ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆକୁ ଶ୍ରୀଲଙ୍କା ବିରୁଦ୍ଧରେ ଫେବୃଆରୀ-ମାର୍ଚ୍ଚରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଓ ଦୁଇଟି ଟେଷ୍ଟ ମ୍ୟାଚର ଘରୋଇ ସିରିଜ ଖେଳିବାର ଅଛି। ବିସିସିଆଇ ସିଡ୍ୟୁଲରେ ପରିବର୍ତ୍ତନ କରିଛି। ଡେ ନାଇଟ ଟେଷ୍ଟ ମ୍ୟାଚ ମଧ୍ୟ ଖେଳାଯିବାର ଅଛି। ସିରିଜର ଆରମ୍ଭ ଟି-୨୦ ସିରିଜରୁ ହେବ ଯାହାର ଆରମ୍ଭ ୨୪ ଫେବୃଆରୀରୁ ଲକ୍ଷନୌରେ ଖେଳାଯିବାର ଅଛି। ଡେ ନାଇଟ ଟେଷ୍ଟ ୧୨ ମାର୍ଚ୍ଚରୁ ବେଙ୍ଗଲୁରୁରେ ଖେଳାଯିବ। ଏହି ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚମ୍ପିୟାନର ଅଂଶ ହେବ। ଏହି ସମୟରେ ଭାରତୀୟ ପୂର୍ଵ ଅଧିନାୟକ ବିରାଟ କୋହଲି ଏକ ଖାସ ସ୍ଥାନ ହାସଲ କରିବେ। ସେ ଏବେ ପର୍ଯ୍ୟନ୍ତ ୯୯ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଶ୍ରୀଲଙ୍କା ସହ ସେ ନିଜର ୧୦୦ ତମ ଟେଷ୍ଟ ମ୍ୟାଚପୁରା କରିବେ। ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜରେ ୧-୨ରେ ପରାଜୟ ମିଳିବା ପରେ ସେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତପା ଦେଇଥିଲେ।

ବୋର୍ଡ ସଚିବ ଜୟ ସାହାଙ୍କ ଦ୍ଵାରା ଜାରି ସୂଚନା ଅନୁସାରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଲକ୍ଷନୌରେ ହେବାର ଅଛି। ଦ୍ୱିତୀୟ ଓ ତୃତୀୟ ମ୍ୟାଚ ୨୬ ଓ ୨୭ ଫେବୃଆରୀକୁ ଧର୍ମଶାଳାରେ ଖେଳାଯିବ। କରୋନାକୁ ଦେଖି ସେଡ୍ୟୁଲରେ ପରିବର୍ତ୍ତନ କରାଯାଇଛି। ଟେଷ୍ଟ ମ୍ୟାଚ ମୋହାଲି ଓ ବେଙ୍ଗଲୁରୁରେ ଖେଳାଯିବ। ପ୍ରଥମ ଟେଷ୍ଟ ୪-୮ ମାର୍ଚ୍ଚ ପର୍ଯ୍ୟନ୍ତ ମୋହାଲିରେ ହେବ। ସେହିପରି ଦ୍ୱିତୀୟ ଡେ ନାଇଟ ଟେଷ୍ଟ ୧୨-୧୬ ମାର୍ଚ୍ଚକୁ ବେଙ୍ଗାଲୁରୁରେ ଖେଳାଯିବାର ଅଛି। ପୂର୍ବରୁ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଘରେ ହେବାକୁ ଥିବା ସବୁ ଟେଷ୍ଟ ସିରିଜର ଗୋଟେ ମ୍ୟାଚ ଡେ ନାଇଟ ହେବାର ଅଛି।
ଟିମକୁ ମିଳିଲା ନୂଆ ଟେଷ୍ଟ ଅଧିନାୟକ!:
ଶ୍ରୀଲଙ୍କା ସହ ଟେଷ୍ଟ ସିରିଜରେ ଭାରତକୁ ନୂତନ ଟେଷ୍ଟ ଅଧିନାୟକ ମିଳିବ। ଟି-୨୦ ଓ ଏକଦିବସିୟ ପରେ ରୋହିତ ଶର୍ମା ଟେଷ୍ଟରେ ମଧ୍ୟ ଅଧିନାୟକତ୍ୱ କରିପାରନ୍ତି। ସେ ପୂର୍ବରୁ ଟେଷ୍ଟ ଟିମର ଉପଅଧିନାୟକ ଥିଲେ। ବିରାଟ କୋହଲି ଭାରତର ସବୁଠୁ ସଫଳ ଟେଷ୍ଟ ଅଧିନାୟକ ଅଟନ୍ତି।
ସିରିଜର କାର୍ଯ୍ୟକ୍ରମ:
ପ୍ରଥମ ଟି-୨୦- ୨୪ ଫେବୃଆରୀ-ଲକ୍ଷନୌ
ଦ୍ୱିତୀୟ ଟି-୨୦-୨୬ ଫେବୃଆରୀ-ଧର୍ମସାଳା
ତୃତୀୟ ଟି-୨୦-୨୭ ଫେବୃଆରୀ-ଧର୍ମଶାଳା
🚨 NEWS 🚨: BCCI announces a change in schedule for the upcoming @Paytm Sri Lanka Tour of India. #INDvSL #TeamIndia
More Details 🔽
— BCCI (@BCCI) February 15, 2022
ପ୍ରଥମ ଟେଷ୍ଟ-୪ ରୁ ୮ ମାର୍ଚ୍ଚ-ମୋହାଲି
ଦ୍ୱିତୀୟ ଡେ ନାଇଟ ଟେଷ୍ଟ-୧୨-୧୬ ମାର୍ଚ୍ଚ-ବେଙ୍ଗଲୁରୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।