IND vs SA: ଦ୍ରାଭିଡ-କୋହଲିଙ୍କର ଭୁଲ ପାଇଁ ଟିମ ଇଣ୍ଡିଆ ଉପରେ କଣ ପଡିବ ଭାରି?  ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଓ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅଛି। ଭାରତୀୟ ଟିମ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ୨୬ ଡିସେମ୍ବରରୁ ସେଂଚୁରିଆନ ଟେଷ୍ଟରୁ ଏହି ଅଭିଯାନ ଆରମ୍ଭ କରିବ। କୋଚ ରାହୁଲ ଦ୍ରାଭିଡଙ୍କର ଏହା ଭାରତୀୟ ଟେଷ୍ଟ ଟିମ ଇଣ୍ଡିଆ ସହ ପ୍ରଥମ ବିଦେଶ ଗ୍ରସ୍ତ। ଭାରତ ଏହି ଟେଷ୍ଟ ଟିମ ପାଇଁ ୧୮ ଜଣିଆ ଟିମ ଘୋଷଣା କରିଥିଲା ଯେଉଁଥିରେ ଗୋଟେ ମାତ୍ର ଲେଗ ସ୍ପିନର ନାହାନ୍ତି। ଦ୍ରାଭିଡ-କୋହଲିଙ୍କର ଏହି ଭୁଲ ଟିମ ଇଣ୍ଡିଆ ଉପରେ ଭାରି ପଡିପାରେ।

ଟିମରେ ୬ ଟି ପ୍ରେସର ବୋଲର ଓ ଦୁଇ ସ୍ପିନର ସାମିଲ:

ଭାରତୀୟ ଟିମର ରବିଚନ୍ଦ୍ରନ ଅଶ୍ୱିନୀ ଓ ଜୟନ୍ତ ଯାଦବଙ୍କ ରୂପରେ ଦୁଇଟି ସ୍ପିନର ସାମିଲଅଛନ୍ତି। ଅଷ୍ଟ୍ରେଲିଆରେ ସୁନ୍ଦର ପ୍ରଦର୍ଶନ କରିଥୁବା ସାରଦୁଲ ଠାକୁର ପ୍ରେସ ଅଲରାଉଣ୍ଡର ରୂପରେ ଖେଳିପାରନ୍ତି। ଏହା ଛଡା ଟିମ ଆଉ ୫ ଜଣ ପ୍ରେସର ବୋଲରଙ୍କୁ ଟିମରେ ସାମିଲ କରିଛି।ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଇତିହାସ ଉପରେ ଆଖି ପକାଇବାତ ପୂର୍ଵ ଲେଗ ସ୍ପିନର ଅନୀଲ କୁମ୍ବଲେ ସବୁଠୁ ସଫଳ ବୋଲର ଅଟନ୍ତି। ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୨୧ ମ୍ୟାଚରେ ୮୪ ୱିକେଟ ନେଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରେ ୧୨ ମ୍ୟାଚରେ ତାଙ୍କ ନାମରେ ୪୫ ୱିକେଟ ଅଛି।

Google

ଭାରତୀୟ ଟିମରେ ଦେଖାଯିବ ଲେଗ ସ୍ପିନରର କମି:

ପୂର୍ଵ ଭାରତୀୟ ଲେଗ ସ୍ପିନର ଅନୀଲ କୁମ୍ବଲେଙ୍କ ପରେ ଭାରତୀୟ ଟିମ ଏକ ଭଲ ଲେଗ ସ୍ପିନର ଖୋଜିବାରେ ଅସଫଳ ରହିଛି। ୟୁଜବେନ୍ଦ୍ର ଚହଲ ପୂର୍ଵ ୫ ବର୍ଷରୁ ଭଲ ସାବ୍ୟସ୍ତ ହୋଇଛନ୍ତି କିନ୍ତୁ ସେ ବେସି ଟି-୨୦ ଓ ଏକଦିବସିୟରେ ହିଁ କମାଲ କରିଛନ୍ତି। ତାଙ୍କୁ ଟେଷ୍ଟରେ ଡେଭ୍ୟୁ କରିବାର ମଧ୍ୟ ମୌକା ମିଳିଲା ନାହିଁ। କୁମ୍ବଲେଙ୍କ। ପରେ ଦିଲ୍ଲୀର ଅନୀଲ କୁମ୍ବଲେ ଟେଷ୍ଟ ଟିମରେ ଜାଗା କରିବାରେ ସଫଳ ରହିଥିଲେ କିନ୍ତୁ ସେ ମାତ୍ର ୨୨ ଟେଷ୍ଟ ମ୍ୟାଚ ଖେଳିପାରିଛନ୍ତି। ଏଥିରେ ସେ ୭୬ ଉୱିକେ ହିଁ ନେଇପାରିଛନ୍ତି। ସେ ଟି-୨୦ କ୍ରିକେଟରେ ଅଧିକ ସଫଳ ରହିଛନ୍ତି।

କୁଲଦୀପ ଯାଦବ ମଧ୍ୟ ଏତେ ମାତ୍ରାରେ ସଫଳ ହୋଇପାରିଲେ ନାହିଁ:

ଏକଦିବସିୟରେ ଦୁଇଥର ହାଟ୍ରିକ ନେଇଥିବା କୁଲଦୀପ ଯାଦବ ବାମହାତୀ ଲେଗ ସ୍ପିନର ଅଟନ୍ତି। ସେ ଏକଦିବସିୟରେ ସବୁଠୁ କମ ମ୍ୟାଚରେ ୧୦୦ ୱିକେଟ ନେଇଥିବା ଲେଗ ସ୍ପିନର ଅଟନ୍ତି। ସେ ୭ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୨୬ ୱିକେଟ ନେଇଛନ୍ତି। ବର୍ଷ ୨୦୧୮-୧୯ ରେ ଅଷ୍ଟ୍ରେଲିଆ ଗ୍ରସ୍ତ ସମୟରେ ପୂର୍ଵ କୋଚ ରବି ଶାସ୍ତ୍ରୀ ତାଙ୍କୁ ନମ୍ବର ୧ ସ୍ପିନର କହିଥିଲେ। କିନ୍ତୁ ପୂର୍ଵ ୪ ବର୍ଷରୁ ସେ ଭାରତୀୟ ଟିମରେ ନିଜ ଜାଗା ପକା କରିପାରୁନାହାନ୍ତି।

Google

ଭାରତ ତରଫରୁ ୧୭୪ ୱିକେଟ ନେଇସାରିଥିବା କୂଲଦୀପ ଏବେ ଟି-୨୦ ଓ ଏକଦିବସିୟ ଟିମରୁ ମଧ୍ୟ ବାହାରେ ଅଛନ୍ତି। ଏବେ ନୂଆ ସ୍ପିନର ରାହୁଲ ଚାହାର ନୂଆ ଦାବିଦାର ଅଟନ୍ତି। ୧୮ ଟି ଫାଷ୍ଟ କ୍ଳାସ ମ୍ୟାଚରେ ତାଙ୍କ ନାମରେ ୭୦ ୱିକେଟ ଅଛି। ୨୨ ବର୍ଷୀୟ ରାହୁଲଙ୍କୁ ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଏକ ଦିବସିୟ ଓ ଟି-୨୦ ଟିମରେ ଡେଭ୍ୟୁ କରିବାର ମୌକା ମିଳିଥିଲା।

ଅଶ୍ୱିନୀଙ୍କ ଠାରୁ ଭାରତୀୟ ଟିମକୁ ଆଶା:

ଭାରତୀୟ ଟିମର ଲେଗନରନଙ୍କ କମି ଅଶ୍ୱିନୀ ପୁରା କରିପାରିବେ। ଆଫ୍ରିକା ବିରୁଦ୍ଧରେ ଅଫ ସ୍ପିନର ହରଭଜନ ସିଂହଙ୍କର ଜବରଦସ୍ତ ରେକର୍ଡ ରହିଛି। ସେ ୧୧ ଟେଷ୍ଟରେ ୬୦ ୱିକେଟ ନେଇଥିଲେ। ଅଶ୍ୱିନୀ ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ, ଆଇପିଏଲ ୨୦୨୧,ଟି-୨୦ ବିଶ୍ୱକପ ୨୦୧୧ ଓ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଏହି ବର୍ଷ ଟେଷ୍ଟରେ ୫୨ ୱିକେଟ ନେଇସାରିଲେଣି।

Google

ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମ: ବିରାଟ କୋହଲି(ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଅୟର, ହନୁମା ବିହାରୀ, ରିଷଭ ପନ୍ତ, ରିଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନୀ, ଜୟନ୍ତ ଯାଦବ,ଇସାନ୍ତ ଶର୍ମା ,ମହମ୍ମଦ ସାମୀ, ଉମେଶ ଯାଦବ, ଯଶପ୍ରୀତ ବୁମରା, ସାରଦୁଲ ଠାକୁର ,ମହମ୍ମଦ ସିରାଜ, ପ୍ରିୟାଙ୍କ ପାଞ୍ଚାଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *