IND vs SA: ପାଣ୍ଡ୍ୟାଙ୍କ ପରେ ଭେଙ୍କଟେସ ଆୟର ହେବେ ଦଳରୁ ବାହାର? ଭାରତକୁ ମିଳିଗଲା ଧୁଆଁଧାର ଅଲରାଉଣ୍ଡର!

ଟିମ ଇଣ୍ଡିଆକୁ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବାର ଅଛି। ଏକଦିବସିୟ ସିରିଜ ପାଇଁ ଦଳ ଘୋଷଣା ହୋଇନାହିଁ। ଏହି ଗ୍ରସ୍ତ ଏଥିପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଅଟେ କି ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଯାଇ ରୋହିତ ଶର୍ମାଙ୍କୁ ଏକଦିବସିୟର ନୂତନ ଅଧିନାୟକ କରାଯାଇଛି। କିନ୍ତୁ ରୋହିତ ଶର୍ମା ଆଘାତ ଅଛନ୍ତି ଓ ସେ ଟେଷ୍ଟ ସିରିଜରୁ ମଧ୍ୟ ବାହାରେ ଅଛନ୍ତି। ସେ ଏକଦିବସିୟ ସିରିଜରେ ଓହ୍ଲାଇବେ କି ନାହିଁ ଠିକ ନାହିଁ।

Venkatesh Iyer
Google

କଥା ଅଲରାଉଣ୍ଡର ରୂପରେ କାହାକୁ ମିଳିବ ଜାଗା। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ଭେଙ୍କଟେସ ଅୟରଙ୍କୁ ମୌକା ମିଳିଥିଲା। ହାର୍ଦିକ ପାଣ୍ଡ୍ୟା ଏବେ ମଧ୍ୟ ପୁରା ଫିଟ ହୋଇନାହାନ୍ତି ତେଣୁ ସେ ମଧ୍ୟ ଏବେ ବାହାରେ ରହିବେ। ଅଳ୍ପଦିନ ତଳେ ବିଜୟ ହଜାରେ ଟ୍ରଫିରେ ଋଷି ଧାୱନ ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟିରେ ଭଲ ପ୍ରଦର୍ଶନ କରିଛନ୍ତି।ଏହା ଦ୍ଵାରା ହିମାଚଳ ପ୍ରଦେଶ ପ୍ରଥମ ଥର ଟ୍ରଫି ଜିତିବାରେ ସଫଳ ହୋଇଛି।

ଅୟରଙ୍କ ଉପରେ ଭାରି ଦେଖାଯାଉଛନ୍ତି ଧାୱନ: ୩୧ ବର୍ଷୀୟ ଋଷି ଧାୱନ ବିଜୟ ହଜାରେ ଟ୍ରଫିରେ ୮ ଟି ମ୍ୟାଚରେ ୭୬ ର ଔସତରେ ୪୫୮ ରନ କରିଛନ୍ତି। ଏତିକି ନୁହେଁ ସେ ୫ ଟି ଅର୍ଦ୍ଧଶତକ ମାରିଛନ୍ତି ଓ ତାଙ୍କ ଷ୍ଟାଇକରେଟ ମଧ୍ୟ ୧୨୭ର ରହିଛି। ଏହା ସହ ସେ ୨୩ର ଔସତରେ ୧୭ ୱିକେଟ ମଧ୍ୟ ନେଇଛନ୍ତି। ଏହି ସମୟରେ ତାଙ୍କର ଇକୋନୋମି ମଧ୍ୟ ୬ ର ରହିଛି। ସେହିପରି ଭେଙ୍କଟେସ ଅୟରଙ୍କ କଥା କହିବାତ ସେ ୬ ଟି ମ୍ୟାଚରେ ୬୩ ର ଔସତରେ ୩୭୯ ରନ କରିଛନ୍ତି।ସେ ୧୫୧ ରନର ବଡ଼ ପାରି ମଧ୍ୟ ଖେଳିଛନ୍ତି। ତାଙ୍କ ଷ୍ଟାଇକରେଟ ୧୩୪ ର ମଧ୍ୟ ରହିଛି। ଏହା ଛଡା ସେ ୯ ଟି ୱିକେଟ ମଧ୍ୟ ଅକ୍ତିଆର କରିବାରେ ସଫଳ ରହିଛନ୍ତି।

Rishi Dhawan
Google

ଋଷି ଧାୱନ ଓ ଭେଙ୍କଟେସ ଅୟର ଦୁହେଁ ଟୁର୍ଣ୍ଣାମେଣ୍ଟରେ ମିଡ଼ିଲ ଅର୍ଡରରେ ଓହ୍ଲାଇଥିଲେ। ଏହି ପୋଜିସନ ଟିମ ଇଣ୍ଡିଆକୁ ମଧ୍ୟ ଦରକାର। ଓପନର ରୂପରେ ରୋହିତଙ୍କ ସହିତ କେ ଏଲ ରାହୁଲ ମଧ୍ୟ ଅଛନ୍ତି। ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ଙ୍କୁ ମଧ୍ୟ ମୌକା ମିଳିପାରେ। ସେ ମଧ୍ୟ ଓପନିଙ୍ଗରେ ହିଁ ଓହ୍ଲାଇଛନ୍ତି।

ଯୁବ ବ୍ୟାଟ୍ସମାନ ଭେଙ୍କଟେସ ଆୟର ଏବଂ ଅନୁଭବି ହାର୍ଦିକ ପାଣ୍ଡ୍ୟା ବି ସୁନ୍ଦର ଖେଳାଳି ଅଟନ୍ତି। ତାଙ୍କର ଖେଳ ଷ୍ଟାଇଲ ବହୁତ ସୁନ୍ଦର ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *