୁ ନେଇ ରିସ୍କ ନେଇପାରିବୁନି:ପିବିସି:

ପିବିସି ଅଧିକାରୀ ଆଗକୁ କହିଛନ୍ତି,”ଆମେ ଏକ ଆକସ୍ମିକ ପ୍ଲାନର ଫଇସଲା କରିଛୁ। ଯାହା ଟି-୨୦ ମ୍ୟାଚର ସପକ୍ଷରେ ଆସିବ। ଯଦି ଇସ୍ଲାମାବାଦରେ ଚାଲୁଥିବା ବିବାଦ ସାନ୍ତ ହୋଇଯିବ ତେବେ ଆମେ ରାବଲପିଣ୍ଡରେ ପୂର୍ଵ ସିଡ୍ୟୁଲ ଅନୁସାରେ ମ୍ୟାଚ ହେବ ନହେଲେ ଏହି ମ୍ୟାଚକୁ ଲାହୋର ସ୍ଥାନାତରଣ କରାଯିବ। ଯେବେ ଦୁଇ ଟିମର ସୁରକ୍ଷା କଥା ଉଠୁଛି ଆମେ ରିସ୍କ ନେଇପାରିବୁନି”।

ରାବଲପିଣ୍ଡରେ ତିନୋଟି ଏକଦିବସିୟ ଓ ଗୋଟେ ଟି-୨୦ ମ୍ୟାଚ ଖେଳାଯିବର ଅଛି:

କହିରଖିବୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରାଵଲପିଣ୍ଡରେ ୨୯ ମାର୍ଚ୍ଚରୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳାଯିବ। ଦୁଇ ଟିମଙ୍କୁ ଇସ୍ଲାମାବାଦରେ ହିଁ ରହିବାର ଥିଲା କାରଣ ସେଠୁ ଷ୍ଟାଡିୟମ ମାତ୍ର ୧୦ କିଲୋମିଟର। କିନ୍ତୁ ଏବେ ପରିସ୍ଥିତି ଅନୁସାରେ ଖେଳାଳି ଇସ୍ଲାମାବାଦରେ ରହିବାର ସମ୍ଭାବନା କମ। ଶେଷ ଫଇସଲା ୨୦ ମାର୍ଚ୍ଚକୁ ହେବ।

Google

ଦୁଇ ଟିମ ମଧ୍ୟରେ ଏକଦିବସିୟ ଓ ଟି-୨୦ ସିରିଜର ସିଡ୍ୟୁଲ:

ପ୍ରଥମ ଏକଦିବସିୟ-୨୯ ମାର୍ଚ୍ଚ-ରାବଲପିଣ୍ଡ
ଦ୍ୱିତୀୟ ଏକଦିବସିୟ-୩୧ ମାର୍ଚ୍ଚ-ରାବଲପିଣ୍ଡ
ତୃତୀୟ ଏକଦିବସିୟ-୨ ଏପ୍ରିଲ-ରାବଲପିଣ୍ଡ

ଗୋଟେ ମାତ୍ର ଟି-୨୦-୫ ଏପ୍ରିଲ -ରାବଲପିଣ୍ଡ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.