କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ସହ ସିରିଜର ଆରମ୍ଭ ସୁନ୍ଦର ଭାବେ କରିଛନ୍ତି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୭୨ ରନ କରିଛି। ଅଧିନାୟକ ବିରାଟ କୋହଲି ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ ଫଇସଲା ଗ୍ରହଣ କରିଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ରାହୁଲ ୧୨୨ ଓ ରାହାଣେ ୪୦ ରନରେ ବ୍ୟାଟିଙ୍ଗ ନଟ ଆଉଟ ଅଛନ୍ତି। ରାହୁଲଙ୍କର ଏହା ଟେଷ୍ଟରେ ୭ ମ ଶତକ ଅଟେ। ୭ ରୁ ୬ ଟି ଶତକ ସେ ବିଦେଶରେ ମାରିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଶର୍ମା ଆଘାତ ହୋଇଯାଇଥିଲେ। ରାହୁଲଙ୍କୁ ରୋହିତଙ୍କ ଜଗାରେ ଟିମର ଉପଅଧିନାୟକ କରାଯାଇଛି।
କେଏଲ ରାହୁଲ ଶତକ ମାରିବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିଛନ୍ତି।ସେ ଇଂଲଣ୍ଡ ,ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଶତକ ମାରିଥିବା ପ୍ରଥମ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଅଟନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ଓପନର ଏପରି କରିନଥିଲେ। ରାହୁଲ ଇଂଲଣ୍ଡରେ ସବୁଠୁ ଅଧିକ ଦୁଇଟି ଶତକ ମାରିଛନ୍ତି। ଏହା ଛଡା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଓ ଶ୍ରୀଲଙ୍କାରେ ଗୋଟେ ଗୋଟେ ଶତକ ମାରିଛନ୍ତି। ସେ ୬ ଟି ଦେଶରେ ଶତକ ମାରିଥିବା ତୃତୀୟ ଭାରତୀୟ ଓପନର ଅଟନ୍ତି। ଏହା ପୂର୍ବରୁ ସୁନୀଲ ଗାଭାସ୍କର ଓ ବିରେନ୍ଦ୍ର ସେହ୍ଵାଗ ଏପରି କରିଥିଲେ।

କେ ଏଲ ରାହୁଲଙ୍କର ଏହା ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜଲ୍ୟାଣ୍ଡ ,ଓ ଅଷ୍ଟ୍ରେଲିଆ ଓପନର ରୂପରେ ଚତ୍ରୁର୍ଥ ଶତକ ଅଟେ। ଏହା ସହିତ ସେ ବିରେନ୍ଦ୍ର ସେହ୍ଵାଗ, ରବି ଶାସ୍ତ୍ରୀ ଓ ବିନୁ ମାଂଙ୍କଡଙ୍କୁ ପଛରେ ପକାଇଦେଇଛନ୍ତି। ତିନିଜଣ ଯାକ ୩-୩ ଟି ଶତକ ମାରିଥିଲେ। ଏବେ ରାହୁଲ କେବଳ ସୁନୀଲ ଗାଭାସ୍କରଙ୍କ ଠୁ ପଛରେ ଅଛନ୍ତି। ସେ ସେନା ଦେଶରେ ସବୁଠୁ ଅଧିକ ୮ ଟି ଶତକ ମାରିଛନ୍ତି। ରାହୁଲ ଦକ୍ଷିଣ ଆଫ୍ରିକାରେ ଶତକ ମାରିଥିବା ଦ୍ୱିତୀୟ ଭାରତୀୟ ଓପନର ଅଟନ୍ତି। ଏହା ପୂର୍ବରୁ ବସିମ ଜାଫର ୨୦୦୭ରେ କେପଟାଉନରେ ଶତକ ମାରିଥିଲେ।
ସଚିନଙ୍କୁ ପଛରେ ପକାଇବାର ମୌକା:
କେଏଲ ରାହୁଲ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧୨୨ ରନ କରି ବ୍ୟାଟିଙ୍ଗ କରୁଛନ୍ତି। ସେ ଦକ୍ଷିଣ ଆଫ୍ରିକାରେ ସବୁଠୁ ବଡ଼ ପାରିଖେଳିଥିବା ଓପନର ହୋଇଯାଇଛନ୍ତି। ଏହା ପୂର୍ବରୁ ବସିମ ଜାଫର ୧୧୬ ରନର ସ୍କୋର କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତୀୟ ବ୍ୟାଟ୍ସମ୍ୟାନ ହିସାବରେ ସବୁଠୁ ବଡ଼ ପାରି ସଚିନ ତେନ୍ଦୁଲକର ଖେଳିଥିଲେ। ସଚିନ ୧୯୯୭ରେ ୧୬୯ ରନର ପାରି ଖେଳିଥିଲେ। ଏହା ଛଡା ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ୧୫୦ ରନର ପାରି ଖେଳିଛନ୍ତି। ଦ୍ୱିତୀୟ ଦିନ ରାହୁଲଙ୍କ ନଜରରେ ବଡ ରେକର୍ଡ ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।