ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜ କ୍ଲିନ ସୁଇପ କରିଛି। ଦୁଇଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ଭାରତ ୨-୦ରେ ଜିତିଛି। ରୋହିତ ଶର୍ମା ତିନୋଟି ଯାକ ଫର୍ମାଟର ଅଧିନାୟକ ହେବା ପରେ ଭାରତର ଏହା ଲଗାତର ୫ ମ ସିରିଜରେ କ୍ଲିନ ସୁଇପ ଅଟେ। ହିଟମାନଙ୍କର ଏହି ଖାସ ଉପଲବ୍ଧିରେ ବସିମ ଜାଫର ଟ୍ୱିଟ କରି ପୁଷ୍ପା ଷ୍ଟାଇଲରେ କହିଲେ ରୋହିତଙ୍କ ଇଚ୍ଛା।

ରୋହିତ ଅଧିନାୟକ ହେବା ପରେ ଭାରତ ନ୍ୟୁଜିଲାଣ୍ଡ ସହ ଟି-୨୦ ସିରିଜ ୩-୦, ୱେଷ୍ଟଇଣ୍ଡିଜ ସହ ଟି-୨୦ ସିରିଜ ୩-୦,ୱେଷ୍ଟଇଣ୍ଡିଜ ସହ ଏକଦିବସିୟ ସିରିଜ ୩-୦,ଶ୍ରୀଲଙ୍କା ସହ ଟି-୨୦ ସିରିଜ ୩-୦ ଓ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜ ୨-୦ରେ କ୍ଲିନ ସୁଇପ କରିଛି। ଜାଫର ଏହି ରେକର୍ଡ ସହିତ ଅଲୁ ଅର୍ଜୁନଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ମେ ହାରେଗା ନେହିଁ।
ବୁମରା ଓ ଅଶ୍ୱିନୀଙ୍କ ସାମ୍ନାରେ ଛିଡା ହୋଇ ରହିପାରିଲେନି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ:
ଭାରତ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ୪୪୭ ରନର ଲକ୍ଷ୍ୟ ଦେଇଥିଲା। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ପାରିରେ ମାତ୍ର ୨୦୮ ରନରେ ଅଲଆଉଟ ହୋଇଯାଇଥିଲା। ଏହିପରି ଦ୍ୱିତୀୟ ଟେଷ୍ଟ ଶ୍ରୀଲଙ୍କା ୨୩୮ ରନରେ ହାରିଗଲା। ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଏକ ପାରି ଓ ୨୨୨ ରନରେ ଜିତିଥିଲା।
Since @ImRo45 became full time Captain:
3-0 vs NZ (T20I)
3-0 vs WI (ODI)
3-0 vs WI (T20I)
3-0 vs SL (T20I)
2-0 vs SL (Tests) #INDvSL pic.twitter.com/ojREzqlA6M— Wasim Jaffer (@WasimJaffer14) March 14, 2022
ବାଙ୍ଗାଲୋରରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ କଥା କହିବାତ ଭାରତ ପ୍ରଥମ ପାରିରେ ୨୫୨ ରନ କରିଥିଲା। ଏହା ପରେ ଭାରତୀୟ ବୋଲର ଶ୍ରୀଲଙ୍କାକୁ ପ୍ରଥମ ପାରିରେ ୧୦୯ ରନରେ ଅଲଆଉଟ କରିଦେଇଥିଲେ। ଏହା ପରେ ଦ୍ୱିତୀୟ ପାରିରେ ୩୦୩-୯ ରନ କରି ଭାରତୀୟ ଟିମ ପାରି ଘୋଷଣା କରି ଶ୍ରୀଲଙ୍କାକୁ ବଡ଼ ଲକ୍ଷ ଦେଇଥିଲା। ମାତ୍ର ଅଶ୍ୱିନୀ ଓ ବୁମରାଙ୍କ ବୋଲିଙ୍ଗ ସାମ୍ନାରେ ଶ୍ରୀଲଙ୍କର ବ୍ୟାଟ୍ସମ୍ୟାନ ମାତ୍ର ୨୦୮ ରନହିଁ କରିପାରିଲେ। କେବଳ ଅଧିନାୟକ କରୁଣାରତନେ ହିଁ ଭାରତୀୟ ବୋଲରଙ୍କ ସାମ୍ନାରେ ଠିଆ ହୋଇପାରିଲେ। ସେ ସୁନ୍ଦର ଶତକ ମାରିଲେ କିନ୍ତୁ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ସାଥ ମିଳିଲାନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।