ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଏବେ ଇଂଲଣ୍ଡ ଗ୍ରସ୍ତରେ ଅଛି ଯେଉଁଠି ୧ ଜୁଲାଇରୁ ୨୦୨୧ ଟେଷ୍ଟ ସିରିଜର ବାକିଥିବା ୫ମ ମ୍ୟାଚ ଖେଳାଯିବ। ଏହି ଟେଷ୍ଟ ସିରିଜରେ ଭାରତୀୟ ଟିମ ୨ ଟି ମ୍ୟାଚ ଜିତି ୨-୧ ରେ ଆଗୁଆ ଅଛି। ଭାରତୀୟ ଟିମ ଏହି ସିରିଜ ଆଉ ହାରିପାରିବନି ତେଣୁ ଯଦି ଟିମ ଏହି ଶେଷ ମ୍ୟାଚ ଜିତେ କି ଡ୍ର କରେ ତେବେ ଇଂଲଣ୍ଡରେ ଚତ୍ରୁର୍ଥ ଟେଷ୍ଟ ସିରିଜ ଜିତିବ। ଟିମ ଇଣ୍ଡିଆ ପ୍ରଥମ ଥର ୨୦୦୭ରେ ଦ୍ରାଭିଡଙ୍କ ଅଧିନାୟକତ୍ୱରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଥିଲା। ଏହି ସିରିଜରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। ବିରାଟ କୋହଲି ଏବେ ଫର୍ମରେ ନାହଁନ୍ତି ତେଣୁ ତାଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ହେବ।

ଶତକର ପ୍ରେସର:
କୋହଲି ଶେଷଥର ୨୦୧୯ରେ ନିଜର ଶତକ ମାରିଥିଲେ। ସେବେ ସେ କୋଲକତାର ଇର୍ଡେନ ଗାର୍ଡେନରେ ୧୩୬ ରନର ପାରି ଖେଳିଥିଲେ। ଏହା ପରେ କୋହଲି କୌଣସି ଫର୍ମାଟରେ ଶତକ ଲଗାଇ ପାରିନାହାନ୍ତି। କୋହଲିଙ୍କ ଉପରେ ଏବେ ଶତକ ଲଗାଇ ଫର୍ମକୁ ଆସିବାର ପ୍ରେସର ରହିବ।
୭ ଥର ଆଉଟ କରିଛନ୍ତି ଆଣ୍ଡରସନ:
ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନଙ୍କ ସାମ୍ନାରେ କୋହଲିଙ୍କୁ ଖେଳିବାରେ ଅସୁବିଧା ହେଉଥିବା ଅନେକ ଥର ଦେଖାଯାଇଛି। ୨୦୧୨ରେ ଆଣ୍ଡରସନ କୋହଲିଙ୍କୁ ଆଉଟ କରିଥିଲେ ଓ ୨୦୧୪ରେ ଆଣ୍ଡରସନ କୋହଲିଙ୍କୁ ୪ ଥର ଆଉଟ କରିଥିଲେ। ସେହିପରି ୨୦୨୧ରେ ମଧ୍ୟ ଆଣ୍ଡରସନ କୋହଲିଙ୍କୁ ୨ ଥର ଆଉଟ କରିଥିଲେ।

ଅଫ ଷ୍ଟମ୍ପରୁ ବାହାରକୁ ଯାଉଥିବା ବଲରେ କରୁଛନ୍ତି ସଂଘର୍ଷ:
ପାଖାପାଖି ପୂର୍ଵ ୨-୩ ବର୍ଷରୁ କୋହଲିଙ୍କୁ ଅଫ ଷ୍ଟମ୍ପରୁ ବାହାରକୁ ଯାଉଥିବା ବଲରେ ଆଉଟ ହେଉଥିବାର ଦେଖାଯାଇଛି। କଭର ଡ୍ରାଇଭ କୋହଲିଙ୍କ ପସନ୍ଦର ସର୍ଟ କିନ୍ତୁ ଏହି ସର୍ଟରେ କୋହଲିଙ୍କୁ ଆଉଟ ହୋଇଥିବାର ଦେଖାଯାଇଛି। ଯେବେ କୋହଲି ଲୟରେ ଥାଆନ୍ତି ଏହି ସର୍ଟରେ ବହୁତ ରନ କରିଥାନ୍ତି।
ଫର୍ମକୁ ଫେରିବା ପାଇଁ ମାନସିକ ପ୍ରେସର:
କୋହଲି ଲମ୍ବା ସମୟରୁ ଭାରତର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ତେଣୁ ଏହି ସିରିଜରେ ତାଙ୍କ ଉପରେ ଫର୍ମକୁ ଫେରିବାର ପ୍ରେସର ରହିବ। ଏଥର ତାଙ୍କ ଉପରେ ଅଧିନାୟକତ୍ୱର ପ୍ରେସର ନାହିଁ କିନ୍ତୁ ବ୍ୟାଟ୍ସମ୍ୟାନ ହିସାବରେ ତାଙ୍କ ଉପରୁ ଭଲ ପ୍ରଦର୍ଶନର ଆଶା ସମସ୍ତଙ୍କୁ ଅଛି।

ଆଇପିଏଲର ଫର୍ମ:
କୋହଲି ଆଇପିଏଲ ୨୦୨୨ରେ ଆରସିବି ତରଫରୁ ୧୬ ମ୍ୟାଚରେ ୩୪୧ ରନ କରିଥିଲେ। ଏହି ସମୟରେ ତାଙ୍କ ଔସତ ୨୨.୭୩ର ରହିଥିଲା। ଆଇପିଏଲ ୨୦୨୨ରେ ସେ ୨ ଟି ଅର୍ଦ୍ଧଶତକ ଲଗାଇଥିଲେ କିନ୍ତୁ ତିନିଥର ବିନା ରନ କରି ମଧ୍ୟ ଆଉଟ ମଧ୍ୟ ହୋଇଥିଲେ। ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚ ପାଇଁ ଏବେ ୧୦ ଦିନର ସମୟ ଅଛି। ପ୍ରସଂସଙ୍କଙ୍କୁ ଆଶା ଅଛି କୋହଲି ଫର୍ମକୁ ଫେରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।