IND vs SA: ଏହି ୫ଟି ଖେଳାଳି ଭାରତ ପାଇଁ ହୋଇପାରନ୍ତି ବାଧା! ଦେଖନ୍ତୁ କେଉଁ କେଉଁ ଖେଳାଳି ସାମିଲ

ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟି ମ୍ୟାଚର ଟି-୨୦ ସିରିଜ ୯ ଜୁନକୁ ଆରମ୍ଭ ହେବାର ଅଛି। ପ୍ରଥମ ମ୍ୟାଚ ଦିଲ୍ଲୀରେ ହେବ ଯଦି ଭାରତ ଏହି ମ୍ୟାଚ ଟି ଜିତିଯିବ ତେବେ ଏହା ଭାରତର ଟି-୨୦ ଇଣ୍ଟରନେସନାଲରେ ଲଗାତର ୧୩ ତମ ବିଜୟ ହେବ। ଏହା ଏକ ବିଶ୍ୱ ରେକର୍ଡ ହେବ ଯାହା ଆଗରୁ କୌଣସି ଟିମ କରିପାରିନଥିଲା।

Google

ଟିମ ଇଣ୍ଡିଆର ବିଜୟରେ ଦକ୍ଷିଣ ଆଫ୍ରିକାର ୫ ଟି ଖେଳାଳି ବାଧା ସୃଷ୍ଟି କରିପାରନ୍ତି। ଏଥିରେ ସବୁଠୁ ବଡ଼ ନାମ କ୍ୱିଣ୍ଟନ ଡି କକଙ୍କର ଅଟେ। ସେ ଆଇପିଏଲ ୨୦୨୨ରେ କେ ଏଲ ରାହୁଲଙ୍କ ଅଧିନାୟକତ୍ୱ ଲକ୍ଷନୌ ସୁପର ଜାଏଣ୍ଟସର ଅଂଶ ଥିଲେ ଓ ସେ ଗୋଟେ ଶତକ ସହ ୫୦୦ ରୁ ଅଧିକ ରନ କରିଥିଲେ। ସେ ଟି-୨୦ ଇଣ୍ଟରନେସନାଲରେ ଭାରତ ବିରୁଦ୍ଧରେ ୩ ଟି ମ୍ୟାଚରେ ୬୯ର ଔସତରେ ୧୩୭ ରନ କରିସାରିଛନ୍ତି। ଦୁଇଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

ଡେଭିଡ ମିଲର ମଧ୍ୟ କାହାଠୁ କମ ନୁହଁନ୍ତି,ଆଇପିଏଲ ୨୦୨୨ରେ ସେ ହାର୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ଚମ୍ପିୟନ ଟିମ ଗୁଜରାଟ ଟାଇଟନ୍ସର ଅଂଶ ଥିଲେ। ମିଡ଼ିଲ ଅର୍ଡରରେ ସୁନ୍ଦର ପ୍ରଦର୍ଶନ କରି ସେ ଅନେକ ମ୍ୟାଚ ଏକାକୀ ଜିତାଇଥିଲେ। ଆଇପିଏଲ ୨୦୨୨ ରେ ସେ ୪୮୦ ରୁ ଅଧିକ ରନ କରିଥିଲେ। ସେ ଭାରତ ବିରୁଦ୍ଧରେ ୯ ମ୍ୟାଚର ୭ ପାରିରେ ୯୯ ରନ କରିସାରିଛନ୍ତି।

Google

ମାର୍କରମ ପ୍ରଥମ ଥର ଭାରତ ବିରୁଦ୍ଧରେ ଟି-୨୦ରେ ଓହ୍ଲାଇପାରନ୍ତି। ଆଇପିଏଲ ୨୦୨୨ରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ହାଇଦ୍ରାବାଦ ତରଫରୁ ୧୨ ପାରିରେ ୪୮ ଔସତରେ ୩୮୧ ରନ କରିଥିଲେ। ସେ ୧୩୯ ଷ୍ଟାଇକରେଟ ସହ ୩ ଟି ଅର୍ଦ୍ଧଶତକ ମଧ୍ୟ ମାରିଥିଲେ।

ବୋଲର କଗିସୋ ରବାଡ଼ା ଆଇପିଏଲ ୨୦୨୨ରେ ପଞ୍ଜାଵ କିଙ୍ଗସ ତରଫରୁ ଖେଳୁଥିଲେ। ସେ ୧୩ ମ୍ୟାଚର ୧୮ ଔସତରେ ୨୩ ୱିକେଟ ନେଇଛନ୍ତି। ୩୩ ରନ ଦେଇ ୪ ଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଟିମ ତରଫରୁ ଅନ୍ୟ କୌଣସି ବୋଲର ୧୫ ୱିକେଟ ନେଇପାରିନାହାଁନ୍ତି। ସେ ଭାରତ ବିରୁଦ୍ଧରେ ୪ ଟି ଟି-୨୦ ମ୍ୟାଚରେ ୪ ଟି ୱିକେଟ ନେଇଛନ୍ତି।

Google

ବୋଲର ଏନରିକ ନୋର୍କିଆ ଲଗାତର ୧୫୦ କିଲୋମିଟର ପାଖାପାଖି ବେଗରେ ବୋଲିଙ୍ଗ କରିଥାନ୍ତି।କିନ୍ତୁ ଆଇପିଏଲ ୨୦୨୨ରେ ସେ ଏତେ ପ୍ରଭାବିତ କରିପାରିନାହାଁନ୍ତି। ଆଇପିଏଲ ୨୦୨୨ରେ ସେ ଦିଲ୍ଲୀ କ୍ୟାପିଟଲ୍ସ ତରଫରୁ ୬ ଟି ମ୍ୟାଚରେ ୯ ୱିକେଟ ନେଇଥିଲେ। ସେ ଭାରତ ବିରୁଦ୍ଧରେ ଟି-୨୦ରେ ଖେଳିଛନ୍ତି କିନ୍ତୁ ୱିକେଟ ନେଇପାରିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *