IND vs SA: ଦଳରୁ ବାହାରିବେ ବରିଷ୍ଠ ଖେଳାଳି! ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ କୋଚ୍ ଦ୍ରାଭିଡଙ୍କ ବଡ଼ ବୟାନ, କରିସାରିଛନ୍ତି ପ୍ରସ୍ତୁତ!

Cricket News IND vs SA Rahul Dravid prepares to drop senior players from team

ଭାରତୀୟ ଟିମର ହେର୍ଡ କୋଚ ରାହୁଲ ଦ୍ରାଭିଡ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶକୁ ନେଇ କିଛି ସଂକେତ ଦେଇନାହାନ୍ତି କିନ୍ତୁ କହିଛନ୍ତି ଟିମର ଚୂଡାନ୍ତ ଏକାଦଶକୁ ନେଇ କଠିନ ଖବର ଆସୁଛି। ବକ୍ସିଙ୍ଗ ଡେ ଟେଷ୍ଟ ପୂର୍ବରୁ ରାହୁଲ ଦ୍ରାଭିଡ କହିଛନ୍ତି ଯଦି କୌଣସି ଖେଳାଳି ଚୂଡାନ୍ତ ଏକାଦଶରେ ସାମିଲ ନହେବା ଦ୍ଵାରା ଦୁଃଖୀ ହେଉଛି ତେବେ ଏହା ଭଲ କଥା କାରଣ ସେ ଖେଳିବା ପାଇଁ କେତେ ତତ୍ପର ସେଥିରୁ ଜଣାପଡୁଛି। ଟିମ ଇଣ୍ଡିଆ କେବେବି ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିନାହିଁ।

ରାହୁଲ ଦ୍ରାଭିଡଙ୍କୁ ପଚରାଯାଇଥିଲାକି ଇସାନ୍ତ ଶର୍ମା ଓ ଅଜିଙ୍କ୍ୟ ରାହାଣେଙ୍କ ଭଳି ସିନିୟର ଖେଳାଳିଙ୍କ ସହ ତାଙ୍କର କଣ କଥାବାର୍ତ୍ତା ହୋଇଥିଲା। ଯାହାଙ୍କୁ ପ୍ରଥମ ଟେଷ୍ଟ ସିରିଜରୁ ବାହାରେ ରଖାଯାଇପାରେ। ସେ କହିଥିଲେ,”ଅନେକ ଖେଳାଳି ଦାବିଦାର ଅଟନ୍ତି। ଅନେକ ଖେଳାଳିଙ୍କୁ କଠିନ ସମ୍ବାଦ ଦେବାକୁ ପଡିଥାଏ। କୌଣସି ବି ଖେଳାଳିଙ୍କୁ ତାଙ୍କ ଚୟନ ହୋଇନାହିଁ କହିବା ବହୁତ କଷ୍ଟକର ଅଟେ। କାରଣ ସବୁ ଖେଳାଳି ଖେଳିବା ପାଇଁ ଚାହିଁଥାନ୍ତି”। ଅଧିକାଂଶ ସିନିୟର ଖେଳାଳି କୌଣସି ସ୍ତରରେ କଠିନ ନିର୍ଣ୍ଣୟ ନେଇଥାନ୍ତି।

IND vs SA: Rahul Dravid prepares to drop senior players
Google

କୌଣସି ଖେଳାଳି ବାହାର ହେବାକୁ ଚାହେଁନି:

ସେ କହିଛନ୍ତି,”ସେ ପରିସ୍ଥିତିକୁ ଜାଣିଛନ୍ତି କାରଣ ସେ ଆଗରୁ ଏପରି ପରିସ୍ଥିତି ଦେଇ ଗତିକରିଥାନ୍ତି।କିଛି ନିଜ ପ୍ରଦେଶ ଟିମରେ ସିନିୟର ରହିଛନ୍ତି ଆଉ କିଛି ନେତୃତ୍ୱ ଦଳରେ ଯେବେ ତାଙ୍କୁ ଏପରି ଫଇସଲା ନେବାକୁ ପଡିଥିବ”। ରାହୁଲ ଦ୍ରାଭିଡ କହିଛନ୍ତି,”ଯେବେ ତାଙ୍କୁ ଏହି ବିଷୟରେ ଜଣାପଡିଥାଏ ଆମେ ତାଙ୍କ ସହିତ କଥାହେଇଥାଉ।ମୁଁ ଚାହୁଁନାହିଁକି ଚୟନ ନହେବେ ଦ୍ଵାରା କେହି ଦୁଃଖୀ ନହେଉ। ସମସ୍ତେ ଖେଳିବା ପାଇଁ ଚାହିଁଥାନ୍ତି କେହି ବାହାରେ ରହିବା ପାଇଁ ଚାହିଁନଥାନ୍ତି। ତେଣୁ ବାହାରେ ରହିବା ପରେ ଆପଣଙ୍କ ପ୍ରତିକ୍ରିୟା ହିଁ ଆପଣଙ୍କ ମନର ଅଭିଳାସା ଦର୍ଶାଇଥାଏ। ମତେ ଏବେ ପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ”।

ବିରୋଧୀ ଟିମକୁ ଦେଖି ହେବ ଚୂଡାନ୍ତ ଏକାଦଶର ଫଇସଲା:

ସେ କହିଛନ୍ତି ଚୂଡାନ୍ତ ଏକାଦଶର ଫଇସଲା ଭାବନାରେ ନିଆଯାଇନଥାଏ ବରଂ ବିରୋଧୀ ଟିମ ଓ ପରିସ୍ଥିତିକୁ ଦେଖି ନିଆଯାଇଥାଏ।ସେ କହିଛନ୍ତି ,”ଆମ ପାଖରେ ଭଲ ଖେଳାଳି ଅଛନ୍ତି ।ଆମକୁ ଚୂଡାନ୍ତ ଏକାଦଶ ପାଇଁ ଫଇସଲା କରିବାକୁ ହେବ ଓ ୧୧ ଜଣ ହିଁ ଖେଳିପାରିବେ। ଆମେ ଭାବନାରେ ହଜିଯାଇ ଫଇସଲା ନେବୁ ନାହିଁ। ଆମେ ଗ୍ରସ୍ତରେ ଚୟନ ସମିତି ସହ କଥା ହୋଇଛୁ। ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିବା ପାଇଁ ବେଷ୍ଟ ଚୂଡାନ୍ତ ଏକାଦଶ କଣ ହେବ”।

IND vs SA: Rahul Dravid prepares to drop senior players
Google

ଏହା ପଚରାଯିବା ଦ୍ଵାରା କି ଦକ୍ଷିଣ ଆଫ୍ରିକାର ଆକ୍ରାମକ କମଜୋର, ରାହୁଲ ଦ୍ରାଭିଡ କହିଲେ,”ମତେ ଲାଗୁନାହିଁ କି କୌଣସି ଦୃଷ୍ଟିକୋଣରୁ ଦକ୍ଷୀଣ ଆଫ୍ରିକା କମଜୋର। କିନ୍ତୁ ଆମ ପାଖରେ ଅଧିକ ଅନୁଭବୀ ବୋଲର ଅଛନ୍ତି। ତାଙ୍କ ପାଖରେ ମଧ୍ୟ କଗିସୋ ରବାଡ଼ା ଓ ଡୁଆନେ ଓଲିବରଙ୍କ ଭଳି ବୋଲର ଅଛନ୍ତି। ଆମେ ତାଙ୍କୁ ହାଲକାରେ ନେଇପାରିବୁନି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *