IND vs SA: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପୂର୍ଣ ଟେଷ୍ଟ ସିରିଜ ହେବ ରଦ୍ଦ? ସିଏସଏ ର ଫଇସଲା ବଢାଇଲା ଚିନ୍ତା

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଟିମ ଏବେ ଦକ୍ଷିଣ ଆଫ୍ରିକାରେ ଅଛି। ଦୁଇ ଦେଶ ମଧ୍ୟରେ ୨୬ ଡିସେମ୍ବରରୁ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାର ଅଛି। ଭାରତୀୟ ଟିମ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି। ଏହା ମଧ୍ୟରେ ସିଏସଏ ଏକ ବଡ଼ ଫଇସଲା ନେଇଛି। ସିଏସଏ କରୋନା ସଂକ୍ରମଣକୁ ଦେଖି ୪ ଏକଦିବସିୟ ଘରୋଇ ସିରିଜର ବାକି ମ୍ୟାଚକୁ ସ୍ଥଗିତ କରିଦେଇଛି।

Google

ସିଏସଏ ରାବିବାରକୁ ଏକ ଅଧିକାରୀକ ବୟାନରେ କହିଛି ଡିସେମ୍ବର ୧୬-୧୯(ଡିଭିଜନ-୨) ଓ ଡିସେମ୍ବର୧୯-୨୨(ଡିଭିଜନ-୧) ମଧ୍ୟରେ ହେବାକୁ ଥିବା ପଞ୍ଚମ ଗ୍ରସ୍ତର ମ୍ୟାଚ ଏବେ ସ୍ତଗୀତ କରିବା ପାଇଁ ଫଇସଲା ନିଆଗଲା। ଏହି ମ୍ୟାଚ ବିନା ବାୟୋ ବବୁଲରେ କରାଯାଉଥିଲା ସେଥିପାଇଁ ଏହାକୁ ସ୍ଥଗିତ କରାଯାଇଛି। ବାକିମ୍ୟାଚକୁ ଆଗାମୀ ବର୍ଷ ପାଇଁ ସେଡ୍ୟୁଲ କରାଯିବ।

ଭାରତକୁ ସେଂଚୁରିଆନରେ ଖେଳିବାର ଅଛି ପ୍ରଥମ ମ୍ୟାଚ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ୨୬ ଡିସେମ୍ବରରୁ ସେଂଚୁରିଆନରେ ଖେଳାଯିବାର ଅଛି। ଦ୍ୱିତୀୟ ମ୍ୟାଚ ୩-୭ ଜାନୁଆରୀ ୨୦୨୨କୁ ଜୋହାନବର୍ଗରେ କେଳାଯିବ, ତୃତୀୟ ମ୍ୟାଚ ୧୧-୧୫ ଜାନୁଆରୀକୁ କେପଟାଉନରେ ଖେଳାଯିବ। ସେଂଚୁରିଆନ ଓ ଜୋହାନବର୍ଗରେ ଏବେ କରୋନା ସଂକ୍ରମଣ ବଢୁଛି ତେଣୁ କ୍ରିକେଟ ଦକ୍ଷିଣ ଆଫ୍ରିକା ରିସ୍କ ନେବାକୁ ଚାହିଁବନି।

Google

ଦକ୍ଷିଣ ଆଫ୍ରିକାରେ ଯେଉଁଠି ପୂର୍ଵ ମାସରେ କରୋନା ସଂକ୍ରମଣ ସଂଖ୍ୟା ଦୈନିକ ୨୦୦ ପାଖାପାଖି ଥିଲା ତାହା ଓମିକ୍ରନ ଭ୍ୟାରିଏଣ୍ଟ ସାମ୍ନାକୁ ଆସିବା ପରେ ଦ୍ରୁତ ବେଗରେ ସଂକ୍ରମଣ ବଢୁଛି।

ଦକ୍ଷିଣ ଆଫ୍ରିକାରେ ଦୈନିକ ୨୫ ହଜାର ମାମଲା ସାମ୍ନାକୁ ଆସୁଛି: ଦକ୍ଷିଣ ଆଫ୍ରିକାରେ ଦୈନିକ ୨୫ ହଜାର ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଭଲ କଥା ଏହାକି ସେଠାରେ ଏବେ ସୁଧା ୪୫% ରୁ ଅଧିକ ଲୋକଙ୍କ ଭାକ୍ସିନର ପ୍ରଥମ ଡୋଜ ଦିଆଯାଇସାରିଲାଣି। ତେଣୁ ଓକ୍ରନର ପ୍ରଭାବ ଲୋକଙ୍କ ଉପରେ ଅଧିକ ପଡୁନାହିଁ।

Google

ଏହା ପୂର୍ବରୁ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇଥିବା ନେଦରଲ୍ୟାଣ୍ଡ ଟିମ ସଂକ୍ରମଣକୁ ଦେଖି ବାକି ମ୍ୟାଚ ସ୍ତଗୀତ କରିଦେଇଥିଲା। ସେବେ ସିରିଜର ପ୍ରଥମ ଏକଦିବସିୟ ବର୍ଷା କାରଣରୁ ବନ୍ଦ ହୋଇଯାଇଥିଲା। ଦ୍ୱିତୀୟ ଓ ତୃତୀୟ ମ୍ୟାଚ ୨୮ ନଭେମ୍ବର ଓ ୧ ଡିସେମ୍ବରକୁ ଖେଳାଯାଇଥିଲା। ବାକି ମ୍ୟାଚକୁ ନେଦରଲ୍ୟାଣ୍ଡ ସ୍ଥଗିତ କରିଦେଇଥିଲା। ମହିଳା ବିଶ୍ୱକପ କ୍ୟାଲିଫାୟର ମ୍ୟାଚ ଉପରେ ମଧ୍ୟ ଓମିକ୍ରନର ପ୍ରଭାବ ପଡିଥିଲା।

ତେବେ କଣ ବନ୍ଦ ହେବା ଦରକାର ନା ନାହିଁ ତାହା କମେଣ୍ଟ ବିଭାଗରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *