ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ସୁନ୍ଦର ଆରମ୍ଭ କରିଥିଲା। ଟିମ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟେଷ୍ଟ ଜିତିଥିଲା। କିନ୍ତୁ ଟିମ ଇଣ୍ଡିଆ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ହାରିଯାଇଥିଲା। ଟିମ ଏକଦିବସିୟ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହିଁ। ଦକ୍ଷିଣ ଆଫ୍ରିକା ଭାରତକୁ ପ୍ରଥମ ଏକଦିବସିୟରେ ୩୧ ରନରେ ହରାଇ ତିନୋଟି ଏକଦିବସିୟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିମଂ କରି ୪ ୱିକେଟ ହରାଇ ୨୯୬ ରନ କରିଥିଲା। ଜବାବରେ ଭାରତ ୮ ୱିକେଟ ହରାଇ ୨୬୫ ରନହିଁ କରିପାରିଥିଲା। ଦ୍ୱିତୀୟ ଏକଦିବସିୟ ୨୧ ଜାନୁଆରୀକୁ ଖେଳାଯିବାର ଅଛି। ଏହା ଅଟେ ପରାଜୟର ୫ଟି ବଡ଼ କାରଣ।

ପ୍ରଥମ କାରଣ: ଟିମ ଚୂଡାନ୍ତ ଏକାଦଶରେ ଅଲରାଉଣ୍ଡର ଭେଙ୍କଟେସ ଅୟରଙ୍କୁ ମୌକା ଦେଇଥିଲା। କିନ୍ତୁ ତାଙ୍କୁ ଗୋଟେ ମଧ୍ୟ ଓଭର ବୋଲିଙ୍ଗ କରାଯାଇନଥିଲା। ଏହା ପୂର୍ଵରୁ ଭେଙ୍କଟେସ ବିଜୟ ହଜାରେ ଏକଦିବସିୟ ଟ୍ରଫିରେ ୬ ଟି ମ୍ୟାଚରେ ୯ ଟି ୱିକେଟ ନେଇଥିଲେ। ଏହା ଅଧିନାୟକ ରାହୁଲଙ୍କର ବଡ଼ ଭୁଲସାବ୍ୟସ୍ତ ହେଲା।ଜବାବରେ ୫ ବୋଲର କେବଳ ୩ ଟି ୱିକେଟ ନେଲେ।
ଦ୍ୱିତୀୟ କାରଣ: ଦକ୍ଷିଣ ଆଫ୍ରିକା ପ୍ରଥମ ତିନୋଟି ୱିକେଟ ୧୮ ଓଭରରେ ହରାଇଦେଇଥିଲା। ଏହା ପରେ ଭାରତୀୟ ବୋଲର ଲୟ ରଖିପାରିନଥିଲେ।ଆଗାମୀ ୱିକେଟ ପାଇଁ ଭାରତକୁ ୩୦ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ଏହା ମଧ୍ୟରେ ତେମ୍ବା ବାବୁମା ଓ ରାଶି ବେନ ଡର ହୁସେନ ଶତକ ମାରି ଟିମର ସ୍କୋର ୨୭୦ ରନ ପାର ପହଁଞ୍ଚାଇ ଦେଇଥିଲେ।

ତୃତୀୟ କାରଣ: ଟିମର ପ୍ରେସର ଭୁବନେଶ୍ୱର କୁମାରଙ୍କ ଠୁ ଆରମ୍ଭ ଓଭରରେ ୱିକେଟର ଆଶା ରହିଥାଏ। କିନ୍ତୁ ସେ ଗୋଟେ ମଧ୍ୟ ୱିକେଟ ନେଇପାରିନଥିଲେ। ସେହିପରି ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ୱିକେଟ ନେବାରେ ଅସଫଳ ହୋଇଥିଲେ। ସାରଦୁଲ ଠାକୁର ବହୁତ ରନ ଦେଇଥିଲେ ଓ ଗୋଟେ ମାତ୍ର ୱିକେଟ ନେଇପାରିନଥିଲେ। ସାରଦୁଲ ବ୍ୟାଟିଙ୍ଗରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ।
ଚତ୍ରୁର୍ଥ କାରଣ: ଭାରତର ସ୍କୋର ଗୋଟେ ସମୟରେ ୧ ୱିକେଟରେ ୧୩୮ ରନ ଥିଲା। କିନ୍ତୁ ବିରାଟ କୋହଲି ଓ ଧାୱନ ଅର୍ଦ୍ଧଶତକ ପରେ ବଡ଼ ପାରି ଖେଳିପାରିନଥିଲେ। ଆଗାମୀ ୫୦ ରନ କରିବାରେ ଟିମ୫ ଟି ୱିକେଟ ହରାଇଦେଇଥିଲା।
That's that from the 1st ODI.
South Africa win by 31 runs.
Scorecard – https://t.co/PJ4gV8SFQb #SAvIND pic.twitter.com/NrRNxZgMNK
— BCCI (@BCCI) January 19, 2022
ପଞ୍ଚମ କାରଣ: ଦକ୍ଷିଣ ଆଫ୍ରିକାର ସ୍ପିନର ବୋଲର ସୁନ୍ଦର ବୋଲିଙ୍ଗ କରିଥିଲେ ଓ ୪ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ବାମହାତୀ ସ୍ପିନର ତବରେଜ ସାମସି ୨ ଟି ୱିକେଟ ନେଇଥିଲେ। ଏହା ଛଡା ସ୍ପିନର ଭାରତ ବିରୁଦ୍ଧରେ କମ ରନ ମଧ୍ୟ ଦେଲେ। ସମସି ବିରାଟଙ୍କୁ ଆଉଟ କରିଥିଲେ ଓ କେଶବ ମହାରାଜ ଧାୱନଙ୍କ ବଡ଼ ୱିକେଟ ନେଇଥିଲେ। ଏଡ଼ମ ମାର୍କରମ କେଏଲ ରାହୁଲଙ୍କୁ ଆଉଟ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।