ୟୁଏଇରେ ଅଣ୍ଡର-୧୯ ଏସିଆ କପ ଚାଲିଛି ଓ ଏଥିରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି। ଭାରତ ଏବେ ତିନୋଟି ମ୍ୟାଚରେ ୨ ଟି ଜିତି ସେମିଫାଇନାଲରେ ପହଁଚିଛି। ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ। ଏହା ପୂର୍ବରୁ ପ୍ରଥମ ମ୍ୟାଚ ଭାରତ ୟୁଏଇ ସହ ଖେଳିଥିଲା ଓ ୟୁଏଇକୁ ୧୫୪ ରନର ବଡ଼ ବ୍ୟବଧାନରେ ହରାଇଥିଲା। ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ହାତରୁ ଭାରତକୁ ୨ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟ ହାସଲ କରି ୬ ପଏଣ୍ଟ ସହ ଭାରତ ସେମିଫାଇନାଲରେ ପହଁଚିଛି।
India U-19 Team have qualified for the Semifinals in Asia Cup U-19 2021.
— CricketMAN2 (@man4_cricket) December 27, 2021
ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରି ୨୫୯ ର ବଡ଼ ସ୍କୋର କରିଥିଲେ ମଧ୍ୟ ଭାରତୀୟ ଦଳ ବହୁତ ସୁନ୍ଦର ଭାବରେ ୪୮.୨ ଓଭରରେ ଏହି ମ୍ୟାଚ ଜିତିଯାଇଥିଲା। ଭାରତର ବ୍ୟାଟ୍ସମ୍ୟାନ ହରନୁର୍ ସିଂହ ଭାରତ ପଟୁ ସର୍ବାଧିକ ୬୫ ରନ କରିଥିଲେ। ସେହିପରି ରାଜ ବାୱା ମଧ୍ୟ ୪୩ ଓ ଅଧିନାୟକ ଯସ ଢୁଲ ୨୬ ରନର ଯୋଗଦାନ ଦେଇଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ କଥା କହିବାତ କୌସଲ ତାମବେ ନଟ ଆଉଟ ରହି ୩୫ ରନ କରିଥିଲେ,ଏ ରଘୁବଂସି ମଧ୍ୟ ୩୫ ରନ କରିଥିଲେ,ଆରାଧ୍ୟ ଯାଦବ ୧୨ ରନ କରିଥିବା ବେଳେ ଶେଖ ରସିଦ ୬ ରନ କରିଥିଲେ।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରିଥିଲା। ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଙ୍ଗ କରି ୪ ୱିକେଟ ହରାଇ ୨୫୯ ରନ କରିଥିଲେ। ଆଫଗାନିସ୍ତାନ ଦଳ ପଟୁ ଅହମ୍ମଦ ଅହମ୍ମଦଜାଇ ସବୁଠୁ ଅଧିକ ୮୬ ରନ କରିଥିଲେ। ତାଙ୍କ ସହ ଆଫଗାନିସ୍ତାନର ଅଧିନାୟକ ସୁଲେମାନ ସୈଫ ୭୩ ରନ ଏବଂ ଉଲ୍ଲାହ ନୁର୍ ୨୬ ରନ କରି ଦଳକୁ ୨୫୯ ରନରେ ପହଁଞ୍ଚାଇଥିଲେ। ଭାରତ ଭଳି ୟୁଏଇକୁ ମଧ୍ୟ ହରାଇ ପାକିସ୍ତାନ ଟିମ ସେମିଫାଇନାଲରେ ପହଁଚିଛି। ପାକିସ୍ତାନ ଟିମ ୟୁଏଇକୁ ସେହି ମ୍ୟାଚରେ ୨୧ ରନର ହରାଇଥିଲା।ସେହି ମ୍ୟାଚରେ ପାକିସ୍ତାନ ଆଗ ବ୍ୟାଟିଙ୍ଗ କରି ୮ ୱିକେଟ ହରାଇ ମାତ୍ର ୨୧୯ କରିଥିଲେ ମଧ୍ୟ ଏହି ଛୋଟ ଲକ୍ଷ୍ୟକୁ ୟୁଏଇ ପୁରା କରିପାରିନଥିଲା ଓ ୫୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୯୮ ରନ କରିପାରିଥିଲା।
The semifinal will be played on Thursday.https://t.co/PZoxPczwrv
— CricketNext (@cricketnext) December 28, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।