ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ହେବାକୁ ଥିବା ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏହାର ପ୍ରଥମ ମ୍ୟାଚ ଫେବୃୟାରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଆଇସିସି ଟେଷ୍ଟ ଟିମ ତାଲିକାରେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ଏବଂ ଦ୍ଵିତୀୟ ସ୍ଥାନରେ ଭାରତ ରହିଛି। ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ସମୟ ଧରି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଟ୍ରଫି ଚାଲି ଆସିଛି।
ଏହି ଦୁଇ ଦେଶ ମଧ୍ୟରେ ୧୯୪୭-୪୮ ରୁ ୧୯୯୧-୯୨ ମଧ୍ୟରେ ୧୨ ଟି ସିରିଜରେ ୫୦ ଟି ମ୍ୟାଚ ଖେଳା ଯାଇ ସାରିଛି। ଏହାପରେ ଏହି ଟେଷ୍ଟ ସିରିଜର ନାମ ପରିବର୍ତ୍ତନ କରି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଏବଂ ଅଷ୍ଟ୍ରେଲିଆ ପୂର୍ବତନ କ୍ରିକେଟର ଏଲନ ବର୍ଡରଙ୍କ ନାମରେ ରଖି ଦିଆଗଲା।
୧୯୯୬-୯୭ ଏହାର ପ୍ରଥମ ସିରିଜ ଖେଳା ଯାଇଥିବା ବେଳେ ଗତ ବର୍ଷ ଏହି ସିରିଜକୁ ଭାରତୀୟ ଦଳ ଜିତିଛି। ୨୦୨୦-୨୧ ବର୍ଷରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଏହି ସିରିଜ ଜିତିଥିଲା। ବର୍ତ୍ତମାନ ଭାରତୀୟ ଦଳ ଆଗାମୀ ୨୦୨୩ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଏକ ଦୃଢ଼ ସ୍କ୍ୱାର୍ଡ ପ୍ରସ୍ତୁତ କରିଛି।
ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ସ୍କ୍ୱାର୍ଡ:
ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ସୂର୍ଯ୍ୟ କୁମାର ଯାଦବ, ଇଶାମ କିଷାନ, ମହମ୍ମଦ ସାମୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, କେ ଏସ ଭରତ, ଉମେଶ ଯାଦବ, ଜୟଦେବ ଉନାଦକତ, ଶ୍ରେୟସ୍ ଅୟର।
ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାର୍ଡ:
ପ୍ୟାଟ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ, ଡେଭିଡ ୱାରନର, ଆଷ୍ଟନ ଅଗର, ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ, କ୍ୟାମେରନ ଗ୍ରୀନ, ପିଟର ହ୍ୟାଣ୍ଡସ୍କମ୍, ଜୋସ୍ ହାଜେଲଉଡ଼, ଟ୍ରାଭିସ ହେଡ, ଉସମାନ ଖୱାଜା, ମାର୍ଣ୍ଣସ ଲାବୁଛାନେ, ନାଥନ ଲାୟନ, ଲାନ୍ସ ମୋରିସ, ଟାଡ଼ ମର୍ଫି, ମ୍ୟାଥୁ ରେନଶା, ମିଚେଲ ଷ୍ଟାର୍କ, ମିଚେଲ ସ୍ୱିପସନ।
ଏହି ପିରିୟଡ଼ର ଅଷ୍ଟ୍ରେଲିଆ ଦଳ ୯ ଥର ଭାରତ ଆସିଥିବା ବେଳେ ୨୫ ଟି ମ୍ୟାଚରେ ଭାରତୀୟ ଦଳ ୧୬ ଟି ଜିତିଛି ଏବଂ ୫ ଟି ହାରିଛି। ଅଷ୍ଟ୍ରେଲିଆ ଦଳ କେବଳ ୨୦୦୪-୦୫ ସିରିଜକୁ ୨-୧ ରେ ଜିତିଥିଲା।
ସୂଚନାଯୋଗ୍ୟ ଯେ, ୨୦୧୨ ପରେ ଅଷ୍ଟ୍ରେଲିଆ ଏପରି ଗୋଟିଏ ଦଳ ଯିଏକି ଭାରତକୁ ଭାରତୀୟ ଘରୋଇ ମାଟିରେ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ହରାଇଥିଲା। ୨୦୧୬-୧୭ ରେ ପୁଣେରେ ହୋଇଥିବା ଏକ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୩୩୩ ରନରେ ହରାଇଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଟି ଟେଷ୍ଟ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ଦଳ ୧୨ ଟି ସିରିଜ ଜିତି ସାରିଛି। ପ୍ରଥମ ସିରିଜ ୧୯୪୭-୪୮ ରେ ଅଷ୍ଟ୍ରେଲିଆରେ ହୋଇଥିଲା। ହିନ୍ଦୁସ୍ତାନ ଦଳ ୧୪ ଟି ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ପାଇଁ ମେଜବାନୀ କରିଛି।
ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୨୦୧୬-୧୭, ୨୦୧୮-୧୯ ଏବଂ ୨୦୨୦-୨୧ ଅନ୍ତିମ ତିନୋଟି ସିରିଜ ଜିତିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୦୨ ଟି ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୩୦ ଟି ଜିତିବ ସହିତ ଅଷ୍ଟ୍ରେଲିଆ ୪୩ ଟି ଜିତିଛି। ଏହା ସହିତ ୨୮ ଟି ମ୍ୟାଚ ଡ୍ର ଏବଂ ଗୋଟିଏ ମ୍ୟାଚ ଟାଇ ହୋଇଛି।